ଏଇ ଭାରତରେ

ଲିଙ୍ଗଗତ ପ୍ରଭେଦ ଦୂର କରି ମହିଳାମାନଙ୍କୁ ବିକାଶରେ ଭାଗୀଦାରି କରିବା ଲାଗି ପ୍ରୟାସ ହେଉଛି ସତ କିନ୍ତୁ ଧାର୍ମିକ କ୍ଷେତ୍ରରେ ସେମାନଙ୍କ ପାଇଁ ଲାଗୁ ହେଉଛି ବାଛବିଚାର।
ଅନେକ କ୍ଷେତ୍ରରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମହିଳାମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ମନା କରାଯାଉଛି। କେରଳର ସାବରୀମାଲାସ୍ଥିତ ଆୟାପ୍ପା ସ୍ବାମୀ ମନ୍ଦିର କଥା ତ ସମସ୍ତେ ଜାଣନ୍ତି, ଯେଉଁଠି ମହିଳାମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ନ ଥିବାରୁ ମାମଲା ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ସେହିପରି ଆଉ ଏକ ପରମ୍ପରା ବଳବତ୍ତର ରହିଛି ଉତ୍ତର ଛତିଶଗଡ଼ର ଅବିଭକ୍ତ ସରଗୁଜା ଜିଲାର ଆଦିବାସୀ ଗ୍ରାମଗୁଡିକରେ। ଏଠାରେ ଥିବା ଗ୍ରାମଦେବତାଙ୍କ ସ୍ଥଳରେ ଦୈନିକ ପୂଜା କରାଯାଏନି। ବର୍ଷରେ ଦୁଇଥର ପୂଜା କରାଯାଇ ଗ୍ରାମର ସୁଖସମୃଦ୍ଧି କାମନା କରାଯାଏ। ଥରେ ଧାନ ରୁଆ ହେବାବେଳେ ଓ ଆଉ ଥରେ ଧାନ କଟାଯିବା ସମୟରେ ପୂଜା କରାଯାଇଥାଏ। ଗ୍ରାମର ପୂଜକ ଏହି ପୂଜା କରିଥାନ୍ତି। କିନ୍ତୁ ଏହି ସବୁ ଦେବସ୍ଥଳୀଗୁଡିକୁ ମହିଳାଙ୍କୁ ଯିବା ଲାଗି ବାରଣ କରାଯାଏ। ଏମିତିକି ଦେବତାଙ୍କ ନିକଟରେ ଚଢାଯାଉଥିବା ପ୍ରସାଦ ବି ମହିଳାମାନେ ଗ୍ରହଣ କରନ୍ତି ନାହଁି। ଦେବସ୍ଥଳୀଗୁଡିକୁ ରଙ୍ଗାଯାଏନି କି ଆକର୍ଷକ ଢଙ୍ଗରେ ସଜାଯାଏନି। କେବଳ ପୂଜା ଅବସରରେ ସେଠାରେ ଝୋପଡି ଘର କରାଯାଏ। ଏହି ଘରକୁ ସେମାନେ ଗୁଡିଘର ବୋଲି କୁହନ୍ତି। ଏହାକୁ ପକ୍କାଘର କଲେ କିମ୍ବା ସଜାସଜି କରାଗଲେ ଗାଁକୁ ବିପର୍ଯ୍ୟୟ ମାଡି ଆସିବ ବୋଲି ଗ୍ରାମବାସୀ ବିଶ୍ୱାସ କରନ୍ତି। ଏଥିତ୍ପାଇଁ ଗୁଡିଘରକୁ ଝୋପଡି ଭଳି ନିର୍ମାଣ କରାଯାଇ ଚାରିପାଖ ଖୋଲା ରଖାଯାଏ। ଏହାଦ୍ୱାରା ଚାରି ଦିଗକୁ ଗ୍ରାମଦେବତା ଦୃଷ୍ଟି ରଖି ଗାଁକୁ ବିପଦ ଆସିବାକୁ ଦିଅନ୍ତିନି ବୋଲି ଏମାନଙ୍କର ବିଶ୍ୱାସ ରହିଛି। ଏଠାରେ ଦେବତାଙ୍କୁ ମହୁଲି ମଦ ମଧ୍ୟ ଅର୍ପଣ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri