ଉପରେ ପିଆଜ ବସ୍ତା, ତଳେ ଗଞ୍ଜେଇ

ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା ପିଆଜକୁ ସ୍ଥାନୀୟ ପୋଲିସ ସୋମବାର ଜବତ କରିଛି ା ଏହି ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ପୋଲିସ ଏକ ପିସ୍ତଲ ଓ ୫ଗୁଳି ଜବତ କରିଛି ା
ମିଳିଥିବା ସୂଚନା ଅନୁଯାୟୀ, ସୋମବାର କଣ୍ଟାମାଳରୁ ମନମୁଣ୍ଡା ଆଡକୁ ଏକ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ହେବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଫଳରେ ଏସଆଇ ସୁସ୍ମିତା ମଗରଙ୍କ ନେତୃତ୍ୱରେ ଏସଆଇ ଅରୁଣ କୁମାର ସିଂ, କନଷ୍ଟେବଳ ସୁରେନ୍ଦ୍ର ଦନ୍ତା, ବିପିନ ବିହାରୀ ପ୍ରଧାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ଗୋପାଳମାଳ ଛକକୁ ପଠାଯାଇଥିଲା ା ଆଇଆଇସି ଗୋପୀନାଥ ପ୍ରଧାନ ସାଧା ପୋଷାକରେ ଅନ୍ୟ ପୋଲିସ ବଳ ସହ ଆଉ ଏକ ସ୍ଥାନରେ ଜଗି ରହିଥିଲେ । ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଏକ ଟ୍ରକ (ନଂ. ଏମପି ୦୯ ଏଚଜି- ୮୮୭୬ )କଣ୍ଟାମାଳ ପଟରୁ ଦ୍ରୁତ ଗତିରେ ଆସୁଥିବା ବେଳେ ଗୋପାଳମାଳ ଛକଠାରେ ଏସଆଇ ମଗର ଉକ୍ତ ଟ୍ରକକୁ ଅଟକାଇଥିଲେ ା ପୋଲିସ ପଚରାଉଚୁରା କରିବାରୁ ଟ୍ରକରେ ପିଆଜ ବୋଝେଇ ହୋଇଥିବା ଡ୍ରାଇଭର କହିଥିଲେ । କଣ୍ଟାମାଳରୁ ପିଆଜ ରପ୍ତାନିର ନଜିର ନ ଥିବାରୁ ଏସଆଇ ମଗର ଟ୍ରକରେ ଥିବା ୩ ଜଣଙ୍କୁ ଅଲଗା ଅଲଗା ଜେରା କରିବାରେ ସେମାନଙ୍କ ଉତ୍ତରରେ ତାଳମେଳ ରହି ନ ଥିଲା । ସନ୍ଦେହରେ ପୋଲିସ ଉକ୍ତ ତିନି ଜଣଙ୍କ ପ୍ୟାକେଟ ଚେକ କରିବାରେ ଜଣଙ୍କ ପାଖରୁ ଏକ ପିସ୍ତଲ ଓ ୫ଟି ଗୁଳି ମିଳିଥିଲା ା ପୋଲିସ ପୁଣି ଜେରା କରିବାରେ ଟ୍ରକରେ ଗଞ୍ଜେଇ ଥିବା ସେମାନେ ସ୍ବୀକାର କରିଥିଲେ । ଖବରପାଇ ଆଇଆଇସି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିବା ସହ ପିସ୍ତଲ ଓ ଗୁଳି ଜବତ କରିଥିଲେ । ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ସାଗର ଜିଲା ସେମାଧନାର ଡ୍ରାଇଭର ଅରବିନ୍ଦ ଅହିରୱାର(୩୨), ଭରତ ଅହିରୱାର (୨୭) ଏବଂ ମନମୁଣ୍ଡା ଥାନା ଷାଣ୍ଢପାଲିର ରୋହିତ ଭୋଣ ଓରଫ ଗଦି (୨୦) । ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ଶଗଡା ଏବଂ କନ୍ଧମାଳ ଗୋଛାପଡାର ଜଙ୍ଗଲ ଅଞ୍ଚଳରୁ ସଂଗ୍ରହ କରାଯାଇ ମଧ୍ୟପ୍ରଦେଶର ମାକ୍ରୋନିଆକୁ ଚୋରା ଚାଲାଣ ହେଉଥିଲା ବୋଲି ଅଭିଯୁକ୍ତମାନେ ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ଉକ୍ତ ଟ୍ରକରୁ ୨୬ ବସ୍ତା ଗଞ୍ଜେଇ ଓ ୩୫ ବସ୍ତା ପିଆଜ ଜବତ କରାଯାଇଥିଲା । ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ସୁଶିଲ କୁମାର କୁଅଁରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରେ ତାହା ୧୧.୨୦ କୁଇଣ୍ଟାଲ ହୋଇଥିଲା । ଚୋରାଚାଲାଣରେ ବ୍ୟବହୃତ ଟ୍ରକକୁ ମଧ୍ୟ ପୋଲିସ ଜବତ କରିଛି ା ଏ ନେଇ ଥାନାରେ ଏକ ମାମଲା (ନଂ. ୮୦/୨୦ ) ରୁଜୁ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri