ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଶକ୍ତି ସଚିବ

ହିଞ୍ଜିଳିକାଟୁ,୬ା୧୧(ଡ଼ି.ଏନ.ଏ): ସରକାରଙ୍କ ୫ଟି ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳରେ ପହଞ୍ଚତ୍ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ତାଙ୍କ ସହ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ସାଉଥ୍‌କୋ ଜୋନାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବାହ୍ନରେ କୁକୁଡ଼ାଖଣ୍ଡି ବ୍ଲକରୁ ଆସି ଗୋଦରାପଲ୍ଲୀରେ ଗ୍ରାମୀଣ ବିଦ୍ୟୁତ୍‌କରଣ ଓ ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିଥିଲେ। କଞ୍ଚୁରୁରେ ଗୋରୁ ଗୁହାଳ ଓ ଶାସନ ଆମ୍ବଗାଁରେ ବିଜୁ ପକ୍କାଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ବୁଲି ଦେଖିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ହିଞ୍ଜିଳିକାଟୁରେ ପହଞ୍ଚତ୍ ଆହାର କେନ୍ଦ୍ରରେ ଭୋଜନ କରିଥିଲେ। ପରେ ରାଳବ ଗ୍ରାମରେ ପହଞ୍ଚତ୍ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ, ଉଠା ଜଳ ସେଚନ ଓ ପାନ ଚାଷ ବୁଲି ଦେଖିଥିଲେ। ସେଠାରୁ ପୁଣି ହିଞ୍ଜଳିକାଟୁରେ ପହଞ୍ଚତ୍ ନିର୍ମାଣାଧୀନ ଇନ୍‌ଡ଼ୋର ଷ୍ଟାଡ଼ିୟମ, ଆଙ୍କୋରଡ଼ାରେ ଚାଲିଥିବା ମା’ ମହୁରୀ କାଳୁଆଙ୍କ ଯାତ୍ରା ଗ୍ରାମବାସୀଙ୍କ ଅନୁରୋଧକ୍ରମେ ବୁଲି ଦେଖିଥିଲେ। ସମୟସୀମା ମଧ୍ୟରେ ଓ ଗୁଣାବତାର ସହ କାମ ସାରିବାକୁ ଓ ନିୟିମତ ତଦାରଖ ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼, ମନୋରଂଜନ ସାହୁ, ବିଇଓ ବସନ୍ତ କୁମାର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

ଅଗଷ୍ଟ ୧୫ରୁ ଗ୍ରହଙ୍କ ଶୁଭ ସଂଯୋଗ, ଧନୁ-ମକର ସମେତ ୫ ରାଶିଙ୍କ ବଢିବ ବ୍ୟାଙ୍କ୍‌ ବାଲାନ୍ସ, ମାଲାମାଲ୍‌ ହେବେ…

ଆଜି ଶନିବାର ସନ୍ଧ୍ୟା ୪ଟା ୫୧ ମିନିଟ୍‌ରେ ବୁଧ ଏବଂ ଗୁରୁ (ବୃହସ୍ପତି) ଦୁଇ ଗ୍ରହ ୦ ଡିଗ୍ରୀରେ ଉପସ୍ଥିତ ରହିବେ। କର୍କଟ ରାଶିରେ ଏହି ଦୁଇ…

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri