ଉଜୁଡ଼ିଯିବ ରବିଧାନ ଫସଲ

ସମ୍ବଲପୁର,୧୧ା୪(ବ୍ୟୁରୋ) କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ କରି କଟକଣା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହାର ଅବଧି ବଢାଇ ଦେଇଛନ୍ତି। ଏହାର ପ୍ରଭାବ ଚାଷ କ୍ଷେତ୍ରରେ ପଡିଛି। ସାମାଜିକ ଦୂରତା ପାଳନ କରିବା ଓ କରୋନା ଭୟରେ ଆବଶ୍ୟକ ଅନୁସାରେ ଶ୍ରମିକ ମିଳୁ ନାହାନ୍ତି । ଫଳରେ ରବି ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଚାଷୀଙ୍କ କହିବା ଅନୁସାରେ, ଏବେ ଧାନ ଫସଲ ଗର୍ଭିଣୀ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ଧାନ ଥୋଡ ଧରିଛି। ଧାନ ପାଚିଲା ପର୍ଯ୍ୟାୟରେ ପହଞ୍ଚିଗଲାଣି। ଏ ସମୟରେ ରୋଗପୋକ ଲକ୍ଷଣ ବଢି ଚାଲିଛି । ରୋଗ ପୋକ ନିୟନ୍ତ୍ରଣ ପାଇଁ ଶ୍ରମିକ ମିଳୁ ନାହାନ୍ତି । ଏକର ଏକର ଜମିରେ ନିଜେ କୀଟନାଶକ ଓ ସାର ଦେବା ସମ୍ଭବପର ନୁହେଁ। ଏ ସମୟରେ ଯଦି ଫସଲର ଯତ୍ନ ଠିକ୍‌ ଭାବେ ନିଆ ନ ଯାଏ ତାହା ହେଲେ ସବୁ ନଷ୍ଟ ହୋଇଯିବ। ଚାଷୀ କରିଥିବା ଖର୍ଚ୍ଚ ଓ ପରିଶ୍ରମର ଫଳ ପାଇବ ନାହିଁ । ଋଣ ପରିଶୋଧ ମଧ୍ୟ କରିପାରିବ ନାହିଁ । ଗ୍ରାମ ଗୁଡିକରେ ଲୋକମାନେ ଅଧିକ ଭୟଭୀତ ହୋଇ ରହୁଛନ୍ତି। କାମ କରିବାକୁ ଗଲେ ସଂକ୍ରମଣ ଭୟ ରହୁଛି। ତେଣୁ ସେମାନେ କାମ କରିବା ପାଇଁ ରାଜି ହେଉନାହାନ୍ତି । ପାଖ ଗ୍ରାମର ମଧ୍ୟ ଶ୍ରମିକମାନେ ଆସୁ ନାହାନ୍ତି । ପ୍ରାୟ ଗ୍ରାମର ମୁଖ୍ୟ ରାସ୍ତା ଗୁଡିକ ସିଲ୍‌ କରି ଦିଆଯାଇଛି । ତେଣୁ ଶ୍ରମିକମାନଙ୍କ ପାଖକୁ ଯାଇ ହେଉନାହିଁ କି ସେମାନେ ଆସି କାମ କରିପାରୁ ନାହାନ୍ତି। ଏପ୍ରିଲ ମାସ ଶେଷ ସୁଦ୍ଧା ଧାନ କାଟିବାକୁ ହୋଇଯିବ । ସେ ସମୟରେ ଅଧିକ ଶ୍ରମିକର ଆବଶ୍ୟକତା ରହିଥାଏ। ତେଣୁ ଆହୁରି ସମସ୍ୟା ହୋଇଯିବ। ବର୍ଷା, ଝଡ ତୋଫାନ ଧାନ ନଷ୍ଟ କରିଦେବ। କରୋନା ପାଇଁ ଚଳିତ ରବିରେ ଧାନ ଫସଲ ଉତ୍ପାଦନ ଓ ଧାନ ସଂଗ୍ରହରେ ସଙ୍କଟ ଦେଖାଦେବ ବୋଲି ଚାଷୀମାନେ କହିଛନ୍ତି । ଏହା ସହ ସବୁଠାରୁ ଆଉ ଏକ ବଡ ସମସ୍ୟା ହେଉଛି ସାର ଓ କୀଟନାଶକ ବଜାରରେ ଆବଶ୍ୟକ ଅନୁସାରେ ବିକ୍ରି ନ ହେବା । ଚାଷୀଙ୍କ ବାରମ୍ବାର ଦାବି ଅନୁସାରେ ଜିଲା ପ୍ରଶାସନ କୃଷି ବିଭାଗ ସହ ଆଲୋଚନା କରି ଦିନକୁ ଅଢେଇ ଘଣ୍ଟା ସାର ଓ କୀଟନାଶକ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲା। ହେଲେ ଚାଷୀଙ୍କ ଆବଶ୍ୟକ ଅନୁସାରେ ଡିଲର ଓ ରିଟେଲରମାନଙ୍କ ପାଖରେ ଔଷଧ, ସାର ମିଳୁନାହିଁ । ଲକଡାଉନ ଯୋଗୁ ବାହାରୁ ମାଲ ପରିବହନ ହୋଇ ପାରୁନାହିଁ ବୋଲି ସେମାନେ ବାହାନା କରୁଛନ୍ତି। ମୋଟା ମୋଟି ଦେଖିବାକୁ ଗଲେ କରୋନା ଚାଷ ଓ ଚାଷୀ ଉପରେ ମଧ୍ୟ ପ୍ରଭାବ ପକାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ଅମିତାଭଙ୍କୁ ଧନୀ ବନାଇବାରେ ଥିଲା ଏହି ବ୍ୟକ୍ତିଙ୍କ ହାତ! ଜାଣନ୍ତୁ କିଏ ସେହି ୧୫,୦୦୦ କୋଟିର ମାଲିକ

ମୁମ୍ବାଇ: କୌଣସି ଏକ ସମୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଥିବା ପ୍ରେମଚନ୍ଦ ଗୋଧାଙ୍କ ଶୂନ୍ୟରୁ ଶିଖରକୁ ପହଞ୍ଚିବାର କାହାଣୀ ପ୍ରକୃତରେ ଅତ୍ୟନ୍ତ…

ଦାନ ଚୋରି ମାମଲାରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ କର୍ମଚାରୀଙ୍କୁ କରାଯିବ ବହିଷ୍କାର !

ଅଯୋଧ୍ୟା,୧୭।୭: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ଘଟଣାର SIT ତଦନ୍ତ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ମୁତାବକ, ସୁପାରିଶ…

ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲେ ୩ ରଥ

ପୁରୀ,୧୭ା୭: ସରିଲା ରଥଟଣା। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ପହଞ୍ଚିବା ପରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ…

ଜୁଲାଇରେ ୧୭ ପ୍ରତିଶତ ଅଧିକ ବର୍ଷା: ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର

ଭୁବନେଶ୍ୱର,୧୭ା୭: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।…

ଗୋଟିଏ ଦିନପରେ କୋଟିଆରେ ହେଲା ରଥଟଣା: ଯୋଗ ଦେଲେ ପଟ୍ଟାଙ୍ଗି ବିଧାୟକଙ୍କ ସହ…

ପଟ୍ଟାଙ୍ଗି,୧୭।୭(ଶରତ କୁମାର ଧଳ): ସାରା ରାଜ୍ୟରେ ଗୋଟିଏ ଦିନରେ ରଥଯାତ୍ରା ବା ରଥଟଣା ହେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଦିନକ ପରେ ରଥଯାତ୍ରା ବା ରଥଟଣା…

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri