ଉଦ୍‌ଘାଟନ ପରଠୁ ବିଜୁ ପାଠାଗାରରେ ତାଲା

ଭଞ୍ଜନଗର,୫।୩(ଡି.ଏନ୍‌.ଏ.) – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଗୁରୁବାର ୧୦୪ତମ ଜୟନ୍ତୀ। ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଶାସନ କ୍ଷମତାରେ ଥିବାରୁ ବିଜୁ ଜୟନ୍ତୀଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ପାଳନ କରିବା ପାଇଁ ସରକାରୀ ଓ ଦଳୀୟସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିସହ ଭଞ୍ଜନଗର ବାଇପାସ୍‌ ଛକ, ପୈତୃକ ବାସଭବନ ସମେତ ଅନେକ ସ୍ଥାନରେ ବିଜୁ ଜୟନ୍ତୀ ପାଳନ ହେବ। ବିଜୁବାବୁ କଟକରେ ଜନ୍ମ ହୋଇଥିଲେ ମଧ୍ୟ ଭଞ୍ଜନଗର ନିକଟସ୍ଥ ବେଲଗୁଣ୍ଠା ବ୍ଲକ ନୂଆଗଁ। ହେଉଛି ତାଙ୍କ ପୈତୃକ ଗ୍ରାମ। ବିଜୁବାବୁଙ୍କ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଜେଜେ ବାପା ପ୍ରମୁଖ ଏଠାକୁ ବିଭିନ୍ନ ସମୟରେ ଯିବାଆସିବା କରିବା ସହ ଜମିବାଡ଼ି କଥା ବୁଝୁଥିଲେ। ବର୍ତ୍ତମାନ ବିଜୁବାବୁଙ୍କ ସମ୍ପର୍କୀୟମାନେ ନୂଅଁ।ଗା, ଭଞ୍ଜନଗର ଆର୍‌ସିରୋଡ଼, ଜଗନ୍ନାଥପ୍ରସାଦ ପ୍ରମୁଖ ସ୍ଥାନରେ ବସବାସ କରୁଛନ୍ତି।
ବିଜୁବାବୁ ଏବଂ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଞ୍ଜନଗର ଅଞ୍ଚଳରେ ଅନେକ କିଛି ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି। କିନ୍ତୁ ପୈତୃକ ଗ୍ରାମର ବିକାଶ ଆଜି ପର୍ଯ୍ୟନ୍ତ ବିଶେଷ କିଛି ହୋଇପାରୁନାହିଁ। ଅବହେଳିତ ଅବସ୍ଥାରେ ରହିଛି ଏହି ଗ୍ରାମ। ୭ ବର୍ଷ ପୂର୍ବେ ଏଠାରେ ଏକ ବିଜୁ ପାଠାଗାର ନିର୍ମାଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାକୁ ଉଦ୍‌ଘାଟନ କରିଥିଲେ। ଏବାବଦରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତତ୍କାଳୀନ ଏମ୍‌ପି ଏବଂ ଜିଲା ପରିଷଦ ପାଣ୍ଠିରେ ଉକ୍ତ କୋଠା ନିର୍ମାଣ ହୋଇଥିଲା। ଏହାପରେ ପାଠାଗାରଟି ଲୋକଙ୍କ ସେବାରେ ଆସିବ ବୋଲି ଆଶା କରାଯାଉଥିଲା।
ଉଦ୍‌ଘାଟନ ପରଠୁ ପାଠାଗାର ଗୃହରେ ତାଲା ଝୁଲୁଛି। ପାଠାଗାର କିଭଳି ଲୋକଙ୍କ ସେବାରେ ଆସିବ ସେନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ। ବିଗତ କିଛିମାସ ପାଠାଗାରକୁ ଲାଗିଥିବା ପଞ୍ଚାୟତ କାର୍ଯ୍ୟାଳୟ ମରାମତି ହେଉଥିବା ଯୋଗୁ ପାଠାଗାରଟିକୁ ଅସ୍ଥାୟୀ ଭାବେ ବ୍ୟବହୃତ ହେଉଥିବା ଜଣାପଡ଼ିଛି। ଏତେଟଙ୍କା ବ୍ୟୟରେ ପାଠାଗାର ନିର୍ମିତ ହୋଇଥିଲେ ମଧ୍ୟ ବହି ଖଣ୍ଡେ ସରକାର ଦେଲେନାହିଁ। ତଥାପି ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିଶ୍ୱାସ ହରାଇନାହାନ୍ତି। ମାତ୍ର ସେମାନଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ନେତା ଓ ଅଫିସର ପ୍ରତିବନ୍ଧକ ସାଜୁଛନ୍ତି। ତେଣୁ ବିକାଶ ହୋଇପାରୁନାହିଁ ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ଅପରପକ୍ଷେ ବିଜୁ ବାବୁଙ୍କ ଜନ୍ମଦିନକୁ ମନେ ପକାଇବା ପାଇଁ ତାଙ୍କ ଘରେ ସମ୍ପର୍କିୀୟ ପୁତୁରା ପ୍ରମୋଦ ପଟ୍ଟନାୟକ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ସହାୟତା ବଟଂନ ସହ ସଭା ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri