Posted inଜାତୀୟ

ଉପସ୍ଥାନ ୭୫%ରୁ କମ୍‌ ହେଲେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ମନା

ନୂଆଦିଲ୍ଲୀ,୨ା୧: ଚଳିତ ବର୍ଷ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀଙ୍କ ଉପସ୍ଥାନ ଅନୂ୍ୟନ ୭୫ ପ୍ରତିଶତ ହେବା ଆବଶ୍ୟକ। ୨୦୨୦ ଜାନୁୟାରୀ ୧ ସୁଦ୍ଧା ଯେଉଁମାନଙ୍କ ଉପସ୍ଥାନ ଏହାଠାରୁ କମ୍‌ ଥିବ ସେମାନଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏହାର ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଉପରେ ଧ୍ୟାନ ଦେବାକୁ କହିଛନ୍ତି। ଫେବୃୟାରୀ ୧୫ରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଯେଉଁମାନେ ଉପସ୍ଥାନ ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଯୋଗ୍ୟ ବିବେଚିତ ହେବେ କେବଳ ସେହିମାନଙ୍କ ପାଖକୁ ଆଡମିଟ୍‌ କାର୍ଡ ପଠାଯିବ। ଏନେଇ ଜାନୁୟାରୀ ୭ ପୂର୍ବରୁ ଚୂଡ଼ାନ୍ତି ନିଷ୍ପତ୍ତି ନିଆଯିବ। ଯଦି କୌଣସି ପିଲାଙ୍କର ଉପସ୍ଥାନ କମ୍‌ ହୋଇଥାଏ, ତେବେ ସେମାନେ ଏହାର ଉପଯୁକ୍ତ କାରଣ ଦସ୍ତାବିଜ ସହ ଜାନୁୟାରୀ ୭ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଏହି ସମୟସୀମା ପରେ କୌଣସି ଆବେଦନକୁ ବିଚାରକୁ ନିଆଯିବ ନାହିଁ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷାରେ ପାସ୍‌ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମସିରେ ବିଦ୍ରୋହ ଭିତରେ ମମତାଙ୍କ ବଡ଼ ଚାଲ! ଭାଙ୍ଗିଦେଲେ ଦଳର…

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ସୃଷ୍ଟି ହୋଇଥିବା ତୀବ୍ର ବିଦ୍ରୋହକୁ ଦବାଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ମମତାଙ୍କୁ ଜୋରଦାର ଝଟ୍‌କା, ଋତବ୍ରତ ବାନାର୍ଜୀ ହେଲେ ଟିଏମସିର…

କୋଲକାତା,୩।୬: ବର୍ତ୍ତମାନ, ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ସୃଷ୍ଟି ହେଉଥିବା ଆଭ୍ୟନ୍ତରୀଣ ଅଶାନ୍ତି ପଶ୍ଚିମବଙ୍ଗ ରାଜନୀତିରେ ତୀବ୍ର ଆଲୋଚନାର ବିଷୟ। ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ,…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ୧୦ହଜାର କୋଟି….

ନୂଆଦିଲ୍ଲୀ, ୩।୬: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, କେନ୍ଦ୍ର ସରକାର ବିମାନ ଚଳାଚଳ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସରକାର ୧୦,୦୦୦ କୋଟିର…

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ପେଟ୍ରୋଲ ପମ୍ପରେ କେତେ ଭିଡ଼ ଅଛି ଘରେ ବସି ଜାଣନ୍ତୁ, ମୋବାଇଲରେ ସର୍ଚ୍ଚ କରନ୍ତୁ ଏମିତି…

ନୂଆଦିଲ୍‌ଲୀ,୩।୬: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମୟ ବଞ୍ଚାଇବା ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଅନେକ ସମୟରେ ଗାଡ଼ିରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଗଲା…

ବଡ଼ଭାଇଙ୍କ ଶେଷକୃତ୍ୟ ପାଇଁ ନିଜ ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅଶ୍ରୁଳ ଆଖିରେ ଭାଇଙ୍କୁ ବିଦାୟ ଦେଇ…

କେନ୍ଦୁଝର,୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଆକସ୍ମିକ ମୃତ୍ୟୁ ଘଟିବା ପରେ ତାଙ୍କ ନିଜ ଗାଁ କେନ୍ଦୁଝର ଜିଲାର ରାଇକଳାକୁ…

ମଞ୍ଚ ଉପରେ ଖାଲି ପାଦ…ହାତରେ ସମ୍ବିଧାନର କପି, ଏପରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର

ବେଙ୍ଗାଲୁରୁ,୩ା୬: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ବୁଧବାର ଦିନ ସେ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ…

ଅଢ଼େଇ ମାସ ପୂର୍ବରୁ ହୋଇଥିଲା ୧୨ ବର୍ଷ ପୁଅର ମୃତ୍ୟୁ; ମାଟିତଳୁ ଶବ ବାହାରକଲା ପୋଲିସ, କାରଣ ଜାଣିଲେ..

ମୁମ୍ବାଇ,୩ା୬: ମହାରାଷ୍ଟ୍ରର ଜଳଗାଁର ଧାରାଙ୍ଗାଓଁ ତହସିଲ ଅନ୍ତର୍ଗତ ରେଲ୍ ଗ୍ରାମରେ କ୍ରିକେଟ୍ ଖେଳୁଥିବା ସମୟରେ ୧୨ ବର୍ଷୀୟ ଗଣେଶ ନାଭାଲ୍ ପାଟିଲଙ୍କ ମୃତ୍ୟୁ ହୋଇଥିଲା । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri