ଏଇ ଭାରତରେ

ସରକାରୀ ଚାକିରିରୁ ଅବସର ଗ୍ରହଣ ଦିନ କେଉଁ କର୍ମଚାରୀଙ୍କୁ ଖୁସି ଲାଗେ ତ, କାହାର ମନ ବିଷାଦରେ ଭରିଯାଏ। ଖୁସି ଲାଗେ ଏଇଥିପାଇଁ, କିଛିବର୍ଷ ରୁଟିନବନ୍ଧା କର୍ତ୍ତବ୍ୟରତ ଜୀବନଯାପନ ଭିତରୁ ଖସିଆସି ଖୁସି ମନେଇବାର ଅବସର ମିଳିଯାଏ। ଦୁଃଖ ଲାଗେ ଏଇଥିପାଇଁ, ସହକର୍ମୀମାନଙ୍କ ଗହଣରେ କର୍ମକରିବାରେ ଯେଉଁ ଆନନ୍ଦ ମିଳୁଥିଲା ତାହା ସବୁଦିନ ପାଇଁ ହରାଇବାକୁ ପଡ଼େ। ଏହି ଅବସରରେ ଜଣେ ଚତୁର୍ଥ ଶ୍ରେଣୀ ସ୍କୁଲ କର୍ମଚାରୀ ଅବସର ନେବା ଦିନ ଖୁସିରେ ହେଲିକପ୍ଟରରେ ଉଡ଼ିବା ଘଟଣା ନିଆରା ନିଶ୍ଚୟ। ତାଙ୍କର କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହରିୟାଣା ଫରିଦାବାଦର ନିମକା ଗାଁ ବାସିନ୍ଦା କୁଦେରାମ୍‌ ସ୍ଥାନୀୟ ସରକାରୀ ସ୍କୁଲରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି। ମଙ୍ଗଳବାର ତାଙ୍କର ଅବସର ଗ୍ରହଣ ଦିବସ ଥିଲା। ଏହି ଅବସରରେ କୁଦେରାମ୍‌ ହେଲିକପ୍ଟର ଭଡ଼ାରେ ଆଣି ସେଥିରେ ଉଡ଼ି ବୁଲିଛନ୍ତି। ହେଲିକପ୍ଟରରେ ଉଡ଼ିବା ପାଇଁ ତାଙ୍କୁ ସାଢ଼େ ତିନିଲକ୍ଷ ଟଙ୍କା ଭଡ଼ା ଦେବାକୁ ପଡ଼ିଛି। ସେ ହେଲିକପ୍ଟରକୁ ଭଡ଼ାରେ ନେବା ଲାଗି ଗତ ମାର୍ଚ୍ଚ ମାସଠାରୁ ବୁକିଂ କରିଥିଲେ। କୁଦେରାମ୍‌ଙ୍କ ଏଭଳି କାର୍ଯ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri