ଉଜୁଡ଼ିଛି ଶିକ୍ଷା ଭିତ୍ତିଭୂମି: ବାଧାପ୍ରାପ୍ତ ହେବ ପାଠପଢ଼ା

ପୁରୀ ଅଫିସ,୪।୬: ବାତ୍ୟା ‘ଫନୀ’ ଯୋଗୁ ପୁରୀ ଜିଲାରେ ବ୍ୟାପକ କ୍ଷତି ଘଟିଛି। ଏଥିରୁ ବର୍ତ୍ତିପାରିନି ସ୍କୁଲ, କଲେଜ। ଅଧିକାଂଶ ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। କାହାର ଆଜବେଷ୍ଟସ୍‌ ଛାତ ଉଡ଼ିଯାଇଛି ତ କାହାର କାନ୍ଥ, ପାଚେରି ଭୁଶୁଡ଼ି ପଡ଼ିିଛି। ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ମରାମତି ହୋଇନାହିଁ। ଶିକ୍ଷା ଭିତ୍ତିଭୂମି ଉଜୁଡ଼ିଯାଇଛି। ଫଳରେ ଚଳିତ ବର୍ଷ ପାଠପଢା ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।
ଗ୍ରୀଷ୍ମକାଳୀନ ଛୁଟି ପାଇଁ ଗତ ମେ ୩ ତାରିଖଠାରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଛୁଟି ସରିବା ପରେ ଆସନ୍ତା ୧୭ତାରିଖରୁ ସ୍କୁଲ, କଲେଜ ଖୋଲିବ। ତେବେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ମରାମତି କାମ ହୋଇନାହିଁ। ସ୍କୁଲ, କଲେଜ ପରିସରରେ ଗଛ ଭାଙ୍ଗି ପଡ଼ିରହିଛି। ଝରକା, କବାଟ, ଆଜବେଷ୍ଟସ୍‌ ସବୁ ଭଙ୍ଗା ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ ପାଠପଢା କିପରି ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ଶିକ୍ଷାବର୍ଷ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ଅଭିଭାବକ ନବକିଶୋର ପ୍ରଧାନ କହିଛନ୍ତି, ଚଳିତ ଶିକ୍ଷାବର୍ଷ ପାଇଁ ଚିନ୍ତା ଘାରିଛି। ପିଲାଙ୍କ ଭବିଷ୍ୟତକୁ ନେଇ ମନରେ ଆଶଙ୍କା ଲାଗିରହିଛି। ଅନ୍ୟପଟେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲର ଶ୍ରେଣୀଗୃହ କୋଠରିଗୁଡ଼ିକ ନଷ୍ଟ ହୋଇଛି। ଆଜବେଷ୍ଟସ ସବୁ ଉଡ଼ିଯାଇଛି। ସେହିପରି ଜିଲା ସ୍କୁଲ, ବିଶ୍ୱମ୍ବର ବିଦ୍ୟାପୀଠ, ଭୋଳାନାଥ ବିଦ୍ୟାପୀଠ, ଗଦାଧର ବିଦ୍ୟାପୀଠ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ନରେନ୍ଦ୍ରକୋଣସ୍ଥିତ ମହିଳା ମହାବିଦ୍ୟାଳୟ ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ ବ୍ୟାପକ କ୍ଷତି ଘଟିଛି। ନୂତନ ଶିକ୍ଷାବର୍ଷରୁ କିପରି ପିଲାଙ୍କ ପାଠପଢା ହେବ ସେନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ। ଏସ୍‌ସିଏସ୍‌ କଲେଜର ଅଧ୍ୟକ୍ଷା ସୁଜାତା ମିଶ୍ର କହିଛନ୍ତି, ବହୁ ଶ୍ରେଣୀଗୃହ, ବିଜ୍ଞାନ ବିଭାଗ, କମ୍ପ୍ୟୁଟର ଲ୍ୟାବ, ସ୍ମାର୍ଟ ହଲ, ୪ଟି ହଷ୍ଟେଲ କୋଠା କ୍ଷତିଗ୍ରସ୍ତ ହୋଇଛି। କଲେଜ ପାଚେରୀ ଭୁଶୁଡ଼ି ପଡ଼ିିଛି। ପ୍ରାୟ ୩୭କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ଦିଆଯାଇଛି। ଛୁଟିପରେ ପିଲାମାନେ ଆସିଲେ କେଉଁଠି ରହିବେ ତାହା ଚିନ୍ତାର କାରଣ ହୋଇଛି। ସେହିପରି ସରକାରୀ ମହିଳା ମହାବିଦ୍ୟାଳୟର ୨କୋଟି ଟଙ୍କାର କ୍ଷତି ଘଟିଛି। ନବନିର୍ମିତ ୩ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନଷ୍ଟ ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ମଧ୍ୟ ବ୍ୟାପକ କ୍ଷତି ଘଟିଛି। ୩ ଛାତ୍ରାବାସ, କୋଠା, ପାଚେରି ନଷ୍ଟ ହୋଇଛି। ସରକାରଙ୍କୁ ୩୭ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ଦିଆଯାଇଛି ବୋଲି କୁଳପତି ପ୍ରଫେସର ରାଧାମାଧବ ଦାଶ କହିଛନ୍ତି। ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ୩୦ଲକ୍ଷ ଟଙ୍କା କ୍ଷତି ଘଟିଥିବା ଅଧ୍ୟକ୍ଷ ଡ. ଜଗବନ୍ଧୁ ମିଶ୍ର କହିଛନ୍ତି। ଛାତ୍ର ନେତା ସୌଭାଗ୍ୟ ଦାଶ କହିଛନ୍ତି, କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି। ଜିଲା ଶିକ୍ଷାଧିକାରୀ ହୃଷୀକେଶ କାଣ୍ଡି କହିଛନ୍ତି, ଜିଲାର ୨୩୫୫ଟି ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୩୭କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ପରିସ୍ଥିତି ଅନୁଧ୍ୟାନ କରି ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ନେଇ ବିଇଓ ଏବଂ ପ୍ରଧାନ ଶିକ୍ଷକମାନଙ୍କ ସହିତ ଆଲୋଚନା କରାଯାଉଛି। ସେହିପରି ଜିଲାପାଳ ବଲଓ୍ବନ୍ତ ସିଂ କହିଛନ୍ତି, ଶିକ୍ଷା ହେଉଛି ସଫଳତାର ମାପକାଠି। ପ୍ରାଥମିକ ପର୍ଯ୍ୟାୟରେ ବିଦ୍ୟାଳୟଗୁଡ଼ିକର ସଫେଇ ଉପରେ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ନିକଟକୁ କ୍ଷୟକ୍ଷତି ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ବିଦ୍ୟାଳୟ ଭିତ୍ତିଭୂମି ସଜାଡ଼ିବା ଲାଗି ଉଦ୍ୟମ ହେବ। ସ୍କୁଲ ପରିସରରେ ବ୍ୟାପକ ଚାରାରୋପଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri