ଉଦ୍‌ଘାଟନର ୧୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ରକ୍ତଭଣ୍ଡାର

ବାସୁଦେବପୁର, ୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଉଦ୍‌ଘାଟନ ହେବାର ୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ରକ୍ତ ସଂରକ୍ଷଣ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିବା ବେଳେ ଏବେ ଏହା ଅକାମୀ ହୋଇପଡ଼ିଛି। ଏହି ରକ୍ତଭଣ୍ଡାର ବାସୁଦେବପୁର ଅଞ୍ଚଳର ରୋଗୀମାନଙ୍କ ଆବଶ୍ୟକତା ପୂରଣ ଦିଗରେ ଆଶା ସଞ୍ଚାର କରିଥିବା ବେଳେ ଏହା ବାସ୍ତବତାଠାରୁ ଦୂରେଇ ଯାଇଛି।
ବାସୁଦେବପୁର ଅଞ୍ଚଳର ରୋଗୀମାନଙ୍କର ଆବଶ୍ୟକତା ଓ ଗୁରୁତ୍ୱକୁ ଉପଲବ୍ଧି କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରକ୍ତଭଣ୍ଡାର ନିର୍ମାଣର ପରିକଳ୍ପନା କରାଯାଇଥିଲା। ତତ୍କାଳୀନ ରାଜ୍ୟ ସଭା ସଦସ୍ୟ ଡ. ମନ୍ମଥ ଦାସଙ୍କ ପାଣ୍ଠି ବିନିଯୋଗରେ ଏଠାରେ ରକ୍ତଭଣ୍ଡାର ନିର୍ମାଣ କରାଯାଇଛି। ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାକୁ ଉଦ୍‌ଘାଟନ କରାଯାଇଥିଲା। ମାତ୍ର ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରୁ ଆବଶ୍ୟକ ମୁତାବକ ରକ୍ତ ଅଣାଯାଇ ଏଠାରେ ଥିବା ସଂରକ୍ଷଣ କେନ୍ଦ୍ରରେ ମହଜୁଦ ରଖାଯାଇ ରୋଗୀଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ଥିବା ସତ୍ତ୍ବେ କାର୍ଯ୍ୟକାରୀ ହେଉ ନାହିଁ। ବିଦ୍ୟୁତ୍‌ ସମସ୍ୟା ଯୋଗୁ ରକ୍ତଷ୍ଟୋରେଜ ପାଇଁ ଥିବା ରେଫ୍ରିଜରେଟର୍‌ ପୂର୍ଣ୍ଣ ଭାବେ କାର୍ଯ୍ୟ କରୁ ନାହିଁ। ଫଳରେ ଗତ ଦୁଇମାସ ଧରି ଏହା ଅଚଳ ହୋଇରହିଛି ବୋଲି ଦାୟିତ୍ୱରେ ଥିବା ଟେକ୍ନିସିଆନ ଆଦିକନ୍ଦ ଦାଶ କହିଛନ୍ତି। ପ୍ରକାଶ ଯେ, ଏହି କେନ୍ଦ୍ରର କ୍ଷମତା ୫୦ରୁ ୬୦ ବୋତଲ ପର୍ଯ୍ୟନ୍ତ ରକ୍ତ ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ମାସରେ କେବଳ ୬/୭ ବୋତଲ ରକ୍ତ ନିୟମିତ ରୋଗୀଙ୍କୁ ଦିଆଯାଉଥିଲା ବୋଲି ଜଣାପଡ଼ିଛି। ବିଦ୍ୟୁତ ବିଭ୍ରାଟ ଯୋଗୁ ଅଧିକ ପରିମାଣରେ ରକ୍ତ ଏହି ରେଫ୍ରିଜରେଟରରେ ସଂରକ୍ଷଣ କରାଯାଇପାରୁ ନାହିଁ। ରକ୍ତ ନଷ୍ଟ ହେବା ଆଶଙ୍କାରେ ଅଧିକ ରଖାଯାଉ ନାହିଁ। ବର୍ତ୍ତମାନ କେନ୍ଦ୍ର ଅଚଳ ହୋଇ ରହିଥିବାରୁ ବିଶେଷକରି ଦୁର୍ଘଟଣାଜନିତ ରୋଗୀ, ଗର୍ଭବତୀ ଓ ପ୍ରସୂତି ଆବଶ୍ୟକ ବେଳେ ରକ୍ତ ନ ପାଇ ମରଣମୁହଁରେ ପଡୁଥିବାବେଳେ ଜୀବନକୁ ବିପନ୍ନ କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ଅନ୍ୟପକ୍ଷେ ବାସୁଦେବପୁରରେ ଚିହ୍ନଟ ହୋଇଥିବା ୪୬ଜଣ ଥାଲାସେମିଆ ରୋଗୀଙ୍କୁ ମାସିକ ରକ୍ତ ପରିବର୍ତ୍ତନ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଉପରେ ନିର୍ଭର କରିବାକୁ ପଡୁଛି। ବାସୁଦେବପୁରରେ ରକ୍ତଭଣ୍ଡାର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହିତ ଆବଶ୍ୟକ ମୁତାବକ ରକ୍ତ ମହଜୁଦ ରଖାଗଲେ ରୋଗୀଙ୍କ ଆବଶ୍ୟକତା ମେଣ୍ଟିପାରନ୍ତା ଓ ଜୀବନ ରକ୍ଷା ହୋଇପାରନ୍ତା ବୋଲି ସାମାଜିକ କର୍ମୀ କିଶୋର କୁମାର ମହାପାତ୍ର ମତ ରଖିଛନ୍ତି। ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବାସୁଦେବପୁର ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ସାମନ୍ତଙ୍କୁ ଯୋଗାଯୋଗ କରିବାରୁ ଏଭଳି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri