ନାଲ୍‌କୋର ୧୭୩୨ କୋଟି ଟଙ୍କା ରେକର୍ଡ ନିଟ୍‌ ଲାଭ

ଭୁବନେଶ୍ୱର,୧୯-୯: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କୋ) ନିଟ୍‌ ଲାଭରେ ରେଡର୍କ ହାସଲ କରିଛି। କମ୍ପାନୀ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦଶନ୍ଧିରେ ସର୍ବାଧିକ ୧୭୩୨ କୋଟି ଟଙ୍କା ନିଟ୍‌ ଲାଭ କରିଥିବା ଏହାର ୩୮ ତମ ବାର୍ଷିକ ସାଧାରଣ ବୈଠକ ଅବସରରେ ସୂଚନା ଦେଇଛି। ସେହିଭଳି ଗତ ଆର୍ଥତ୍କ ବର୍ଷରେ କମ୍ପାନୀ ରେକର୍ଡ ମୂଲ୍ୟର ୧୧୫% ଡିଭିଡେଣ୍ଡ ବା ୧୦୭୨.୭୩ କୋଟି ଟଙ୍କା ସମ୍ପର୍କରେ ଘୋଷଣା କରିଛି। ଏହା ୨୦୧୭-୧୮ ଆର୍ଥତ୍କ ବର୍ଷରେ ୧୧୪% ରହିଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ଅଂଶୀଦାରଙ୍କ ବୈଠକରେ ଏହି ଡିଭିଡେଣ୍ଡ ପେଆଉଟ ପ୍ରସ୍ତାବକୁ ଗୃହୀତ କରାଯାଇଛି। ନାଲ୍‌କୋ ଏହାର ସ୍ଥାପନାଠାରୁ ବର୍ତ୍ତମାନ ଯାଏ ଟିକସ, ରୟାଲଟି ଏବଂ ଲାଭାଂଶ ଭାବେ ୩୨,୮୮୬ କୋଟି ଟଙ୍କା ପ୍ରଦାନ କରିଛି। ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ୨୫,୯୧୭ କୋଟି ଏବଂ ରାଜ୍ୟ ସରକାରଙ୍କୁ ୬,୯୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଐକବଦ୍ଧ ଭାବେ କାର୍ଯ୍ୟ, ମିତବ୍ୟୟିତା ଉପରେ ଲକ୍ଷ୍ୟ ଏବଂ ବିଧିବଦ୍ଧ ଯୋଜନାକୁ ଏହି ଅବସରରେ କମ୍ପାନୀର ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଶ୍ରେୟ ଦେଇଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷକୁ କମ୍ପାନୀ ଲାଗି ଏକ ସ୍ମରଣୀୟ ବର୍ଷ ଭାବେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଉତ୍ପାଦନ, ଉତ୍ପାଦକତା, ଆର୍ଥତ୍କ ଲାଭ ଏବଂ ମାନବ ସମ୍ବଳ ନିୟୋଜନ ପ୍ରତିଟି କ୍ଷେତ୍ରରେ ନାଲ୍‌କୋ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେହିଭଳି କମ୍ପାନୀ ଏଯାବତ ବିକ୍ରିଲବ୍ଧ ଏବଂ ରପ୍ତାନିଲବ୍ଧ ଆୟ, ୯୧୯ କୋଟି ଟଙ୍କାର କ୍ୟାପେକ୍ସ ହାସଲ, ସର୍ବାଧିକ ବକ୍ସାଇଟ ପରିବହନ, କ୍ରମାଗତ ଭାବେ ତୃତୀୟ ବର୍ଷ ଲାଗି ଉତ୍ତର ଏବଂ ସେଣ୍ଟ୍ରାଲ ବ୍ଲକର ୧୦୦% କ୍ଷମତାର ଉପଯୋଗ, ସର୍ବାଧିକ ଆଲୁମିନା ହାଇଡ୍ରେଟ ଉତ୍ପାଦନ, ୪.୪୦ ଲକ୍ଷ ଟନ୍‌ ଆଲୁମିନିୟମ ଧାତୁ ଉତ୍ପାଦନ ଭଳି ଅନ୍ୟାନ୍ୟ ରେକର୍ଡ ହାସଲ କରିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri