Posted inଖେଳ

ଇଷ୍ଟ୍‌ ଇଣ୍ଡିଆ ସ୍ନୁକର: ସୁବ୍ରତ ଚାମ୍ପିୟନ

ଭୁବନେଶ୍ୱର,୧୭।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାର ତାରକା କ୍ୟୁସ୍ପୋଟର୍‌ସ ସ୍ପେଶାଲିଷ୍ଟ ତଥା ବର୍ତ୍ତମାନର ରାଜ୍ୟ ଚାମ୍ପିୟନ ସୁବ୍ରତ ଦାସ ୨୫ ଦିନ ମଧ୍ୟରେ ୩ଟି ଟାଇଟଲ ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ପାଟଣାରେ ଅନୁଷ୍ଠିତ ଇଷ୍ଟ ଇଣ୍ଡିଆ ଓପନ ସ୍ନୁକର ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି ଓଡ଼ିଶାର ଓଡ଼ିଶାର ସୁବ୍ରତ ଦାସ। ସୋମବାର ଅନୁଷ୍ଠିତ ଫାଇନାଲରେ ସେ ଝାଡ଼ଖଣ୍ଡର ନମ୍ବର ଓ୍ବାନ ଖେଳାଳି ଆଦର୍ଶ ବର୍ମାଙ୍କୁ ୫-୪ ଫ୍ରେମ୍‌ରେ ପରାସ୍ତ କରିଛନ୍ତି। ଟାଇଟଲ ମୁକାବିଲା ତୀବ୍ର ସଂଘଷପୂର୍ଣ୍ଣ ହୋଇଥିବାବେଳେ ଶେଷରେ ସୁବ୍ରତ ୭୦-୨୫, ୪୦-୬୫, ୬୪-୨୩, ୫୩-୧୨, ୨୩-୬୪, ୭୧-୩୦, ୫୯-୫୯, ୬୧-୪୩ ପଏଣ୍ଟରେ ବାଜି ମାରିଥିଲେ। ପୂର୍ବରୁ ସୁବ୍ରତ ନଭେମ୍ବର ୩୦ରେ ରାଜ୍ୟ ସ୍ନୁକର ଫାଇନାଲରେ ପୂର୍ବତନ ଜାତୀୟ ଚାମ୍ପିୟନ ଆଶୁତୋଷ ପାଢ଼ୀଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ। ଏହାପରେ ଡିସେମ୍ବର ୮ରେ ସେ ୫ମ ଗୋଲ୍ଡେନ କିଙ୍ଗ୍‌ ଓପନ ସ୍ନୁକର ଟାଇଟଲ ଜିତିଥିଲେ। ଏବେ ଇଷ୍ଟଇଣ୍ଡିଆ ସ୍ନୁକର ଚାମ୍ପିୟନ ହୋଇ ସେ ଟାଇଟଲ ହାସଲରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଓଡ଼ିଶାରେ ସ୍ଥିର ପ୍ରଦର୍ଶନ କରୁଥିବା କ୍ୟୁ ସ୍ପୋଟର୍‌ସ ତାରକାଙ୍କ ମଧ୍ୟରେ ଶୀର୍ଷରେ ଥିବା ସୁବ୍ରତ ଏହାକୁ ମିଶାଇ କ୍ୟାରିୟରରେ ୨୮ଟି ଓପନ ଟାଇଟଲ ଜିତିଛନ୍ତି। ବିହାର ବିଲିୟାଡର୍‌ସ ଆସୋସିଏଶନ ସମ୍ପାଦକ ଶ୍ୟାମଲ ଶର୍ମା ଓ ଆଡିକ୍‌ଶନ ସ୍ନୁକର ସେଣ୍ଟର ଅଧ୍ୟକ୍ଷ ସକେତ ତିଓ୍ବାରୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri