ଉଜୁଡିଯାଉଛି ସ୍ମୃତିର ସ୍ମାରକୀ: ଅବହେଳିତ ଗାନ୍ଧିଜୀଙ୍କ ସ୍ମୃତି, ସ୍ମାରକୀ

ଭଦ୍ରକ ଅଫିସ, ୨ା୧୦- ସ୍ବାଧୀନତା ସଂଗ୍ରାମର ସ୍ମୃତି ଓ ବଳିଦାନ ଏ ମାଟିକୁ କରିଛି ଗୌରବାନ୍ବିତ। ଧାମନଗରରେ ଲୁଣିଆ ଓ ବାସୁଦେବପୁର ଇରମ ଗୁଳିକାଣ୍ଡ, ଭଣ୍ଡାରିପୋଖରୀ ଥାନା ପୋଡି ଭଳି ଘଟଣାରେ ସଂଗ୍ରାମୀଙ୍କ ଆମତ୍ବଳିଦାନ ଇତିହାସକୁ ଆଜି ବି ଏ ମାଟି ଝୁରୁଛି।ଜାତିର ଜନକ ମହାତ୍ମା ଗାନ୍ଧୀ ସେତେବେଳେ ଭଦ୍ରକ ଜିଲାକୁ ୩ ଥର ଗସ୍ତରେ ଆସି ସ୍ବାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇଥିଲେ। ଗାନ୍ଧିଜୀଙ୍କ ଭଦ୍ରକ ଅବସ୍ଥାନ ସମୟର ଅନେକ ସ୍ମୃତିକୁ ଏମାଟି ମଧ୍ୟ ଧରି ରଖିଛି। ସଂଗ୍ରାମର ଶହୀଦ ସ୍ମୃତିସ୍ଥଳ ସମେତ ଗାନ୍ଧୀଙ୍କ ସ୍ମୃତିରକ୍ଷା ଲାଗି ନିର୍ମିତ ସ୍ମାରକୀ ସବୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କ୍ରମେ ଅବହେଳିତ ହୋଇ ପଡୁଥିବା ସଚେତନ ନାଗରିକ, ସଂଗ୍ରାମୀ ଓ ସେମାନଙ୍କ ଦାୟଦମାନେ ଅଭିଯୋଗ କରୁଛନ୍ତି।
ରାତି ପହିଲେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଲାଗି ପ୍ରଶାସନ ଏଥର ପୂଜ୍ୟପୂଜା କାର୍ଯ୍ୟକ୍ରମ ସମେତ ଅନେକ ପ୍ରସ୍ତୁତି କରିଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗାନ୍ଧୀଙ୍କ ଜୀବନାଦର୍ଶକୁ ନେଇ ପ୍ରତିଯୋଗିତା କରାଯାଇଛି। କିନ୍ତୁ ଗାନ୍ଧିଜୀଙ୍କ ସ୍ମୃତି ବହନ କରୁଥିବା ପୀଠ ଓ ସ୍ମାରକୀର ସୁରକ୍ଷା ଓ ବିକାଶ ଲାଗି କୌଣସି ପଦକ୍ଷେପ ନିଆଯାଉ ନାହିଁ ା ସ୍ଥାନୀୟ ସହରର ମଧ୍ୟଭାଗ ସାଳନ୍ଦୀ ନଦୀର ଅନତି ଦୂର ଭଦ୍ରକ ଗାନ୍ଧୀ ପଡିଆରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଏଠି ଏକ ଭିନ୍ନ ଚିତ୍ର ପ୍ରଦାନ କରୁଛି। ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ନିର୍ମିତ ଏହି ପ୍ରତିମୂର୍ତ୍ତି ଗତ ୧୦ ବର୍ଷ ହେଲା ଏକପ୍ରକାର ଭାଙ୍ଗିରୁଜି ଯାଇଛି। ପ୍ରତିମୂର୍ତ୍ତିରୁ ବି ଛାଡି ଯାଇଛି ରଙ୍ଗ । ପ୍ରତିମୂର୍ତ୍ତି ଉପରେ ନିର୍ମିତ ଛାତରୁ ପ୍ଲାଷ୍ଟର ବାହାରି ପଡିଛି। ଗାନ୍ଧୀ ବିଚାର ମଞ୍ଚ ତରଫରୁ ଏହି ପ୍ରତିମୂର୍ତ୍ତିର ସୁରକ୍ଷା ଓ ଏହାର ପାରିପାର୍ଶ୍ୱକ ଉନ୍ନତୀକରଣ ଲାଗି ଦାବି କରାଯାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଭଦ୍ରକର ଗାନ୍ଧୀ ମନ୍ଦିର ଓ ଗାନ୍ଧୀ ଓଡିଶା ବାଳାଶ୍ରମ ଭଳି ଅନ୍ୟସ୍ଥାନରେ ଗାନ୍ଧିଜୀଙ୍କ ସ୍ମୃତିକୁ ସୁରକ୍ଷିତ ରଖିବା ସକାଶେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ ା ଭଦ୍ରକ ଟାଉନ ଥାନା ସମ୍ମୁଖ ମହତାବ କୋଠାରେ ଗାନ୍ଧିଜୀ ୧୯୨୩ ଡିସେମ୍ବର ୧୭ ଏବଂ ୧୯୩୪ ଜୁଲାଇ ୩ ତାରିଖରେ ଅବସ୍ଥାନ କରିଥିଲେ। ଏହି ସ୍ମୃତିକୁ ମନେ ରଖିବା ଲାଗି କୋଠା ସମ୍ମୁଖରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତିଆରି ହୋଇଛି। ସବୁବେଳେ ଏହି ପ୍ରତିମୂର୍ତ୍ତିକୁ ଖରାବର୍ଷା ସହ୍ୟ କରି ପି ରହିଛି। ବର୍ଷରେ ଥରେ ମଧ୍ୟ ପ୍ରତିମୂର୍ତ୍ତିରେ ରଙ୍ଗ ଲାଗୁ ନାହିଁ।
ଗାନ୍ଧୀଙ୍କ ପଦାର୍ପଣ ସ୍ମୃତି ଭଦ୍ରକ ମାଟିକୁ କିଭଳି ମହିମାନ୍ବିତ କରିଛ ତାହାର ଏକ ନଜୀର ଗାନ୍ଧୀ ଓଡିଶା ବାଳାଶ୍ରମ । ଏଠାରେ ମହାତ୍ମା ଗାନ୍ଧୀ ୩ ଦିନ ଅବସ୍ଥାନ କରିଥିଲେ। ସେ ବ୍ୟବହାର କରିଥିବା ଖଦଡ ବସ୍ତ୍ର, ଅରଟ, ଚକି, ଶୋଇଥିବା ଖଟ ଏଭଳି କିଛି ସ୍ମୃତି ଛାଡି ଯାଇଥିଲେ। ଏସବୁ ଉପାଦାନକୁ ନେଇ ଗଢି ଉଠିଛି ଗାନ୍ଧୀ ସ୍ମୃତି ମନ୍ଦିର। ସେଠାରେ ଗୋଟିଏ ଘରେ ଗାନ୍ଧୀଙ୍କ ବ୍ୟବହୃତ ସାମଗ୍ରୀ ସାଇତା ହୋଇରହିଛି । ଅତ୍ୟାଧୁନିକ ଉପାୟରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଏଥିରେ ଉଇ ଲାଗିଯିବାର ଭୟ ଦେଖାଦେଇଛି। ଏହି ଘରକୁ ସଂଗ୍ରାହାଳୟ ଭାବେ ବ୍ୟବହାର କରି ଉଚିତ ସଂରକ୍ଷଣ କରା ନ ଗଲେ ଏଠାରୁ ଗାନ୍ଧୀଙ୍କ ଚିହ୍ନ ଖୁବଶୀଘ୍ର ନଷ୍ଟ ହୋଇଯିବାର ଆଶଙ୍କା ରହିଛି।
ଗାନ୍ଧିଜୀଙ୍କ ସ୍ମୃତି ରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ‘ଗାନ୍ଧୀ ସର୍କିଟ ଯୋଜନା’ ମଧ୍ୟ ଏଠି ବାଟବଣା ହୋଇପଡିଛି। ଗାନ୍ଧୀ ଜୟନ୍ତୀ ଆସିଲେ କେବଳ ଉତ୍ସବ ପାଳନ କରି ପ୍ରଶାସନିକ ଅଧିକାରୀ ଓ ଅନ୍ୟମାନେ ନିଜ ଦାୟିତ୍ୱ ସାରି ଦେଉଛନ୍ତି ବୋଲି ସଚେତନ ନାଗରିକମାନେ ମତ ଦେଉଛନ୍ତି। ଗାନ୍ଧୀ ବାଳାଶ୍ରମର ମୁଖ୍ୟ ଅଶୋକ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛିନ୍ତି ଯେ, ଗାନ୍ଦିଜୀଙ୍କ ସ୍ମାରକୀର ସୁରକ୍ଷା ଲାଗି ଯୋଜନା ହେଉଛି, କିଛି କାମ ହେଉ ନାହିଁ ା ଏଥିଲାଗି ପ୍ରଶାସନିକ ଅବହେଳା ଦାୟୀ। ଏ ସମ୍ପର୍କରେ ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ପଚାରିବାରୁ , ଜିଲାରେ ଗାନ୍ଧୀଙ୍କ ଐତିହ୍ୟ ପୀଠକୁ ଚିହ୍ନଟ କରାଯାଇ ଏହାର ସୁରକ୍ଷା ଓ ଉନ୍ନତିକରଣ ଲାଗି କେନ୍ଦ୍ରକୁ ପ୍ରସ୍ତାବ ପଠାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri