Posted inଜାତୀୟ

ଇଭିଏମ୍‌ ସୁରକ୍ଷାରେ ଗୁରୁତର ତ୍ରୁଟି: ଷ୍ଟୋର ରୁମ୍‌ରୁ ଯନ୍ତ୍ରାଂଶ ଗାଏବ

ଭୋପାଳ,୨୪ା୬(ପି.ଟି.): ମଧ୍ୟପ୍ରଦେଶର କେତେକ ଜିଲାରେ ଥିବା ସୁରକ୍ଷିତ ପ୍ରକୋଷ୍ଠରୁ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଗାଏବ ହୋଇଯାଇଥିବା ଅନୁଧ୍ୟାନରୁ ଜଣାପଡିଛି। ଇଭିଏମ୍‌ର ମୁଖ୍ୟ ଯନ୍ତ୍ରାଂଶ କୁହାଯାଉଥିବା ବାଲଟ ୟୁନିଟ (ବିୟୁ) ଏବଂ ଡିଟାଚେବଲ୍‌ ମେରୋରି ମଡ୍ୟୁଲ (ଡିଏମ୍‌ଏମ୍‌) ମିଳୁନାହିଁ। ଉକ୍ତ ଇଭିଏମ୍‌ଗୁଡିକ ଗତ ନିର୍ବାଚନରେ ବ୍ୟବହାର ହୋଇଥିଲା କି ନାହିଁ ତଥ୍ୟ ଜାଣିବା ଅଧିକାର (ଆରଟିଆଇ) ବଳରେ ଆବେଦନ ହୋଇଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ।
ରିପୋର୍ଟ ଏପ୍ରିଲ୍‌ ଜୁନ୍‌ରେ ପ୍ରସ୍ତୁତ ହୋଇ ଆର୍‌ଟିଆଇ ଆବେଦନକାରୀ ଅଜୟ ଦୁବେଙ୍କୁ ପ୍ରଦାନ କରାଯାଇଛି। ମଧ୍ୟପ୍ରଦେଶରେ ଇଭିଏମ୍‌ ସୁରକ୍ଷା ଓ ପରିଚାଳନା ସମ୍ପର୍କିତ ସବିଶେଷ ତଥ୍ୟ ସେ ରାଜ୍ୟ ନିର୍ବାଚନ କମିଶନଙ୍କୁ ମାଗିଥିଲେ। ତାଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟ ଅନୁଯାୟୀ ଉମାରିଆସ୍ଥିତ ଇଭିଏମ୍‌ ଷ୍ଟୋର ରୁମ୍‌ରୁ ୯ଟି ଡିଏମ୍‌ଏମ୍‌ ଗାଏବ ହୋଇଯାଇଛି। ତେବେ ଗାଏବ ହେବାର କାରଣ ସମ୍ପର୍କରେ କିଛି କୁହାଯାଇନାହିଁ। ଡିଏମ୍‌ଏମ୍‌ ହେଉଛି ଇଭିଏମ୍‌ର ଏକ ଅତିରିକ୍ତ ମେମୋରି ଯାହାକୁ ମେଶିନ୍‌ଠାରୁ ଅଲଗା କରି ରଖାଯାଇଥାଏ। ଷ୍ଟକ୍‌ ରେଜିଷ୍ଟର ଅନୁଯାୟୀ ନରସିଂହପୁର ଜିଲାର ସରକାରୀ ପଲିଟେକ୍ନିକ୍‌ କଲେଜ ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୭୦୯ଟି ଡିଏମ୍‌ଏମ୍‌ ରଖାଯାଇଥିଲା। ଯାଞ୍ଚ ବେଳେ ୨୫୦୮ଟି ଡିଏମ୍‌ଏମ୍‌ ମିଳି ନ ଥିଲା ବୋଲି ଜିଲା ପ୍ରଶାସନ କହିଛି। ନିର୍ବାଚନରେ ବ୍ୟବହୃତ ହୋଇ ନ ଥିବା ୬୮୭ଟି ଡିଏମ୍‌ଏମ୍‌କୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଫେରାଇ ଦିଆଯାଇଥିଲା ବୋଲି କୁହାଯାଇଛି। ଯେଉଁଗୁଡିକ ନିର୍ବାଚନରେ ବ୍ୟବହୃତ ହୋଇଥିଲା ସେଗୁଡିକୁ ହାଇଦ୍ରାବାଦର ଇସିଆଇଏଲ୍‌କୁ ପଠାଯାଇଥିଲା। ଷ୍ଟୋର ରୁମ୍‌ରେ ମାତ୍ର ୨୦୧ଟି ଡିଏମ୍‌ଏମ୍‌ ରହିଥିବାବେଳେ ଗାଏବ ଅନ୍ୟ ଡିଏମ୍‌ଏମ୍‌ ସମ୍ପର୍କରେ କିଛି କୁହାଯାଇନାହିଁ। ସେହିପରି ଭିନ୍ଦ୍‌ ଜିଲା ଷ୍ଟ୍ରଙ୍ଗ୍‌ରୁମ୍‌ରେ ଯାଞ୍ଚ ବେଳେ ୯ଟି ବାଲଟ ୟୁନିଟ ମିଳିନାହିଁ। ୨୦୧୮ ମେ ମାସରେ ଇଭିଏମ୍‌ ଯାଞ୍ଚ ବେଳେ ୧୩ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୬ ବାଲଟ ୟୁନିଟ କାମ କରୁ ନ ଥିବା ଦେଖାଯାଇଥିଲା। କମିଶନ ଇଞ୍ଜିନିୟର ପଠାଇବା ସତ୍ତ୍ୱେ ସେଗୁଡିକୁ ଠିକ୍‌ କରାଯାଇ ନ ଥିଲା ବୋଲି ଜିଲା ପ୍ରଶାସନ ଦେଇଥିବା ରିପୋର୍ଟରୁ ଜଣାପଡିଛି। ମଣ୍ଡସୌର ଜିଲାରେ ୮ ବିୟୁ ଏବଂ ଶାଜପୁର ଜିଲାରେ ଗୋଟିଏ ଡିଏମ୍‌ଏମ ମିଳିନାହିଁ । ସେହିପରି ବାଲାଘାଟ ଜିଲା ପୁରୁଣା କଲେକ୍ଟର ଭବନ ଷ୍ଟ୍ରଙ୍ଗ୍‌ରୁମ୍‌ରୁ ୨୬ ଡିଏମ୍‌ଏମ୍‌ ମିଳୁ ନ ଥିବାବେଳେ ସାଗର ଓ ଗ୍ବାଲିୟର ଜିଲା ଷ୍ଟୋର ରୁମ୍‌ରୁ ଯଥାକ୍ରମେ ୧୧ଟି ଓ ୨୮ଟି ବିୟୁ ମିଳିନାହିଁ। ଇଭିଏମ୍‌ର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଗାଏବ ହେବା ଘଟଣାର ତୁରନ୍ତ ତଦନ୍ତ ହେବା ଆବଶ୍ୟକ। ଇଭିଏମ୍‌ ସୁରକ୍ଷାରେ ଏହା ଗୁରୁତର ତ୍ରୁଟି ବୋଲି ଦୁବେ କହିଛନ୍ତି। ଭୋପାଳ ଓ ରଓ୍ବୋ ଜିଲା ପ୍ରଶାସନ ଏପର୍ଯ୍ୟନ୍ତ ସେମାନଙ୍କ ରିପୋର୍ଟ ଦାଖଲ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri