ଏଇ ଭାରତରେ

କୋଲକାତାର ମୈତ୍ରୀ ବାନାର୍ଜୀ ଚାକିରି ଛାଡ଼ି ଅବହେଳିତ ପିଲାମାନଙ୍କ ସେବାରେ ଲାଗିଛନ୍ତି। ରେଳଷ୍ଟେଶନରେ ରହୁଥିବା ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଦକ୍ଷିଣେଶ୍ୱରର ମୈତ୍ରୀ ବିବାହ କରିଥିଲେ। ସେଠାରୁ କୋଲକାତା ଆସି ଚାକିରି କରି ପରେ ଚାକିରି ଛାଡି ଶେଓରାଫୁଲି, ବଣ୍ଡେଲ୍‌ ଓ ରସୁଲ୍‌ପୁର ଅଞ୍ଚଳର ଅବହେଳିତ ପିଲାମାନଙ୍କ ଭବିଷ୍ୟତ ଗଢୁଛନ୍ତି। ପ୍ରଥମେ ସେ ଘର ଘର ବୁଲି ପୋଷାକ, ବ୍ୟାଗ, ଜୋତା ଏବଂ କମ୍ବଳ ଯୋଗାଡ଼ କରି ପିଲାମାନଙ୍କୁ ଦେଉଥିଲେ। ମୈତ୍ରୀଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ‘ମହାଜୀବନ’ ନାମକ ଏକ ବେସରକାରୀ ସଂସ୍ଥା ତାଙ୍କୁ ସାହାଯ୍ୟ କରୁଛି। ଏହି ସଂସ୍ଥା ସହ ମିଶି ମୈତ୍ରୀ ପିଲାମାନଙ୍କ ପାଇଁ ଦୈନିକ ଭୋଜନ ବ୍ୟବସ୍ଥା କରୁଛନ୍ତି। ଦିନବେଳା ଅନ୍ୟ ଜଣେ ଶିକ୍ଷକଙ୍କ ସହଯୋଗରେ ପଢାଉଛନ୍ତି। ଏମାନଙ୍କ ମଧ୍ୟରୁ ବହୁ ପିଲା ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି। ହସ୍ତକଳା ସମ୍ପର୍କରେ ଶିକ୍ଷା ମଧ୍ୟ ଦେଉଛନ୍ତି। ଏବେ ସୁଦ୍ଧା ମୈତ୍ରୀ ୧୧୦ଜଣ ପିଲାଙ୍କୁ ଉଦ୍ଧାର କରିସାରି ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?