ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ଶୁଭାରମ୍ଭ

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ସ୍ଥାନୀୟ ଜନତା ମୈଦାନଠାରେ ଶୁକ୍ରବାରଠାରୁ ଶୁଭାରମ୍ଭ ହୋଇଛି। କେନ୍ଦ୍ରପଡା ଏମ୍‌ଏଲ୍‌ଏ ଶଶିଭୂଷଣ ବେହେରା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଆଇପିଏସ୍‌ ଅନୁପ ମୋହନ ପଟ୍ଟନାୟକ, ଓଡ଼ିଶା ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଏହାକୁ ଉନ୍ମାଚନ କରିଥିଲେ। ୧୧ ଦିନ ଧରି ଏହି ବାଣିଜ୍ୟ ମେଳା ଚାଲିବ। ଏଠାରେ ୨୦ଟି ରାଜ୍ୟ ଏବଂ ୧୦ଟି ଦେଶର ବ୍ୟବସାୟୀ ସେମାନଙ୍କ ଷ୍ଟଲ ସ୍ଥାପନ କରିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଲ୍‌ଡିଂ ସାମଗ୍ରୀ, ଫର୍ନିଚର, ଇଣ୍ଟେରିୟର, ହୋମ ଡେକର, ଆଣ୍ଟିକ ପ୍ରଡକ୍ଟ, ପେଣ୍ଟିଂ କିଚେନ ଆପ୍ଲାଏନ୍ସ, କୁକେରୀ, ବୁଟିକ, ବିଉଟି ପ୍ରଡକ୍ଟ, ହେଲଥ ପ୍ରଡକ୍ଟ, ଫ୍ୟାସନେବଲ ଜୁଏଲେରି, ଥାଇଲାଣ୍ଡ ଫ୍ଲାଓ୍ବାର, ଡ୍ରେସ, ରାଜସ୍ତାନୀ ମାର୍ବଲ, ଆଫଗାନିସ୍ତାନ ଶୁଖା ଫଳ, ସାରା ଦେଶରୁ ବୟନ ଏବଂ ହସ୍ତତନ୍ତ ସାମଗ୍ରୀ, ପୁରୁଷ ଏବଂ ମହିଳାଙ୍କ ଲାଗି ପୋଷାକପତ୍ର ଉପଲବ୍ଧ ହେବ। ମେଳାରେ ଫୁଡ ଏବଂ ସେଲ୍ଫି ଜୋନ ସ୍ଥାପନ କରାଯାଇଛି। ପ୍ରଥମଥର ଲାଗି ଏଠାରେ ସ୍ମାର୍ଟ ଶ୍ରୀମତୀ ଏବଂ ଲିଟିଲ୍‌ କ୍ୱିନ ପ୍ରତିଯୋଗିତା ଆୟୋଜନ କରାଯିବ। ସେହିଭଳି ନାରେଡ୍‌କୋ ଓଡିଶା ପକ୍ଷରୁ ବିଲଡିଂ ଏକ୍ସପୋ ଏଠାରେ ଅନୁଷ୍ଠିତ ହେଉଛି। ବିଲଡିଂ ମାଟେରିଆଲ, ରିୟଲ ଇଷ୍ଟେଟ, ଫାଇନାନ୍ସ, କନଷ୍ଟ୍ରକଶନ, ନ୍ୟୁ ଟେକ୍ନୋଲୋଜି ଏବଂ ଆର୍କିଟେକଚର ଏଠାରେ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମ ଅବସରରେ ନାରେଡ୍‌କୋ ଓଡିଶା ସଭାପତି ମନୋଜ ତ୍ରିପାଠୀ, ଟ୍ରେଡ ଫେୟାରର ଆୟୋଜକ ଗୁପ୍ତା ଇଭେଣ୍ଟ କମ୍ପାନୀର ଏମ୍‌ଡି ସୁଜିତ କୁମାର ଗୁପ୍ତା ଏବଂ ପାୟଲ ଆଚାର୍ଯ୍ୟ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri