ଉଚ୍ଛେଦ ଯୋଗୁ ଫାଟୁଛି ପାଖ ଘର

ପୁରୀ ଅଫିସ, ୩୦ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଭଙ୍ଗାଯାଉଛି। ତେବେ ଏହି ଉଚ୍ଛେଦକୁ ନେଇ ନୂଆ ଏକ ଘଟଣା ସାମ୍ନାକୁ ଆସିଛି। ଉଚ୍ଛେଦରେ ବ୍ୟବହୃତ ହେଉଛି ଉଚ୍ଚ କ୍ଷମତାସମ୍ପନ୍ନ ଜେସିବି ଏବଂ ବୁଲ୍‌ଡୋଜର। ଏହି ମେଶିନ ମାଡ଼ରେ ଥରିଯାଉଛି ସଂଲଗ୍ନ ଅଞ୍ଚଳ। ୭୫ ମିଟର ପରେ ଥିବା ଘରେ ବି ଫାଟ ସୃଷ୍ଟି ହେଉଛି। ଭାଇବ୍ରେଟ ଯୋଗୁ ଗୋଟିଏ କି ଦୁଇଟି ନୁହେଁ ଏକାଧିକ କୋଠା ଏବଂ ରାସ୍ତାରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି। ତେବେ ସବୁଠୁ ପରିତାପର ବିଷୟ ହେଉଛି ଯେଉଁ ଲୋକଙ୍କର ଘର ଫାଟୁଛି ଏବଂ ଯାହାର ଅଧା ଭାଙ୍ଗୁଛି ସେମାନେ ମରାମତି କିମ୍ବା ନିର୍ମାଣ କରିବାକୁ ଚାହୁଁଥିଲେ ବି କରିପାରୁ ନାହାନ୍ତି। ଏଥିପାଇଁ ଦରକାର ପଡୁଛି ଅନୁମତି। ୧୦୦ ମିଟର ଭିତରେ କିଛି ବି କଲେ ଏଏସ୍‌ଆଇଠାରୁ ଅନୁମତି ଆଣିବା ଦରକାର ବୋଲି ପ୍ରଶାସନ କହୁଛି। ଏହା ଏବେ ପାଖ ପଡୋଶୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କିଭଳି ବିପଦପୂର୍ଣ୍ଣ ଘରେ ରହିବେ ତାହାକୁ ନେଇ ସେମାନେ ଚିନ୍ତାରେ ପଡ଼ିିଛନ୍ତି।
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ସହ ଶ୍ରୀଜଗନ୍ନାଥ ହେରିଟେଜ କରିଡ଼ର ପାଇଁ ନିର୍ମାଣ ହେବ ସୁରକ୍ଷା ବଳୟ। ସେଥିପାଇଁ ସୁରକ୍ଷା ଜୋନରେ ଜୋର୍‌ଦାର ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ବୁଲୁଛି ବୁଲ୍‌ଡୋଜର। ଉଚ୍ଚକ୍ଷମତା ସମ୍ପନ୍ନ ବୁଲ୍‌ଡୋଜର ସହ ଡ୍ରିଲ ମେଶିନ, ଜେସିବି ଆଦି ମାଡ଼ରେ ଥରିଉଠୁଛି ଉଚ୍ଛେଦ ସଂଲଗ୍ନ ଅଞ୍ଚଳ। ୭୫ମିଟର କଡ଼ରେ ଥିବା ଘରଗୁଡ଼ିକରେ ଫାଟ ସୃଷ୍ଟି ହେଉଛି। ଗଡ଼ନ୍ତି ଛକ ନିକଟ ହୋମିଓପାଥିକ ଡାକ୍ତର କୃପାସିନ୍ଧୁ ଦାଶଙ୍କ ଘର ୭୫ ମିଟର ପରେ ରହିଛି। କିନ୍ତୁ ପାଖ ଘର ଭଙ୍ଗା ସମୟରେ ବୁଲ୍‌ଡୋଜର ମାଡ଼ରେ ତାଙ୍କ ଘରେ ଫାଟ ସୃଷ୍ଟି ହୋଇଛି। ଏହିଭଳି ଏକାଧିକ ଘର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସବୁଠୁ ପରିତାପର ବିଷୟ ହେଉଛି ସେମାନେ ଚାହିଁଲେ ବି ତାଙ୍କ ଘର ମରାମତି କରିପାରୁ ନାହାନ୍ତି। ଏଥିରେ ବାଧକ ସାଜିଛି ଏଏସ୍‌ଆଇର ନିୟମ। ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୧୦୦ ମିଟର ମଧ୍ୟରେ କୌଣସି ପ୍ରକାର ନିର୍ମାଣ ପାଇଁ ଅନୁମତି ଦରକାର। ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କୁ ଏହା କୁହାଯାଇଥିବା ଜଣାପଡ଼ିିଛି। ତେଣୁ ସେମାନେ ଘର ମରାମତି କିମ୍ବା ନିର୍ମାଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ଯେଉଁମାନଙ୍କ ଘରର କିଛି ଅଂଶ ୭୫ ମିଟର ମଧ୍ୟରେ ରହିଛି ସେମାନେ ପ୍ରଶାସନ ଭାଙ୍ଗିବା ପୂର୍ବରୁ ନିଜେ ଲୋକ ଲଗାଇ ହାତରେ ଭାଙ୍ଗିବାକୁ ଉଚିତ ମଣୁଛନ୍ତି। କାରଣ ପ୍ରଶାସନ ବୁଲ୍‌ଡୋଜର, ଜେସିବି ଦ୍ୱାରା ଭାଙ୍ଗିଲେ ତାଙ୍କ ଘରର ଅନ୍ୟ ଅଂଶ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଥିବାରୁ ସେମାନେ ଲୋକ ଲଗାଇ ଭାଙ୍ଗୁଛନ୍ତି। ୭୫ ମିଟର ଉଚ୍ଛେଦ ପରେ ରହିଯାଇଥିବା ଭଗ୍ନ ଅଂଶକୁ ମରାମତି ବା ନିର୍ମାଣ ପାଇଁ ଏଏସ୍‌ଆଇର ଅନୁମତି ଏବେ ଅଡୁଆ ସାଜିଛି। ଏ ନେଇ ପାଖ ପଡୋଶୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି, କେତେକ ଲୋକ ଏହାକୁ ଆଳ କରି ନୂଆ ନିର୍ମାଣ କରିବାକୁ ଚାହୁଁଛନ୍ତି । ତେଣୁ ସେମାନଙ୍କୁ ଏଏସ୍‌ଆଇ ଏବଂ ପିକେଡିଏଠାରୁ ଅନୁମତି ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri