ଉଠାଦୋକାନୀଙ୍କ କବ୍‌ଜାରେ ଫୁଟ୍‌ପାଥ୍‌

ଭୁବନେଶ୍ୱର,୧୯।୭(ବ୍ୟୁରୋ) : ରାଜଧାନୀର ଫୁଟପାଥ୍‌ଗୁଡ଼ିକ ପଥଚାରୀ ଏବଂ ସାଇକେଲ ଚାଳକଙ୍କ ପାଇଁ ଉଦ୍ଦିଷ୍ଟ। କେହି ବି ଫୁଟପାଥ୍‌ ଉପରେ ଦୋକାନ କରି କିମ୍ବା ଗାଡ଼ି ପାର୍କିଂ କରି ତାହାକୁ ଜବରଦଖଲ କରିପାରିବେ ନାହିଁ। ଯିଏ ଜବରଦଖଲ କରିବେ ତାଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଏନଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିବ ବୋଲି ବିଏମ୍‌ସି-ବିଡିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହା କେବଳ ତୁଚ୍ଛା ଘୋଷଣା ବୋଲି ଏବେ ସହରରେ ଆଲୋଚନା ହେଉଛି। ଅଧିକାଂଶ ସ୍ଥାନରେ ଫୁଟ୍‌ପାଥ୍‌କୁ ଉଠାଦେକାନୀ କବ୍‌ଜା କରିଥିଲେ ମଧ୍ୟ ଏହା ଏନଫୋର୍ସମେଣ୍ଟ ଟିମ୍‌କୁ ଦେଖାଯାଉନାହିଁ। ଅନ୍ୟପଟେ ଏନଫୋର୍ସମେଣ୍ଟ ଟିମ୍‌ ବିଭିନ୍ନ ବସ୍ତି ଓ କ୍ଲବକୁ ଉଚ୍ଛେଦ କରିବାରେ ଲାଗିପଡ଼ିଛି। ମାତ୍ର ପ୍ରକୃତ ସମସ୍ୟା ପ୍ରତି ଆଖି ବୁଜି ଦେଇଛି।
ୟୁନିଟ-୧ ହାଟ ନିକଟ ଫୁଟ୍‌ପାଥ୍‌କୁ ଏବେ ସେଠାକାର ଫଳ ଦୋକାନୀ ଅଧା ମାଡ଼ି ବସିଥିବାବେଳେ ଆଉ ଅଧାକ ସ୍ଥାନରେ ବାଇକ୍‌ ପାର୍କିଂ ହେଉଛି। ସେହିପରି କେତେଜଣ ଉଠାବ୍ୟବସୀୟୀ ମଧ୍ୟ ଫୁଟ୍‌ପାଥ୍‌ ଉପରେ ପସରା ମେଲାଇଛନ୍ତି। କେହି ପଞ୍ଜୁରୀ ବିକୁଛି ତ ଆଉ କିଏ ରଶି। ସବୁ ସାମଗ୍ରୀ ଫୁଟପାଥ ଉପରେ ହିଁ ରହୁଛି। ତେଣୁ ପଥଚାରୀଙ୍କ ପାଇଁ ଜାଗା ନାହିଁ। ସେହିପରି ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଘର ସମ୍ମୁଖ ଫୁଟପାଥ୍‌ କଥା ନ କହିବା ଭଲ। ଏଠାରେ ଫୁଟପାଥ୍‌ ଓ ରାସ୍ତା ସବୁ ଜବରଦଖଲ। ୟୁନିଟ-୧ରେ ଚାରା ଏବଂ ବେଡଶିଟ୍‌ ବ୍ୟବସାୟୀଙ୍କ ଅକ୍ତିଆରରେ ଫୁଟପାଥ୍‌ ରହିଛି। କେତେକ ସ୍ଥାନରେ ଡ୍ରେନ୍‌ ଉପରେ ଠେଲାଗାଡ଼ିରେ ଟିଫିନ୍‌ ଷ୍ଟଲ ଖୋଲଯିବା ସହ ପରିବା ବେପାର ଚାଲିଛି। ଏଜିରୁ ରାଜମହଲ ଆସିବା ରାସ୍ତାରେ ବେଡ଼ସିଟ, ଗଦି, କସ୍‌ମେଟିକ୍ସ ଆଦି ବ୍ୟବସାୟୀମାନେ ଫୁଟପାଥକୁ ନିଜ ଘର କରିସାରିଲେଣି। ଫୁଟ୍‌ପାଥ୍‌ରେ ରୋଷେଇ କରିବାଠୁ ଆରମ୍ଭ କରି ରାତିରେ ଖଟିଆ ପକାଇ ଶୋଉଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ପ୍ରତି ବି ସେମାନଙ୍କର ଭୟ ନାହିଁ। ବାରମ୍ବାର ଉଚ୍ଛେଦ କଲା ପରେ ଉଠାଦୋକାନୀମାନେ ପୁନର୍ବାର ସେହି ଜାଗା ମାଡ଼ିବସୁଛନ୍ତି। ଏ ନେଇ ବିଡିଏ ଯୋଗସୁତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି କହିଛନ୍ତି, ଫୁଟପାଥ୍‌ ଯେପରି ଦଖଲ ନ ହେବ ସେଥିପାଇଁ ବିଏମ୍‌ସି-ବିଡିଏର ଏନଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଥିଲା। ଏବେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବାରମ୍ବାର ଉଚ୍ଛେଦ କଲା ପରେ ବି ଯଦି ଲୋକେ ସଚେତନ ନ ହେବେ ତାହେଲେ ଯେତେ ଉଚ୍ଛେଦ କଲେ କିଛି ଲାଭ ନାହିଁ। ଜବରଦଖଲ ହେବା ପରେ ତା’କୁ ନଜର ରଖିବା ପାଇଁ ସ୍ପେଶାଲ ଜଏଣ୍ଟ ସ୍କାଡ୍‌ ଗଠନ କରାଯାଇଛି। ଯାହାକି ଶିଶୁ ଭବନରୁ ବାଣୀବିହାର ଛକ, ଏଜିଠାରୁ ରାଜମହଲ, ନନ୍ଦନକାନନଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ଫୁଟପାଥ୍‌ ଉପରେ ନଜର ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri