Posted inଖେଳ

ଇର୍ଫାନ, ୧୦୦ ଅନ୍ୟ କ୍ରିକେଟରଙ୍କୁ ଜମ୍ମୁ-କଶ୍ମୀର ଛାଡିଯିବାକୁ କୁହାଗଲା

ନୂଆଦିଲ୍ଲୀ,୪।୮: ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ଓ ୧୦୦ ଅନ୍ୟ କ୍ରିକେଟରଙ୍କୁ ଜମ୍ମୁ-କଶ୍ମୀର ଯଥାଶୀଘ୍ର ଛାଡିଯିବାକୁ କୁହାଯାଇଛି। କାଶ୍ମୀର ଉପତ୍ୟାକାରେ ଦେଖାଦେଇଥିବା ହିଂସା ଜନିତ ଅସ୍ଥିରତାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ତରଫରୁ ସିକ୍ୟୁରିଟି ଆଡଭାଇଜରୀ ବା ସୁରକ୍ଷା ଜନିତ ପରାମର୍ଶ ଜାରି କରାଯିବା ପରେ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏଶନ (ଜେକେସିଏ) ତରଫରୁ ଇର୍ଫାନ ଓ ଅନ୍ୟମାନଙ୍କୁ ରାଜ୍ୟ ଛାଡିଯିବାକୁ ଅନୁରୋଧ କରାଯାଇଛି। ଇର୍ଫାନ ଜାମ୍ମୁ-କଶ୍ମୀର ଦଳରେ ଜଣେ ଖେଳାଳି ଓ ପରାମର୍ଶ ଦାତା ରୂପେ ସାମିଲ ହୋଇଛନ୍ତି। କୋଚ୍‌ ମିଲାପ ମଓ୍ବୋଡ଼ା ଓ ଟ୍ରେନର ସୁଦର୍ଶନ ଭିପିଙ୍କୁ ରବିବାର ସୁଦ୍ଧା ରାଜ୍ୟ ଛାଡିଯିବେ ବୋଲି ଆଶା କରାଯାଉଛି। ସମସ୍ତଙ୍କୁ ନିଜନିଜ ସ୍ଥାନକୁ ଫେରିବାକୁ କୁହାଯାଇଛି ବୋଲି ଜେକେସିଏ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୟଦ ଆଶିକ ହୁସେନ ବୁଖାରୀ କହିଛନ୍ତି। କେବଳ ସେତିକି ନୁହଁ ଜେକେସିଏ ତା’ର ସବୁ ପ୍ରକାର କ୍ରିକେଟ ଜନିତ କାର୍ଯ୍ୟକଳାପକୁ ବାତିଲ କରିଛି। ବିଭିନ୍ନ ବୟସ ବର୍ଗର ୧୦୦ରୁ ଊର୍ଦ୍ଧ୍ୱ କ୍ରିକେଟରଙ୍କୁ ଶ୍ରୀନଗର ସ୍ଥିତ ଶେର- ଇ- କାଶ୍ୱୀର ଷ୍ଟାଡିୟମ ଛାଡିଯିବାକୁ କୁହାଯାଇଛି। ଷ୍ଟାଡିୟମରେ ଏହି କ୍ରିକେଟରମାନେ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ଆଗକୁ ଦେଶର ଘରୋଇ କ୍ରିକେଟ ସେସନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏଭଳି ପରସ୍ଥିତିରେ ଜାମ୍ମୁକଶ୍ମୀର କ୍ରିକେଟ କ୍ଷତି ସହିବ ବୋଲି ଆଶଙ୍କା କରାଯାଉଛି। ଆସନ୍ତା ୧୭ ତାରିଖରୁ ଦୁଲୀପ ଟ୍ରଫି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ପୁଣି ଡିସେମ୍ବର ୯ ତାରିଖରୁ ରଣଜୀ ଟ୍ରଫି ଲିଗ୍‌ ରାଉଣ୍ଡ ଆରମ୍ଭ ହେବ। ଏନେଇ କଶ୍ମୀର ବାସି ଆଶଙ୍କାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri