ଉଦ୍‌ଘାଟନକୁ ୧୫ ବର୍ଷ ବିତିଲା: କାର୍ଯ୍ୟକ୍ଷମ ହୋଇପାରିନି ଉପଖଣ୍ଡ ଷ୍ଟାଡିୟମ

ତାଳଚେର,୧୧ା୮(ନି.ପ୍ର.) – କ୍ରୀଡା ଓ କ୍ରୀଡାବିତ୍‌ଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବହୁ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ହେଲେ ତାଳଚେର ରାଜବାଟୀ ନିକଟରେ ୨୦୦୪ରୁ ନିର୍ମାଣ ହୋଇଥିବା ସବ୍‌ଡିଭିଜନାଲ ଷ୍ଟାଡିୟମକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଯେପରି ଭୁଲି ଯାଇଛନ୍ତି। କାରଣ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାର ୧୫ ବର୍ଷ ବିତିଗଲାଣି। ଅଥଚ ଷ୍ଟାଡିୟମଟି ସମ୍ପୂର୍ଣ୍ଣ ହୋଇ ଖେଳ ଉପଯୋଗୀ ହୋଇପାରି ନାହିଁ। ଏପରି କି ଷ୍ଟାଡିୟମ୍‌ର ମୁଖ୍ୟ ବିଲ୍‌ଡିଂ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯିବା ଅବସ୍ଥାକୁ ଆସିଗଲାଣି। ଏହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖା ଦେଇଛି। ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌), ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ଉଦାସୀନତା, ଅବହେଳା ଯୋଗୁ ଏହି ଷ୍ଟାଡିୟମ ଅବସ୍ଥା ଏପରି ହୋଇଥିବା କ୍ରୀଡାବିତ୍‌, ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି। ତାଳଚେରରୁ କେନ୍ଦ୍ର ଓ ରାଜ୍ୟ ସରକାର ବାର୍ଷିକ କୋଟି କୋଟ ଟଙ୍କା ରାଜସ୍ବ ନେଉଥିଲେ ବି ଏ ଅଞ୍ଚଳର ବିକାଶ ପ୍ରତି ଅଣଦେଖା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ଏମ୍‌ସିଏଲ୍‌ ତତ୍ତ୍ୱାବଧାନରେ ଓ ଆର୍ଥିକ ସହାୟତାରେ ତାଳଚେର ରାଜବାଟୀ ନିକଟ ୨୦.୯୪୦ ଏକର ଜମି ଉପରେ ଏହି ସବ୍‌ଡିଭିଜନାଲ ଷ୍ଟାଡିୟମ ନିର୍ମାଣ କରାଯିବାକୁ ସ୍ଥିର ହୋଇଥିଲା। ୧୨ା୩ା୧୯୯୬ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କ୍ଲବ ହାଉସ, ପାଚେରି, ଗ୍ରାଉଣ୍ଡ ଲେବଲିଂ ବାବଦରେ ୧ କୋଟି ୪୦ ଲକ୍ଷ ୫୨ ହଜାର ୧୧ ଟଙ୍କା ଖର୍ଚ୍ଚ ହୋଇଥିଲା। ୫ା୧ା୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ହେଲେ ୧୫ ବର୍ଷ ପରେ ବି ଅନ୍ୟ ଗ୍ୟାଲେରୀ, ପାଚେରି, ମେନ୍‌ଗେଟ ନିର୍ମାଣ ହୋଇପାରି ନାହିଁ। ପଡିଆକୁ ମଧ୍ୟ ଖେଳ ଉପଯୋଗୀ କରାଯାଇପାରି ନାହିଁ। ୨୧ା୩ା୨୦୧୩ରେ ତତ୍‌କାଳୀନ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଷ୍ଟାଡିୟମର ଅସମ୍ପୂର୍ଣ୍ଣ କାମକୁ ଆର୍‌ଡିସିଙ୍କ ଜରିଆରେ ଏମ୍‌ସିଏଲ୍‌ର କର୍ପୋରେଟ ସୋସିଆଲ ରେସପନ୍ସବିଲିଟି ଜରିଆରେ ସମ୍ପୂଣ୍ଣର୍ର୍ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ କହିଥିଲେ। କିନ୍ତୁ ୬ବର୍ଷ ପରେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଇ ନାହିଁ। ୨୦୧୮ ମେ ୧୫ରେ ୧୦ମ ଆରପିଡିଏସି ବୈଠକରେ ଏମ୍‌ସିଏଲ୍‌ର ସିଏସ୍‌ଆର୍‌ ଅର୍ଥରେ ଏହା କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା, ଯାହା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ଅପରପକ୍ଷରେ ଷ୍ଟାଡିୟମ କାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଏହାର ମେନ ବିଲ୍ଡିଂ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି। ଅନେକ ସ୍ଥାନ ଫାଟି ଆଁ କରିଛି। କେତେକ ସ୍ଥାନରେ ଛାତରୁ ପାଣି ଗଳୁଛି। କବାଟ ଝରକା ଭାଙ୍ଗି ଗଲାଣି। ଅନେକ ସ୍ଥାନରେ କାଚ ଭାଙ୍ଗି ତଳକୁ ଖସି ପଡିଲାଣି। ଏହାକୁ ନେଇ ଉପଖଣ୍ଡ କ୍ରୀଡା ସଂସଦ ସାଧାରଣ ସମ୍ପାଦକ ପେସ୍କାର ଗଡନାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଷ୍ଟାଡିୟମ ଅସମ୍ପୂର୍ଣ୍ଣ ଯୋଗୁ ବହୁ ସମସ୍ୟା ସୃଷ୍ଟି ହେଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନ ଦେବା ଦୁଃଖ ଓ ପରିତାପର ବିଷୟ ବୋଲି ସେ କହିଛନ୍ତି। ତୁରନ୍ତ ଷ୍ଟାଡିମୟର ମରାମତି ସହ ବକେୟା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବ୍ରାହ୍ମଣୀ ଅଞ୍ଚଳ ସୁରକ୍ଷା ପରିଷଦ ସଭାପତି ବିଭୁଧେନ୍ଦ୍ର ପ୍ରତାପ ଦାସ ଦାବି କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ କହିଛନ୍ତି, ସିଏସ୍‌ଆର୍‌ ଅର୍ଥରେ ମରାମତି ଓ ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ କରିବାକୁ ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri