ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାକୁ ପୂରିଲା ବର୍ଷେ; ଏଯାଏ ଧରାପଡ଼ିନାହାନ୍ତି ୪ ଡକାୟତ

ଅନୁଗୋଳ ଅଫିସ, ୮।୭:  ଗତବର୍ଷ ଅନୁଗୋଳର ଦୁଇଟି ବ୍ୟାଙ୍କରେ କଳାକନା ବୁଲାଇଥିଲେ ଡକାୟତ। ପ୍ରଥମେ ୨୦୧୮ ଏପ୍ରିଲ ୬ରେ ସହରର ଶଙ୍କର ସିନେମା ହଲ ନିକଟ ଆନ୍ଧ୍ର ବ୍ୟାଙ୍କରୁ ୨୩ ଲକ୍ଷ ଟଙ୍କା ଓ ୩ କେଜି ସୁନା ଡକାୟତି ହୋଇଥିଲା। ସେହିପରି ଜୁଲାଇ ୭ରେ ହରିମହୁରି ଛକସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କରୁ ୮ ଲକ୍ଷ ଟଙ୍କା ଓ ୭ କେଜି ସୁନା ଲୁଟି ନିଆଯାଇଥିଲା। ଏହି ଦୁଇଟି ଘଟଣାରେ ୮ ଜଣିଆ ବିହାରୀ ଗ୍ୟାଙ୍ଗର ହାତ ଥିବା ପୋଲିସ ତଦନ୍ତରୁ ଜାଣିପାରିଥିଲେ ବି ଗ୍ୟାଙ୍ଗର ସର୍ଦ୍ଦାରଙ୍କ ସହ ୪ଜଣଙ୍କୁ ଗିରଫ କରିପାରିଛି। ଅନ୍ୟ ୪ଜଣ ଏବେ ବି ଫେରାର ରହିଛନ୍ତି। ସେହିପରି ଦୁଇଟି ବ୍ୟାଙ୍କରୁ ଡକାୟତି ହୋଇଥିବା ଟଙ୍କା ଓ ସୁନା ଉଦ୍ଧାର କରିବାରେ ପୋଲିସକୁ ସଫଳତା ମିଳିପାରି ନାହିଁ। ଇଣ୍ଡିଆନ ବ୍ୟାଙ୍କ ଡକାୟତି ପରେ ପୋଲିସ ପ୍ରଥମେ ଯେଉଁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସେମାନଙ୍କ ନିକଟରୁ ମାତ୍ର ୩୪୩ ଗ୍ରାମ ସୁନା ଜବତ ହୋଇଥିଲା। ବାକି ଟଙ୍କା ଓ ସୁନା କୁଆଡ଼େ ଗଲା ତାହା ତଦନ୍ତାଧୀନ ଥିବା ବେଳେ ଗିରଫ ଗ୍ୟାଙ୍ଗ ସର୍ଦ୍ଦାର ମାଧବ ରବି ଦାସ ଡକାୟତି ଅର୍ଥରେ ଦେଶର ବିଭିନ୍ନ ସ୍ଥାନରେ ସମ୍ପତ୍ତି କିଣିଥିବା ପୋଲିସ ଜାଣିବାକୁ ପାଇଛି। ତେଣୁ ଉକ୍ତ ସମ୍ପତ୍ତି ସିଜ୍‌ କରିବାକୁ ଏବେ ଉଦ୍ୟମ କରାଯାଉଥିବା ଅନୁଗୋଳ ପୋଲିସ ପକ୍ଷରୁ ସୂଚନା ମିଳିଛି।
ଡକାୟତି ଘଟଣାର ତଦନ୍ତ କରୁଥିବା ଅନୁଗୋଳ ପୋଲିସ ୨୦୧୮ ଜୁଲାଇ ୧୭ରେ ବିହାରର ଗୟା ଜିଲା ବାରଚାଟି ଅଞ୍ଚଳରୁ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ଗିରଫ କରି ଅନୁଗୋଳ ଆଣିଥିଲା। ଏହାପରେ ଅନୁଗୋଳରେ ରହି ଗ୍ୟାଙ୍ଗ ସଦସ୍ୟଙ୍କୁ ପରିଚାଳନା କରୁଥିବା ମାଷ୍ଟର ମାଇଣ୍ଡ ତଥା ସର୍ଦ୍ଦାର ମାଧବ ରବି ଦାସଙ୍କ ସମ୍ପର୍କୀୟ ଯୋଗିନ୍ଦର ଦାସଙ୍କୁ ଗିରଫ କରିଥିଲା। ପରେ ସର୍ଦ୍ଦାର ମାଧବଙ୍କୁ ରାଞ୍ଚତ୍ରୁ ଗିରଫ କରାଯାଇଥିଲା। ଏହି ଡକାୟତି ଗ୍ୟାଙ୍ଗ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତ ଥିବାରୁ ୫ଟି ରାଜ୍ୟର ପୋଲିସ ଅନୁଗୋଳ ଆସି ଏମାନଙ୍କୁ ପଚରା ଉଚରା କରିଥିଲା। ଗିରଫ ୪ଜଣଙ୍କ ମଧ୍ୟରୁ ସର୍ଦ୍ଦାର ମାଧବ ରବି ଦାସ ଓ ଯୋଗିନ୍ଦର ଏବେ ଅନୁଗୋଳ ଜେଲରେ ଥିବା ବେଳେ ଓମ୍‌ ପ୍ରକାଶ ଓ ରାଜେଶଙ୍କୁ ବିହାର ବାରଚାଟି ଜେଲରେ ଛଡ଼ାଯିବା ପରେ ଆସାମସୋଲ ପୋଲିସ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗ୍ୟାଙ୍ଗ ସର୍ଦ୍ଦାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ସିଜ୍‌ କରିବା ସହ ଦେଶର ବିଭିନ୍ନ ସ୍ଥାନରେ ଥିବା ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଚିଠି ଲେଖାଯାଇଥିଲା। ଏବେ ଉକ୍ତ ସମ୍ପତ୍ତିକୁ ଚିହ୍ନଟ ପାଇଁ ବିହାର ଓ ଅନୁଗୋଳ ପୋଲିସ ଯୋଜନା କରିଥିବା ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବ୍ୟାଙ୍କ ଡକାୟତି ପରେ ମାଧବ ରବି ଦାସ ବିଭିନ୍ନ ଅଞ୍ଚଳରେ ଜମି କିଣି ଥିଲେ। ଉକ୍ତ ଜମିର ଚିହ୍ନଟ ପାଇଁ ଅନୁଗୋଳ ପୋଲିସ ଓ ଗୟା ପୋଲିସକୁ ଆୟକର ବିଭାଗ ଅଧିକାରୀମାନେ ସହଯୋଗ କରିବେ ବୋଲି ଚିଠି ଯିବା ପରେ ଉକ୍ତ ବିଭାଗ ପକ୍ଷରୁ ସହମତି ମିଳିଛି। ଏଥିସହ ପୂରା ଘଟଣାରେ ଓଡ଼ିଶା କ୍ରାଇମ୍‌ ବ୍ରାଞ୍ଚ ସହଯୋଗ କରୁଥିବା ଏସ୍‌ପି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri