ଉଜୁଡ଼ି ଯାଉଛି ଉପକୂଳ ବନାଞ୍ଚଳ

ଭୋଗରାଇ, ୨୬।୨(ପ୍ରଦୀପ ଦାସ)-ପ୍ରକୃତିର ଅମୂଲ୍ୟ ସମ୍ପଦ ଜଙ୍ଗଲ। ପ୍ରକୃତିକୁ ସୁରକ୍ଷିତ ରଖିଲେ ଆମେ ସୁରକ୍ଷିତ ରହିପାରିବା। ସମୁଦ୍ର ଉପକୂଳବର୍ତ୍ତୀ ଜଙ୍ଗଲ ଦିନକୁ ଦିନ ଧ୍ୱଂସ ହୋଇଯାଉଥିବାରୁ ତାପମାତ୍ରା ବୃଦ୍ଧି ପାଇବା ସହିତ ପରିବେଶ ଉପରେ ଗଭୀର ପ୍ରଭାବ ପଡୁଛି। ଓଡ଼ିଶାରେ ୪୭.୦୩ ବର୍ଗ କି.ମି. ଅଞ୍ଚଳରେ ରହିଛି ଜଙ୍ଗଲ। ବାଲେଶ୍ୱର ଜିଲା ସୀମାନ୍ତ ଉଦୟପୁରଠାରୁ ଗଞ୍ଜାମର ଗୋପାଳପୁର ପର୍ଯ୍ୟନ୍ତ ୪୮୧କି.ମି. ବ୍ୟାପ୍ତ ବେଳାଭୂମିରେ ରହିଛି ବହୁ ମୂଲ୍ୟବାନ ଗଛ। ଏଥିସହିତ ବାଲେଶ୍ୱର ଜିଲା ଉଦୟପୁରଠାରୁ ଗୋପାଳପୁର ପର୍ଯ୍ୟନ୍ତ ୨୩୦.୪୫ ବର୍ଗଫୁଟ ବେଳାଭୂମିରେ ରହିଛି ବିଭିନ୍ନ ପ୍ରଜାତିର ଗଛ। ସାମୁଦ୍ରିକ ଝଡ଼ବାତ୍ୟାକୁ ପ୍ରତିରୋଧ କରିବା, ସମୁଦ୍ରକୂଳ ମୃତ୍ତିକା କ୍ଷୟକୁ ରୋକିବା, ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ୧୯୬୦ ମସିହାରୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଯୌଥ ଜଙ୍ଗଲ ଆଇନ ଲାଗୁ କରାଯାଇଥିବାବେଳେ ଏହାର ସୁଫଳ ମିଳୁନାହଁି।
ସର୍ଭେରୁ ଜଣାଯାଏ ଯେ, ବାର୍ଷିକ ମୁଣ୍ଡ ପିଛା କାର୍ବନ ଡାଇଅକ୍ସାଇଡ୍‌ ୨.୩ ଟନ୍‌ ବାୟୁମଣ୍ଡଳ ପାଇଁ ନିରାପଦ ଥିବାବେଳେ ବର୍ତ୍ତମାନ ଏହାର ନିର୍ଗମନ ୪.୮ ଟନ୍‌କୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ, ବନବିଭାଗର ଦାୟିତ୍ୱହୀନତା, ଜଙ୍ଗଲ କାଠମାଫିଆଙ୍କ ଜଙ୍ଗଲ ଲୁଟ୍‌ ଓ ପ୍ରଶାସନର ନୀରବତା ଯୋଗୁ ଉପକୂଳ ବନାଞ୍ଚଳ ଧ୍ୱଂସ ପାଉଛି। ସମୁଦ୍ର ଆଁ ଭିତରେ ବାଲେଶ୍ୱର ଜିଲାର ବହୁ ଗାଁ ରହିଛି। ଜଙ୍ଗଲ ସୁରକ୍ଷା ନାମରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳନ କରାଯାଉଥିଲେ ମଧ୍ୟ ତାହା କେବଳ ଭୋଜି ଭାତରେ ସୀମିତ ରହୁଛି। ବନ ମହୋତ୍ସବ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଯେତିକି ଅର୍ଥ ଅନୁଦାନ ଆସୁଛି ସେଥିରେ ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରାଯାଉ ନ ଥିବା ଅଭିଯୋଗ ହେଉଛି।
ପରିବେଶ ବିଜ୍ଞାନୀମାନେ ସମୁଦ୍ରର ତାପମାତ୍ରା ବୃଦ୍ଧି କାରଣରୁ ୨୧୦୦ ମସିହା ବେଳକୁ ଜୀବଜଗତ ପାଇଁ ଅମ୍ଳଜାନର ଅଭାବ ପରିଲକ୍ଷିତ ହେବା ସହିତ ବିଶୁଦ୍ଧ ଅମ୍ଳଜାନ ଅଭାବ ଦେଖାଦେବ ବୋଲି ଭବିଷ୍ୟବାଣୀ କରିଛନ୍ତି। ଏତଦ୍‌ଭିନ୍ନ ଉଭୟ ଜଳ ଓ ସ୍ଥଳଭାଗର ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେବ ବୋଲି ସତର୍କ କରାଇଛନ୍ତି। ଏଭଳି ଉଦ୍‌ବେଗଜନକ ସ୍ଥିତିର ମୁକାବିଲା ପାଇଁ ଚେନ୍ନାଇ ସରକାର ଏକ ଅଞ୍ଚଳକୁ ଜଙ୍ଗଲରେ ପରିଣତ କରିବା ପାଇଁ ଜାପାନିଜ୍‌ ପଦ୍ଧତିରେ ୨୦ହଜାର ବର୍ଗଫୁଟ ଅଧିକ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ସମୁଦ୍ର କୂଳ ଅଞ୍ଚଳରେ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ କରିବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି। ଜଙ୍ଗଲ ଉଜୁଡ଼ି ଯାଉଥିବାବେଳେ ପ୍ରକୃତି, ପରିବେଶ ଓ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡୁଛି। ଭବିଷ୍ୟତ ପାଇଁ ଏହା ଭୟାନକ ରୂପ ନେବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ବାଲେଶ୍ୱର ଜିଲା ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା କହିଛନ୍ତି ଯେ, ଚାନ୍ଦିପୁର ବେଳାଭୂମିରେ ୫୦ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି ପାଇଁ ଚାରାରୋପଣ ହୋଇଥିଲା। ହେଲେ ବନ କର୍ମଚାରୀଙ୍କ ଅଭାବ ଯୋଗୁ ଜଙ୍ଗଲ ସୁରକ୍ଷିତ ହୋଇପାରିନାହିଁ। ପରିବେଶବିତ୍‌ ସୁଦର୍ଶନ ଦାସ କହିଛନ୍ତି, ରାଜ୍ୟରେ ଖଣି ଖାଦାନର ଶିଳ୍ପପତିମାନଙ୍କ ସ୍ବାର୍ଥରକ୍ଷା ଲାଗି ଜଙ୍ଗଲ ଲୁଟ୍‌ ହେଉଛି ଏବଂ ଏଥିନିମନ୍ତେ ଜଳବାୟୁର ଘୋର ପରିବର୍ତ୍ତନ ଘଟି ଜୀବଜଗତ ପାଇଁ ଉଦ୍‌ବେଗଜନକ ସ୍ଥିତି ଉପୁଜିଛି। ସାମାଜିକ କମର୍ର୍ୀ ହୁଇ ନାରାୟଣ ରାଉତ କହନ୍ତି, ଉପକୂଳ ଜଙ୍ଗଲ ଧ୍ୱଂସ ଯୋଗୁ ଆମେ ବିପଦକୁ ଆମନ୍ତ୍ରଣ କରୁଛୁ। ବନବିଭାଗ-ଜଙ୍ଗଲ ମାଫିଆଙ୍କ ସଲାସୁତରା ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ବନାଞ୍ଚଳ ଉଜୁଡ଼ି ଯାଉଛି। ଏଥିପାଇଁ ସରକାର ପଦକ୍ଷେପ ନେବା ଜରୁରୀ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri