ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ପ୍ରମୁଖ ସଚିବ

ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୯ା୨(ଡି.ଏନ୍‌.ଏ.) – ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୮ା୨(ଡି.ଏନ୍‌.ଏ.)-ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ବିଜୟ ଆରୋରା ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ। ରଙ୍ଗେଇଲୁଣ୍ଡା, ହିଞ୍ଜିଳିକାଟୁ, ଶେରଗଡ଼ ବ୍ଲକ ଗସ୍ତ କରି ବିଭିନ୍ନ ଉଦ୍ୟୋଗ ଓ ପ୍ରକଳ୍ପ ବୁଲି ଦେଖିବା ସହ ସେଗୁଡ଼ିକର ସମୀକ୍ଷା କରିଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ। ପ୍ରମୁଖ ସଚିବ ପ୍ରଥମେ ରଙ୍ଗେଇଲୁଣ୍ଡା ବ୍ଲକ ଗସ୍ତରେ ଯାଇଥଲେ। ନାରାୟଣପୁର ଗ୍ରାମରେ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନାର ହିତାଧିକାରୀଙ୍କୁ ଭେଟି ସମସ୍ୟା ବୁଝିଥିଲେ। ସେଠାରୁ କରାପଲ୍ଲୀ ଆଦର୍ଶ ବିଦ୍ୟାଳୟକୁ ଯାଇଥିଲେ। ସେଠାର ଛାତ୍ରୀନିବାସରେ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଡୁରା ପଞ୍ଚାୟତର ବାହାଦୁରପେଟା ଗ୍ରାମକୁ ଯାଇ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ। ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ, ସିଡିପିଓ ଜ୍ୟୋତ୍ସ୍ନା ପାଢ଼ୀ, ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ବିଇଓ ଡ଼. ପ୍ରଭାତୀ ମହାପାତ୍ର, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ବିଭୂତି ଭୂଷଣ ଶତପଥୀ, ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ କମଳ ପଣ୍ଡା, ସୁଦର୍ଶନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ପ୍ରମୁଖ ସଚିବ ହିଞ୍ଜିଳିକାଟୁ ବ୍ଲକ ଗସ୍ତ କରି କଞ୍ଚୁରୁ ପଞ୍ଚାୟତରେ ଶିଶୁ ଉଦ୍ୟାନ, ସାରୁ ପଞ୍ଚାୟତର ଲାଇବ୍ରେରୀ, ମ୍ୟୁନିସିପାଲିଟିରେ ହିଞ୍ଜିଳି ଦେଉଳବନ୍ଧରେ ବୋଟିଂ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଥିଲେ। ଏଥିସହ ବସ ଟର୍ମିନାଲ, ଇନଡ଼ୋର ଷ୍ଟାଡ଼ୟମ ଆଦିର ଅଗ୍ରଗତି ସମ୍ପର୍କରେ ଜିଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରମୁଖ ସଚିବଙ୍କ ଗସ୍ତ ସମୟରେ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ବ୍ଲକ ଅଧ୍ୟକ୍ଷ ଏନ. ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ହିଞ୍ଜିଳିକାଟୁ କାର୍ଯ୍ୟକ୍ରମ ସାରି ପ୍ରମୁଖ ସଚିବ ଆରୋରା ଓ ଜିଲାପାଳ କୁଲାଙ୍ଗେ ଶେରଗଡ଼ ବ୍ଲକ ଗସ୍ତ କରିଥିଲେ। ପ୍ରମୁଖ ସଚିବ ପିତ୍ତଳ ପଞ୍ଚାୟତରେ ଶ୍ମଶାନ ରାସ୍ତା ନିର୍ମାଣ ଅଗ୍ରଗତି, ବହୁମୁଖୀ ଗୋଷ୍ଠୀ ସମନ୍ନିତ କେନ୍ଦ୍ର, ବୁଣାକାରମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ପରେ ପଞ୍ଚାୟତର ନୂତନ ୩ ଅଙ୍ଗନଓ୍ବାଡି କେନ୍ଦ୍ର କୋଠା ବୁଲି ଦେଖିଥିଲେ। ପିତ୍ତଳରୁ ପ୍ରମୁଖ ସଚିବ ସେରାଙ୍କୁଡା ଗ୍ରାମକୁ ଯିବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ କୌଣସି କାରଣବଶତଃ ଏହା ବାତିଲ ହୋଇଯାଇଥିଲା। ଫଳରେ ସେରାଙ୍କୁଡାର ୫୦ରୁ ଅଧିକ ଲେମ୍ବୁଚାଷୀ ସେମାନଙ୍କ ସମସ୍ୟା ଜଣାଇ ପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri