Posted inଖେଳ

ଇଣ୍ଡିପେଣ୍ଡେନ୍ସ କପ୍‌ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ: ଭାରତୀୟ ଦଳରେ ଓଡ଼ିଶାର ଆର୍ଯ୍ୟନ, ଆକାଶ, ରଞ୍ଜିତ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ଉଜବେକିସ୍ତାନର ତାସକେଣ୍ଟଠାରେ ଚଳିତମାସ ୧୮ରୁ ୨୫ ପର୍ଯ୍ୟନ୍ତ ହେବାକୁଥିବା ୨୮ତମ ଇଣ୍ଡିପେଣ୍ଡେନ୍ସ କପ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ୩ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଭୁବନେଶ୍ୱରର ଆର୍ଯ୍ୟନ ବ୍ରାହ୍ମିନ ଏବଂ ପୁରୀର ରଣଜୀତ ମହାନ୍ତି ଓ ଆକାଶ କୁମାର ପଟ୍ଟନାୟକ। ପ୍ରତିଯୋଗିତାରେ ଭାଗ ନେବାପାଇଁ ଭାରତୀୟ ଦଳ ବୁଧବାର ଅମୃତସରରୁ ତାସକେଣ୍ଟ ଯାତ୍ରା କରିଛି। ପ୍ରକାଶ ଯୋଗ୍ୟ ଯେ, ଆର୍ଯ୍ୟନ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ଖେଳାଳିଭାବେ ଗତ ୨ ବର୍ଷ ହେଲା ଭାରତୀୟ ଜୁନିୟର ଦଳରେ ସ୍ଥାନ ପାଇ ଆସୁଛନ୍ତି। ଆର୍ଯ୍ୟନଙ୍କ ସମେତ ଆକାଶ ଓ ରଣଜୀତ ପ୍ରଥମଥରପାଇଁ ସିନିୟର ସ୍ତରରେ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି। ଗତ ୨୮ ତାରିଖରେ ଲକ୍ଷ୍ନୌଠାରେ ଭାରତୀୟ ହ୍ୟାଣ୍ଡବଲ ଦଳର ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ସେଥିରେ ଓଡ଼ିଶାର ଏହି ୩ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ କ୍ରୀଡ଼ା ଇତିହାସରେ ନୂତନ ଫର୍ଦ୍ଦ ସଂଯୋଗ କରିଥିବା ଏହି ୩ ଖେଳାଳିଙ୍କୁ ଓଡ଼ିଶା ହ୍ୟାଣ୍ଡବଲ ଆସୋସିଏଶନ ସଭାପତି ସୟଦ ମକବୁଲ ଅଲ୍ଲୀ ଓ ସମ୍ପାଦକ ବୀରେନ ବେହେରା ଶୁଭେଚ୍ଛା ଜଣାଇଛନ୍ତି।
ରଣଜୀତ ମହାନ୍ତି, ଆର୍ଯ୍ୟନ ବ୍ରାହ୍ମିନ ଓ ଆକାଶ କୁମାର ପଟ୍ଟନାୟକ।


Enter your email to get our daily news in your inbox.

All Right Reserved By Dharitri.Com

T20 Pakistan Vs India: ପାକିସ୍ତାନୀ କହିଲେ, ‘ମରିବୁ ପଛେ, ହେଲେ…’

ଇସଲାମାବାଦ,୨।୨: ପାକିସ୍ତାନ ସରକାର ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଘୋଷଣା କରିଛି ଯେ ଦଳ ଫେବୃଆରୀ ୧୫ ରେ ଭାରତ…

‘ଗୁଣାତ୍ମକ ଶିକ୍ଷାର ବିକାଶ ହେଲେ ଛାତ୍ରୀଛାତ୍ର ଆଗକୁ ବଢ଼ିପାରିବେ’

ଭଞ୍ଜନଗର,୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ରୁଢ଼ାପଦର ଆଶ୍ରମ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗୌରହରି ବାଡ଼ତ୍ୟାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ…

ପାକିସ୍ତାନକୁ ମହଙ୍ଗା ପଡ଼ିବ ଭାରତ ବିପକ୍ଷ ମ୍ୟାଚ ବୟକଟ କରିବା, ICC ନେବ ବଡ଼ ଆକ୍ସନ, ଦେବାଳିଆ ହେବ ପିସିବି

ନୂଆଦିଲ୍ଲୀ,୨।୨: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ହେବାକୁ ଥିବା ICC T20 ବିଶ୍ୱକପ 2026 କୁ ନେଇ ବିବାଦ ଥମିବାର କୌଣସି ସଙ୍କେତ…

ପାକିସ୍ତାନ କରୁଛି ବୟକଟର ନାଟକ, ICC ପ୍ରୋଟୋକଲକୁ ସମ୍ମାନ ଦେବ ଭାରତ, ବୁଦ୍ଧି ଶିଖିବ ପାକିସ୍ତାନ!

ନୂଆଦିଲ୍ଲୀ,୨।୨: ପାକିସ୍ତାନ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଦେଇଛି। ଏହା ସତ୍ତ୍ୱେ, ଭାରତୀୟ ଦଳ ମ୍ୟାଚ ପାଇଁ ଶ୍ରୀଲଙ୍କା ଯାତ୍ରା କରିବ। ଭାରତ ଏବଂ…

୬ ତାରିଖ ପର୍ଯ୍ୟନ୍ତ କୁହୁଡ଼ି: ଏସବୁ ଜିଲାକୁ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨ା୨(ବନ୍ଦନା ସେଠୀ): ରାଜ୍ୟରେ ଏବେ ରାତି ତାପମାତ୍ରା ବୃଦ୍ଧି ପାଇଥିବାରୁ ଶୀତ ପ୍ରକୋପ ହ୍ରାସ ପାଇଛି। ତେବେ ଅତ୍ୟଧିକ କୁହୁଡି ପାଇଁ ଜନଜୀବନ ପ୍ରଭାବିତ ହେଉଛି। ସୋମବାର…

କିନ୍ନରଙ୍କୁ ଛୁରି ଭୁସି ହତ୍ୟା, ମୀରା ପରିଡ଼ା କହିଲେ…

ପୁରୁଣା ଭୁବନେଶ୍ୱର/ପିପିଲି,୨ା୨(ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର/ପ୍ରଭାତ ମହାପାତ୍ର): ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଧୁର ମତ୍ସ୍ୟ ଗବେଷଣା ଅନୁସନ୍ଧାନ କେନ୍ଦ୍ର (ସିଫା) ନିକଟରେ ରବିବାର ଜଣେ…

ହେବ ତୃତୀୟ ବିଶ୍ୱ ଯୁଦ୍ଧ! କାହିଁକି ଉଠୁଛି ଭାରତ-ପାକିସ୍ତାନ ନାମ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୨: ୨୦୨୬ ମସିହାର ପ୍ରଥମ ମାସରେ, ବିଶ୍ୱର ଅଧିକାଂଶ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣର ଭୟ ସମଗ୍ର ପଶ୍ଚିମ ଏସିଆରେ ଘୂରି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ିଗାର୍ଡ ହାତରେ ଥିବା Briefcase କ’ଣ? ଜାଣନ୍ତୁ ଏହା ପଛର କାହାଣୀ

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ କିମ୍ବା ବିଦେଶ ଗସ୍ତରେ ଯୋଗ ଦିଅନ୍ତି, ତାଙ୍କ ସହିତ କଳା ସୁଟ ଏବଂ କଳା ଚଷମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri