ଇଦ୍‌-ଉଲ୍‌-ଜୁହା ଲାଗି ଖର୍ଚ୍ଚ ମାଗିବାରୁ ‘ତଲାକ’

ସୋର, ୧୪।୮(ଡି.ଏନ.ଏ.)-ତିନି ତଲାକ୍‌କୁ ଉଚ୍ଚାରଣ କରି ଛାଡପତ୍ର ଦେବା ବେଆଇନ ଘୋଷଣା କରାଯାଇଛି। ଏହାକୁ ଅମାନ୍ୟ କଲେ ୩ ବର୍ଷ ଜେଲଦଣ୍ଡ ବିଧାନ ବ୍ୟବସ୍ଥା ହୋଇଛି। ଏହାସତ୍ତ୍ୱେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଜଣେ ମୁସଲିମ ମହିଳା ରବିବାର ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ମଙ୍ଗଳବାର ସୋର ମ୍ୟୁନିସିପାଲିଟି ପଠାଣମହଲା ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଲାକ ଦେଇଛନ୍ତି। ସମ୍ପୃକ୍ତ ମହିଳା ଜଣକ ସୋର ବ୍ଲକ ପରିସରରେ ଚାଲିଥିବା ମିଳିତ ଅଭିଯୋଗ ଜନଶୁଣାଣି ଶିବିରରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍‌ପି ବି. ଯୁଗଳ କିଶୋର କୁମାରଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଜିଲାପାଳ ଏହାର ତଦନ୍ତ କରିବାକୁ ସୋର ଥାନାଧିକାରୀ କ୍ଷମାସାଗର ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ ମେ’ ୨ ତାରିଖରେ ଭଦ୍ରକ ଜିଲା ଆଗରପଡ଼ା ଅଞ୍ଚଳର ନାସିର ଖାଁଙ୍କ ଝିଅ ରେସୋ ଖାତୁନ (୨୪) ସୋର ଥାନା ଅନ୍ତର୍ଗତ ପଠାଣମହଲା ଗ୍ରାମର ସହିମ ଖାଁଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ବିବାହର ୬ମାସ ପରେ ରେସୋଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା ଆରମ୍ଭ ହୋଇଥିଲା। ଏପରିକି ଶାରୀରିକ ନିର୍ଯାତନା ଯୋଗୁ ତାଙ୍କର ଗର୍ଭପାତ ହୋଇଯାଇଥିଲା। ଏନେଇ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସହାୟତାରେ ବୈଠକ ବସି ବାରମ୍ବାର ଏହି ବିବାଦର ସମାଧାନ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଶ୍ୱଶୁର କୟୁମ ଖାଁ , ଶାଶୁ ରାଜିଆ ବିବି ମଧ୍ୟ ବୋହୂ ରେସୋଙ୍କୁ ଅତ୍ୟାଚାର କରିଚାଲିଥିଲେ। ଶେଷରେ ରେସୋ ବାପଘରକୁ ପଳାଇ ଯାଇଥିଲେ। ପରେ ସେ ଶ୍ୱଶୁର ଘରକୁ ଆସି ଏକୁଟିଆ ଚଳୁଥିଲେ। ଅନ୍ୟପକ୍ଷରେ ସ୍ବାମୀ ସହିମ ଅନ୍ୟ ଜଣେ ଝିଅ ସହିତ ସମ୍ପର୍କ ରଖିବା ସହ ଭଉଣୀ ଘରେ ରହୁଥିବା ରେସୋ ଅଭିଯୋଗ କରିଛନ୍ତି। ସ୍ବାମୀ ସହିମ ୨୦୧୭ ଡିସେମ୍ବର ୨୨ ତାରିଖ, ୨୦୧୮ ଜାନୁୟାରୀ ୨୨ ତାରିଖ ଓ ଫେବୃୟାରୀ ୨୨ ତାରିଖରେ ଏକ କାଗଜ ଯୋଗେ ତିନିଥର ତଲାକ ଲେଖି ପନତ୍ୀ ରେସୋଙ୍କୁ ଦେଇଛନ୍ତି। ଏବେ ରେସୋ ଏକୁଟିଆ ଶ୍ୱଶୁର ଘରେ ରହୁଥିବା ବେଳେ ସୋମବାର ଇଦ୍‌-ଉଲ୍‌-ଜୁହା ପାଳନ ପାଇଁ ସ୍ବାମୀ ସହିମଙ୍କ ଦୋକାନକୁ ଖର୍ଚ୍ଚ ମାଗିବାକୁ ଯାଇଥିଲେ। ସେଠାରେ ସ୍ବାମୀ ସହିମ ରେସୋଙ୍କୁ ତିନିଥର ତଲାକ, ତଲାକ, ତଲାକ କହିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ରେସୋ ତାଙ୍କ ଓକିଲ କାହ୍ନୁଚରଣ ବେହେରାଙ୍କ ସହାୟତାରେ ମଙ୍ଗଳବାର ଅପରାହ୍ନରେ ସୋର ଥାନାରେ ପହଞ୍ଚତ୍ଛନ୍ତି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri