ଉତ୍ତର, ଦକ୍ଷିଣ ଘୁମୁସରରେ କୃଷ୍ଣସାର ସଂଖ୍ୟା ବୃଦ୍ଧି

ଭଞ୍ଜନଗର/ବୁଗୁଡା/ଆସିକା,୨୯।୨(ଡି.ଏନ୍‌.ଏ.) – କୃଷ୍ଣସାର ମୃଗ ଗଞ୍ଜାମ ଜିଲାର ଦକ୍ଷିଣ ଘୁମୁସର ବନଖଣ୍ଡରେ ପ୍ରାୟ ଦେଖାଦିଏ। ବ୍ରହ୍ମପୁର ଓ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ କମ୍‌ ଦେଖାଦିଅନ୍ତି। ପ୍ରତି ଦୁଇବର୍ଷକୁ ଥରେ ରାଜ୍ୟରେ କୃଷ୍ଣସାର ମୃଗ ଗଣନା ହୁଏ। ଶୁକ୍ରବାର ଗଞ୍ଜାମ ଜିଲାର ୩ ବନଖଣ୍ଡରେ ମୃଗ ଗଣନା ହୋଇଛି। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ପୂର୍ବ ଗଣନା ଅପେକ୍ଷା ମୃଗ ସଂଖ୍ୟା ବହୁତ ବୃଦ୍ଧି ପାଇଥିବା ଜଣାପଡିଛି। ଦୁଇବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଉତ୍ତର ଘୁମୁସର ବନଖଣ୍ଡରେ କୃଷ୍ଣସାର ମୃଗ ଗଣନା ହୋଇଥିଲା। ଏଥିରେ ୨୨୪ ମୃଗ ଥିବା ଜଣାପଡିଛି। ଚଳିତ ବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଥିବା ଜଣାପଡିଛି। ଡିଏଫଓ ଅଭୟ କୁମାର ଦଳେଇଙ୍କ ନେତୃତରେ ୩୦ଟି ଟିମ୍‌ ଗଠନ ହୋଇ ମୃଗ ଗଣନା କରିଥିଲେ।
ସେହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡରେ ଦୁଇବର୍ଷ ପୂର୍ବେ ହୋଇଥିବା ଗଣନା ସମୟରେ ପ୍ରାୟ ୨୮ଶହ ମୃଗ ଥିଲେ। ଶୁକ୍ରବାର ଗଣନା ସମୟରେ ତା’ଠାରୁ ଅଧିକ ମୃଗ ଥିବା ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡା, ପୋଲସରା, ଆସିକା ପ୍ରମୁଖ ରେଞ୍ଜରେ ପ୍ରାୟ କୃଷ୍ଣସାର ମୃଗ ଦେଖାଦିଅନ୍ତି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେଉରାଙ୍କ ନେତୃତରେ ୬୩ଟି ଟିମ୍‌ ଗଠନ ହୋଇଥିଲା ମୃଗ ଗଣନା ପାଇଁ। କର୍ମଚାରୀମାନେ ସକାଳ ୬ଟାରୁ ଦିବା ୧୨ ଟା ପର୍ଯ୍ୟନ୍ତ ଗଣନା କରିଥିଲେ। ବିଭାଗୀୟ ଉଚ୍ଚ ପଦାଧିକାରୀ ଏବଂ ବିଶେଷଜ୍ଞମାନେ ଯାଞ୍ଚ କରିବା ପରେ ଚୂଡାନ୍ତ ରିପୋର୍ଟ ପ୍ରକାଶିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri