ଏଇ ଭାରତରେ

ଛତିଶଗଡ଼ ପତ୍ରାର ଏକ ସରକାରୀ ସ୍କୁଲ୍‌ ପିଲାମାନଙ୍କ ଭବିଷ୍ୟତ ନିଆରା ଢଙ୍ଗରେ ଗଢୁଛିି। ଏହି ସ୍କୁଲ୍‌ରେ ପିଲାମାନେ ସେମାନଙ୍କ ଆମତ୍ବିଶ୍ୱାସ ବଢାଇବା ଲାଗି ଖୋଲା ଆଲୋଚନା କରୁଛନ୍ତି। ଭାଷଣ ଦେଉଛନ୍ତି ଓ ବିତର୍କ ମଞ୍ଚର ମଧ୍ୟ ଆୟୋଜନ କରୁଛନ୍ତି। ଛତିଶଗଡ଼ରେ କେବଳ ଏହି ସ୍କୁଲରେ ହିଁ ଥିଏଟର ରହିଛି। ୨୦୧୬ରେ ଗ୍ରାମବାସୀ ଓ ଶିକ୍ଷକମାନେ ସ୍କୁଲ ପ୍ରତି ପିଲାମାନଙ୍କ ଆକର୍ଷଣ ବଢାଇବା ଲାଗି ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ପରେ ଶିକ୍ଷକ ଓ ଗ୍ରାମବାସୀ ୧ ଲକ୍ଷ ଟଙ୍କା ଚାନ୍ଦା କରି ଥିଏଟର ନିର୍ମାଣ କରିଥିଲେ। ପ୍ରସିଦ୍ଧ ଚିତ୍ରଶିଳ୍ପୀ ହବିବ୍‌ ତନ୍‌ବୀରଙ୍କ ନାମରେ ଏହା ନିର୍ମାଣ କରାଯାଇଛି। ପ୍ରତିଦିନ ଏହି ମଞ୍ଚରେ ପିଲାମାନଙ୍କୁ ଗାଇବାର ସୁଯୋଗ ଦିଆଯାଉଛି। ପ୍ରଥମରୁ ପଞ୍ଚମ ଯାଏ ପିଲାମାନଙ୍କୁ କହିବାର ସୁଯୋଗ ବି ମିଳୁଛି। ପିଲାମାନଙ୍କ ମନରୁ ସଙ୍କୋଚ ଦୂର କରି ଆମତ୍ବିଶ୍ୱାସ ବଢାଇବା ଲକ୍ଷ୍ୟ ନେଇ ଏହା କରାଯାଇଛି ବୋଲି କୁହନ୍ତି ସ୍କୁଲ୍‌ର ପ୍ରଧାନଶିକ୍ଷକ ଶିବ ଚନ୍ଦ୍ରବଂଶୀ। ସବୁ ସରକାରୀ ସ୍କୁଲ୍‌ର ପିଲାମାନଙ୍କ ପାଇଁ ନୀଳରଙ୍ଗର ୟୁନିଫର୍ମ ରହିଥିବାବେଳେ ଏହି ସ୍କୁଲ୍‌ରେ ହଳଦିଆ ରଙ୍ଗର ୟୁନିଫର୍ମ ରଖାଯାଇଛି। ଏଥିଲାଗି ସବୁ ପିଲାଙ୍କୁ ସ୍ଥାନୀୟ ପଞ୍ଚାୟତ ସହଯୋଗ କରୁଛି। ସ୍କୁଲ୍‌ରେ ବିଭିନ୍ନ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ ପୋଷ୍ଟ୍‌ କରାଯାଉଛି। ସ୍କୁଲ୍‌ର ନିଜସ୍ବ ଓ୍ବେବ୍‌ସାଇଟ ମଧ୍ୟ ରହିଛି। ପିଲାମାନଙ୍କୁ ଆରମ୍ଭରୁ କୃଷି ସହ ଯୋଡ଼ିବାର ପ୍ରୟାସ କରାଯାଉଛି। ସ୍କୁଲ୍‌ ପରିସରରେ ଗ୍ରାମବାସୀଙ୍କ ସହଯୋଗରେ କିଚେନ୍‌ ଗାର୍ଡେନ୍‌ କରାଯାଇଛି ଓ ସେଠାରେ ପିଲାମାନେ ଜୈବିକ ଉପାୟରେ ପନିପରିବା ଚାଷ କରୁଛନ୍ତି। ଏହା ତାଙ୍କ ମଧ୍ୟାହ୍ନଭୋଜନରେ ଉପଯୋଗ ହେଉଛି। ସ୍କୁଲ୍‌ରେ ୮୩ ଜଣ ପିଲା ପଢୁଛନ୍ତି ଓ ଥିଏଟରର ଲାଭ ସବୁ ପିଲାଙ୍କୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri