ଉଦଳା ଏନ୍‌ଏସିରେ ବାଘ ଆତଙ୍କ

ଉଦଳା,୨୭ା୮ (ଡି.ଏନ୍‌.ଏ.) – କପ୍ତିପଦା ଉପଖଣ୍ଡ ସଦର ମହକୁମା ଉଦଳା ଏନଏସିର ୧୨ ନଂ ୱାର୍ଡରେ ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତିରେ ଏହି ଓ୍ବାର୍ଡକୁ ବାଘ ପଶି ଆସିଥିବା ଖବର ପ୍ରଚାରିତ ହୋଇଥିଲା। ଏଥିନେଇ ଲୋକେ ଆତଙ୍କିତ ହୋଇ ପଡିଥିଲେ। ବନ ବିଭାଗ ପାଖରେ ଏ ସମ୍ପର୍କରେ କୌଣସି ଠୋସ୍‌ ଖବର ନ ଥିବା ବେଳେ ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି ଉଦଳା ରେଞ୍ଜ ଅଧିକାରୀ ଅଜୟ କୁମାର ଦାସ କହିଛନ୍ତି। ଯଦି ସହର ଭିତରକୁ ବାଘ ପଶି ଆସିଥିବା ଜଣାପଡ଼େ ତେବେ ବନ ବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବର୍ତ୍ତମାନ ଜଙ୍ଗଲୀ ଛତୁ ମିଳୁଥିବାରୁ ସକାଳ ହେଲା ମାତ୍ରେ ଗ୍ରାମବାସୀମାନେ ଛତୁ ଆଣିବାକୁ ଜଙ୍ଗଲକୁ ଯାଉଛନ୍ତି। ଛତୁ ଆଣିବାକୁୁ ଯାଉଥିବା ଲୋକଙ୍କୁ ଭୟଭୀତ କରିବା ପାଇଁ କେହି ଏଭଳି ଗୁଜବ ପ୍ରଚାର କରିଥିବା କୁହାଯାଉଛି ା ଉଲ୍ଲେଖଯୋଗ୍ୟ ଯେ, ଉଦଳା ସହରର ପଶ୍ଚିମ ଦିଗକୁ ଶିମିଳିପାଳ ଅଭୟାରଣ୍ୟ ରହିଛି। ୨୦୧୬ରେ ଗୋଟିଏ କଲରାପତରିଆ ବାଘ ଅଭୟାରଣ୍ୟରୁ ଖସିଆସି ୧୨ ନଂ ୱାର୍ଡର ଏକ ଫାର୍ମ ହାଉସରେ ପଶିଯାଇଥିଲା। ସେତେବେଳେ ବନ ବିଭାଗର କର୍ମଚାରୀମାନଙ୍କୁ ଏଥିପାଇଁ ନାକେଦମ୍‌ ହେବାକୁ ପଡ଼ିଥିଲା। ବର୍ତ୍ତମାନ ବାଘ ଆତଙ୍କ ଦେଖାଦେଇଥିତ୍ବାରୁ ଉଦଳା ବନ ବିଭାଗ ଏଥିପ୍ରତି ନଜର ରଖିଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri