Posted inଜାତୀୟ

‘ଇୟୁ ଏମ୍‌ପିଙ୍କ ଗସ୍ତ କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକୀକରଣ କରିବା ପାଇଁ ନୁହେଁ’

ନୂଆଦିଲ୍ଲୀ,୧।୧୧(ପି.ଟି.):ୟୁରୋପୀୟ ସଂଘ (ଇୟୁ)ର ଏମ୍‌ପିମାନଙ୍କ ଜମ୍ମୁ-କଶ୍ମୀର ଗସ୍ତ ଉକ୍ତ ପ୍ରସଙ୍ଗକୁ ଆନ୍ତର୍ଜାତିକୀକରଣ କରାଇବା ଉଦ୍ଦେଶ୍ୟ ଆଦୌ ନୁହେଁ। ସେଥିପାଇଁ ଏଭଳି ପ୍ରତିନିଧି ଦଳ ଆନୁଷ୍ଠାନିକ ଚ୍ୟାନେଲ ଦେଇ ଆସିବାର ଆବଶ୍ୟକତା ନ ଥିଲା ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବୃହତ୍ତର ଜାତୀୟ ସ୍ବାର୍ଥକୁ ନେଇ ଏହି ଗସ୍ତ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା କି ନାହିଁ ତାହା ଦେଖିବା ହେଉଛି ବଡ଼ କଥା ବୋଲି ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ଲାଗି ଗତ ମଙ୍ଗଳବାର ଇୟୁରୁ ୨୩ ଜଣିଆ ଏମ୍‌ପିଙ୍କର ଏକ ପ୍ରତିନିଧି ଦଳ ସେଠାକୁ ଦୁଇଦିନିଆ ଗସ୍ତରେ ଆସିଥିଲେ। ସେମାନେ ଜମ୍ମୁ-କଶ୍ମୀର ସ୍ଥିତି ଅନୁଧ୍ୟାନ କରିବା ସହ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ମନ୍ତବ୍ୟ ଦେଇଛନ୍ତି। ଏହା ବ୍ୟତୀତ ଆତଙ୍କବାଦ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସେମାନେ ସମର୍ଥନ ଜଣାଇଛନ୍ତି। ସେମାନେ ସରକାରଙ୍କ ସହିତ ନୁହେଁ ଲୋକମାନଙ୍କ ସହ ମିଶିଥିଲେ। ତେଣୁ ଏହା କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକୀକରଣ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ରବୀଶ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଅର୍ଣ୍ଣବର ପ୍ରଭାବ: ୨ ହେଲା ଅନ୍ଧାରରେ ଦାରିଙ୍ଗବାଡ଼ି, ଏକାଧିକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ…

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ସାଙ୍ଗକୁ ଝଟକା ପବନ ବହିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ଅଞ୍ଚଳରେ ମଙ୍ଗଳବାରଠାରୁ ସମ୍ପୂର୍ଣ୍ଣ ବିଦ୍ୟୁତ ଅଚଳ…

ରାଜ୍ୟ ସଭା ଫେରିବେ ହରଦୀପ ପୁରୀ; ମନ୍ତ୍ରୀ ପଦ ଚାଲିଯିବା ନେଇ ଚାଲିଥିବା କଳ୍ପଜଳ୍ପନାର ଘଟିଲା ଅନ୍ତ

ନୂଆଦିଲ୍ଲୀ,୨୮।୧୦: ଭାରତୀୟ ଜନତା ପାର୍ଟି (BJP) କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ପ୍ରାର୍ଥୀ ଭାବରେ ମନୋନୀତ କରିଛି, ଯାହା ଫଳରେ ସେ ମନ୍ତ୍ରୀ…

ICC ମାନ୍ୟତାରେ ବଡ଼ ପରିବର୍ତ୍ତନ: ତିନୋଟିଯାକ ଫର୍ମାଟରେ ଏକକାଳୀନ ବଦଳିଲା ନମ୍ବର ୧ ସ୍ଥାନ; ଶୀର୍ଷରେ ଅଭିଷେକ

ନୂଆଦିଲ୍ଲୀ,୨୮।୧୦: ସାମ୍ପ୍ରତିକ ICC ମାନ୍ୟତାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯେଉଁଥିରେ ତିନିଜଣ ଖେଳାଳି ନୂତନ ଭାବେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।…

ପବନରେ ଉଡ଼ି ରାସ୍ତାରେ ପଡ଼ିଲା ଗଜଲକ୍ଷ୍ମୀ ପୂଜା ଗେଟ୍‌

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲାରେ ବୁଧବାର ମଧ୍ୟାହ୍ନରୁ ବର୍ଷା ଓ ପବନ ଲାଗି ରହିଛି। ଏହାରି ଭିତରେ ଜୁନାଗଡ଼ ସହର ବଡ଼ପଡ଼ା…

ଅଟୋରୁ ୧୦୦ କେଜି ଗଞ୍ଜେଇ ଜବତ: ୨ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ

କେସିଙ୍ଗା, ୨୮।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।…

ଅଭିଷେକ-ବୈଭବଙ୍କ ବ୍ୟାଟିଂ ଦେଖି ତାଜୁବ୍ ପାକିସ୍ତାନ! କାନ ଧରି ପୂର୍ବତନ କ୍ରିକେଟର କହିଲେ….

ନୂଆଦିଲ୍ଲୀ,୨୮।୧୦ : ଭାରତୀୟ ଓପନରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଚକିତ ହୋଇଯାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର । ଅଭିଷେକ ଶର୍ମା ଓ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ…

ସ୍ମୃତି ମନ୍ଧାନାଙ୍କ ପାଇଁ ୩.୪୦ କୋଟି ଟଙ୍କାର ବୋଲି; WPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଲେ…

ନୂଆଦିଲ୍ଲୀ,୨୮।୧୦: ମହିଳା ପ୍ରିମିୟର ଲିଗ (WPL) ପାଇଁ ନିଲାମ ଆଜି କୋଚିରେ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ମୋଟ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ…

ବର୍ଷାରେ କାନ୍ଥ ଭୁଶୁଡ଼ି ଆହତ ମହିଳାଙ୍କୁ ଭେଟିଲେ ତହସିଲଦାର-ବିଡିଓ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଲଗାଣ ବର୍ଷା ଯୋଗୁ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତର ଦିଆଁନିପାଟଣା ସାହିର ମଞ୍ଜୁଲତା ବରାଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?