ଏଇ ଭାରତରେ

ବେଙ୍ଗାଲୁରୁ ସହରର ଜନସଂଖ୍ୟା ବୃଦ୍ଧି ଯୋଗୁ ପ୍ରାକୃତିକ ଜଳଉତ୍ସ ପ୍ରଦୂଷିତ ହେବା ସହ ଭୂତଳ ଜଳ ମଧ୍ୟ ନିମ୍ନଗାମୀ ହେଉଛି। ସହରର ଜଳ ସଙ୍କଟ ଉକତ୍ଟ ରୂପ ନେବାରେ ଲାଗିଛିି। ଏଭଳି ସ୍ଥିତିରେ ଏହି ସମସ୍ୟା ଦୂର କରିବାରେ ଉମା ମାହେଶ୍ୱରଙ୍କ ପ୍ରୟାସ ପ୍ରଶଂସନୀୟ। ବର୍ଷାଜଳ ସଂରକ୍ଷଣ କରି ତାହାକୁ ଲୋକମାନେ କିଭଳି ଉପଯୋଗ କରିପାରିବେ ସେଥିପାଇଁ ବାଟ ଦେଖାଇ ଏହି ସିଷ୍ଟମ୍‌ରେ ବେଙ୍ଗାଲୁରୁରେ ଲକ୍ଷ ଲକ୍ଷ ଲିଟର ପାଣି ବଞ୍ଚାଇବାରେ ସେ ସଫଳ ହୋଇଛନ୍ତି। ଉମା ବେଙ୍ଗାଲୁରୁ ଓ୍ବାଟର ସପ୍ଲାଏ ଏବଂ ସ୍ବେରେଜ ବୋର୍ଡର ପ୍ଲମ୍ବିଂ ଠିକାଦାର ଭାବେ କାର୍ଯ୍ୟ କରନ୍ତି। ବେଙ୍ଗାଲୁରୁରେ ଲୋକମାନେ ଜଳାଭାବର ଶିକାର ହେବା ଦେଖିବା ପରେ ସେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ତାହା ଦୂର କରିବାକୁ ଲାଗି ପଡ଼ିିଛନ୍ତି। ଗତ ୧୩ ବର୍ଷ ମଧ୍ୟରେ ସହରରେ ସେ ୧ ହଜାରରୁ ଊର୍ଦ୍ଧ୍ୱ ରେନ୍‌ ହାର୍ଭେଷ୍ଟିଂ ଓ୍ବାଟର (ଆର୍‌ଡବ୍ଲ୍ୟୁଏଚ୍‌) ସିଷ୍ଟମ୍‌ ଲାଗାଇଛନ୍ତି। ଉମା ଏହି କାର୍ଯ୍ୟ ୨୦୦୭ରୁ ଆରମ୍ଭ କରିଥିଲେ। ୨୦୦୯ ଯାଏ ଏହାକୁ ସେ ପୂରା ମାଗଣାରେ ବସାଉଥିଲେ। ଏବେ କିନ୍ତୁ କିଛି ଦେୟ ନେଉଛନ୍ତି, ହେଲେ କୌଣସି କାରଣରୁ ଏହା ଖରାପ ହୋଇଗଲେ ତାହାକୁ ସେ ମାଗଣାରେ ସଜାଡୁଛନ୍ତି। ଏଭଳି ସିଷ୍ଟମ୍‌ ଦ୍ୱାରା ଲୋକମାନେ ଉପକୃତ ହେବା ସହ ପରିବେଶକୁ ଉପକାର ବି ହେଉଛି। ଲୋକମାନେ ବର୍ଷକୁ ଯେତିକି ଟ୍ୟାଙ୍କର ପାଣି କିଣୁଥିଲେ ଏବେ ତାହା ଅପେକ୍ଷା କମ୍‌ କିଣୁଛନ୍ତି ଓ ଲକ୍ଷାଧିକ ଟଙ୍କା ବଞ୍ଚାଇ ପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri