ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ପାଲଲହଡା,୧୮ା୧(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ନ ଥିବାବେଳେ କେତେକ ମେଶିନ ଅଚଳ ଅବସ୍ଥାରେ ରହିଛି। ଫଳରେ ଦୈନିକ ଏଠାକୁ ଆସୁଥିବା ଶତାଧିକ ରୋଗୀ ଉନ୍ନତ ଚିକିତ୍ସା ପାଇ ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ରୋଗୀଙ୍କୁ ଶହେ କିମି ଦୂର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ପଡ଼ୁଥିବାରୁ ଏ ନେଇ ଅସନ୍ତୋଷ ଦେଖାଦେଇଛି।
୬୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ୨୦ ଡାକ୍ତର ପଦବୀ ଥିବାବେଳେ ବର୍ତ୍ତମାନ ୧୩ଟି ପଦବୀ ଖାଲିପଡିଛି। ଜଣେ ବିଶେଷଜ୍ଞ ଡାକ୍ତର, ୨ ଜଣ ଠିକା ଡାକ୍ତର ଏବଂ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ମିଶାଇ ମାତ୍ର ୭ ଜଣ ଡାକ୍ତର ଅଛନ୍ତି। ଦୀର୍ଘବର୍ଷରୁ ଶିଶୁରୋଗ, ଦନ୍ତରୋଗ, ଶଲ୍ୟ, ଭେଷଜ, ଚକ୍ଷୁ ଆଦି ବିଭାଗ ଗୁଡିକରେ ବିଶେଷଜ୍ଞ ଡାକ୍ତର ନ ଥିବାରୁ ରୋଗୀମାନେ ଏହି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ୨୦୦୭ରୁ ତତ୍‌କାଳୀନ ଏକ୍ସ-ରେ ଏବଂ ଇସିଜି ଟେକ୍ନିସିଆନ ଅବସର ଗ୍ରହଣ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନୂତନ ନିଯୁକ୍ତି ହୋଇନାହିଁ। ଫଳରେ ବହୁ ବର୍ଷ ଧରି ଏକ୍ସ-ରେ ଏବଂ ଇସିଜି ମେଶିନ ପଡ଼ିରହି ଅଚଳ ହୋଇପଡ଼ିଛି। ଡାକ୍ତରଖାନାରେ ମୋଟ୍‌ ୮ ଷ୍ଟାଫ ନର୍ସ ପଦବୀ ଥିବାବେଳେ ଏବେ ଅଛନ୍ତି ୪ ଜଣ। ୩ ଫାର୍ମାସିଷ୍ଟରୁ ୨ ଜଣରେ କାର୍ଯ୍ୟ ଚାଲିଛି। ପ୍ରାୟତଃ ସବୁ ବିଭାଗରେ ଅଧାରୁ ଅଧିକ କର୍ମଚାରୀ ପଦବୀ ଖାଲି ପଡ଼ିଛି। ସରକାରଙ୍କ ନିରାମୟ ଯୋଜନାରେ ଔଷଧ ବିତରଣଠାରୁ ନିଦାନ ଯୋଜନାରେ ରୋଗ ନିରୂପଣ ଆଦି ସବୁଠି ଏପରି ଅବ୍ୟବସ୍ଥା ଦେଖାଦେଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ଗତବର୍ଷ ଏହି ଚିକିତ୍ସାଳୟକୁ ଏକ ମହାପ୍ରୟାଣ ଗାଡି ଏବଂ ଦନ୍ତ ଚିକତ୍ସା ପାଇଁ ସମସ୍ତ ଉପକରଣ ଯୋଗାଇ ଦେଇଥିଲେ। ହେଲେ ଗାଡ଼ି ଚାଳକ ଏବଂ ଦନ୍ତ ଡାକ୍ତର ନ ଥିବାରୁ ତାହା କାମରେ ଲାଗୁନି। ପାଲଲହଡା ଉପଖଣ୍ଡ ଦେଇ ଦୁଇଟି ଜାତୀୟ ରାଜପଥ ଯାଇଥିବାବେଳେ ପ୍ରତିଦିନ ଦୁର୍ଘଟଣାଗ୍ରସ୍ତ ଡାକ୍ତରଖାନାକୁ ଆସୁଛନ୍ତି। କିନ୍ତୁ ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ଅଭାବରୁ ସେମାନଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇଦେବା ସମ୍ଭବ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ନାୟକ କହିଛନ୍ତି, ମେଡିକାଲରେ ଡାକ୍ତର ପଦବୀ ଖାଲିପଡ଼ିଛି। ବିଭିନ୍ନ ସମୟରେ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

ପ୍ଲାଷ୍ଟିକ ବ୍ୟବହାରକୁ ନା: ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୧।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ହୋଟେଲ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ ବଦଳରେ ଶିଆଳି ଖଲିପତ୍ର ବ୍ୟବହାର…

ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା…

୯୯.୯୩% ଭୋଟ ପାଇ ପୁଣି କିମ୍‌ ଜଙ୍ଗ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୨୧ା୩: ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଏଠାକାର ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ…

ସାଉଦି ଆରବରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାଉଦି ଆରବର ରିୟାଧରେ ଗତ ବୁଧବାର ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସେଠାର ଭାରତୀୟ ଦୂତାବାସ ଶୁକ୍ରବାର ସ୍ପଷ୍ଟ କରିଛି। ଦୂତାବାସ ପକ୍ଷରୁ…

ମିତ୍ର ରାଷ୍ଟ୍ରମାନଙ୍କ ପାଇଁ ସୁରକ୍ଷିତ ଜାହାଜ ପରିବହନ କରିଡର ଆରମ୍ଭ କଲା ଇରାନ; ଏହି କରିଡର ଦେଇ ଗଲା ଭାରତୀୟ ଜାହାଜ

ତେହରାନ,୨୧।୩: ଯୁଦ୍ଧକାଳୀନ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଇରାନ ହର୍ମୁଜ ପ୍ରଣାଳୀ ଦେଇ ସହଯୋଗୀ ଜାହାଜଗୁଡ଼ିକର ସୁରକ୍ଷିତ ପଥକୁ ସହଜ କରିବା ପାଇଁ ଏକ ‘ନିରାପଦ କରିଡର’ ପ୍ରତିଷ୍ଠା…

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ହର୍ମୁଜ ଷ୍ଟ୍ରେଟରୁ ଭାରତ ଅଭିମୁଖେ ଆସିବାକୁ ଦୁଇଟି ଗ୍ୟାସ ଟ୍ୟାଙ୍କର୍‌ ପ୍ରସ୍ତୁତ, ଲଙ୍ଗର ନିକଟରେ କରିଛି ଅପେକ୍ଷା

ନୂଆଦିଲ୍ଲୀ,୨୧।୩: କିଛି ଦିନ ଅଟକିବା ପରେ ଦୁଇଟି ଭାରତୀୟ ପତାକାଯୁକ୍ତ LPG ଟ୍ୟାଙ୍କର୍‌ ହର୍ମୁଜ ପ୍ରଣାଳୀ ଦେଇ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଟ୍ୟାଙ୍କର୍‌ ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri