ଏଇ ଭାରତରେ

ଏବେ ଅନେକ ପରିବାରରେ ବୃଦ୍ଧବ୍ୟକ୍ତିମାନେ ସମସ୍ୟାରେ ରହୁଛନ୍ତି। କେହି ସନ୍ତାନସନ୍ତତିଙ୍କଠାରୁ ଦୂରେଇ ରହୁଛନ୍ତି ତ ଆଉ କେହି ଘରୁ ବାହାରିଯାଇ ବୃଦ୍ଧାଶ୍ରମରେ ଜୀବନ ବିତାଉଛନ୍ତି। ବାର୍ଦ୍ଧକ୍ୟରେ ଅବହେଳାର ଶିକାର ହେବା ଲକ୍ଷ୍ୟ କରି ଏମାନଙ୍କୁ ସହଯୋଗର ହାତ ବଢ଼ାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେରଳର ଅରୁଣ ଏସ୍‌ ଅନ୍ୟତମ। ଥିରୁଭାନନ୍ତପୁରମ ଜିଲାର ବାସିନ୍ଦା ଅରୁଣ ଓ ତାଙ୍କ ପରିବାର ବୃଦ୍ଧବ୍ୟକ୍ତିମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଅରୁଣଙ୍କ ପରିବାର ସେମାନଙ୍କ ପସନ୍ଦର ଓ ସ୍ବାଦର ଖାଦ୍ୟ ରାନ୍ଧିବା ସହ ସେମାନଙ୍କ ନିକଟରେ ତାହା ପହଞ୍ଚାଇ ଦେଉଛନ୍ତି। ଅରୁଣ ପେସାରେ ଜଣେ ଡିସ୍କ ଜକି( ଡିଜେ)। ୧୦ ବର୍ଷ ଏହି କ୍ଷେତ୍ରରେ କାର୍ଯ୍ୟ କରିବା ପରେ ତାହାକୁ ଛାଡି ବୃଦ୍ଧମାନଙ୍କ ପାଇଁ ରୋଷେଇ ଆରମ୍ଭ କରିଛନ୍ତି। ପ୍ରଥମେ ସେ ରୋଷେଇ କରି ତାହାକୁ ହ୍ବାଟ୍ସ ଆପ୍‌ ଷ୍ଟାଟସ୍‌ରେ ଛାଡିବା ପରେ ତାଙ୍କଠାରୁ ଖାଦ୍ୟ ନେବା ପାଇଁ ଅର୍ଡର ପହଞ୍ଚତ୍ବାରେ ଲାଗିଛି। ଏବେ ସପ୍ତାହକୁ ତାଙ୍କୁ ୧୦୦ଟି ଅର୍ଡର ମିଳୁଛି। ଅରୁଣଙ୍କ ଏହି ଖାଦ୍ୟ କୋଭିଡ୍‌ ସମୟରେ ବୃଦ୍ଧବ୍ୟକ୍ତିମାନଙ୍କୁ ସହାୟ ହୋଇପାରିଛି। ସକାଳ ୫ଟାରୁ ଉଠି ସେ ମାର୍କେଟିଂରେ ବାହାରି ଯାଉଛନ୍ତି । ଅରୁଣ ରୋଷେଇ କରିବା ପରେ ତାଙ୍କ ବାପା ପ୍ୟାକିଂରେ ଲାଗି ପଡୁଛନ୍ତି। ମା’ବି ରୋଷେଇରେ ସାହାଯ୍ୟ କରୁଛନ୍ତି । ଅରୁଣଙ୍କ ସ୍ତ୍ରୀ ପରିବାପତ୍ର କଟାକଟି ଓ ମଜାମଜି କାର୍ଯ୍ୟ କରୁଛନ୍ତି। ସେ ରୋଷେଇ ପାଇଁ ଜଣେ ସହଯୋଗୀ ମଧ୍ୟ ରଖିଛନ୍ତି। ବୃଦ୍ଧବ୍ୟକ୍ତିମାନଙ୍କୁ ସେ ଯେଉଁ ମୂଲ୍ୟର ଖାଦ୍ୟ ଦେଉଛନ୍ତି ତା’ବଦଳରେ ସେ ପାଉଛନ୍ତି କମ୍‌, ହେଲେ ଏଭଳି ସେବାରୁ ସେ ଅମତ୍ସନ୍ତୋଷ ଲାଭ କରୁଛନ୍ତି ବୋଲି କହନ୍ତି ଅରୁଣ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri