ଚନ୍ଦ୍ରଶେଖରପୁରରେ କ୍ୟାରେଟ୍‌ଲେନର ନୂଆ ଷ୍ଟୋର

ଭୁବନେଶ୍ୱର,୧୨-୧୦(ବ୍ୟୁରୋ) : ଗହଣା କ୍ରୟ ଟ୍ରେଣ୍ଡରେ ଏବେ ସାରା ଦେଶରେ ପରିବର୍ତ୍ତନ ଦେଖାଯାଇଛି। ଲୋକମାନେ ଅନ୍‌ଲାଇନରେ ଗହଣା ଦେଖିବା ଏବଂ ଏହାକୁ ପସନ୍ଦ କରିବା ପରେ କ୍ରୟ ନେଇ ନିଷ୍ପତ୍ତି ନେଉଥିବା କ୍ୟାରେଟ୍‌ଲେନର ସିଇଓ ତଥା ପ୍ରତିଷ୍ଠାତା ମିଥୁନ ସାଚେତି ସୂଚନା ଦେଇଛନ୍ତି। ସ୍ଥାନୀୟ ଚନ୍ଦ୍ରଶେଖରପୁରଠାରେ ନୂଆ କ୍ୟାରେଟ୍‌ଲେନ ଷ୍ଟୋର ଉନ୍ମୋଚନ ଅବସରରେ ସେ କହିଛନ୍ତି, ଏବେ ଅନ୍‌ଲାଇନରେ ଜୁଏଲେରି କ୍ରୟ ନେଇ ଚାହିଦା ବଢିଛି। ଯୁବବର୍ଗ ଏକ୍ଷେତ୍ରରେ ଆଗୁଆ ରହିଛନ୍ତି। ଅନ୍‌ଲାଇନରେ ଗ୍ରାହକ ହୀରା ଗହଣାକୁ ଅଧିକ ପସନ୍ଦ କରୁଛନ୍ତି। ସାରା ଦେଶରେ କ୍ୟାରେଟଲେନ୍‌ ଆପ୍‌ରେ ଗହଣା କ୍ରୟ ଲାଗି ଲୋକମାନେ ମାସିକ ୪୦ ଲକ୍ଷ ଅନ୍‌ଲାଇନ ସର୍ଚ୍ଚ କରୁଛନ୍ତି। ଓଡିଶାରେ ଏହି ଧାରା ମଧ୍ୟ ଦେଖିବାକୁ ମିଳିଛି। ଗତ ବର୍ଷ କମ୍ପାନୀର ଆପ୍‌ରେ ମାସିକ ୧୦ ହଜାର ଅନ୍‌ଲାଇନ ସର୍ଚ୍ଚ ହୋଇଥିବା ବେଳେ ଚଳିତ ବର୍ଷ ଏହା ୨୫ ହଜାର ଛୁଇଁଥିବା ସେ କହିଛନ୍ତି। ୫ ବର୍ଷ ପୂର୍ବେ ଅନ୍‌ଲାଇନ ଜୁଏଲେରି ବଜାର ୫୦ କୋଟି ଥିଲା। ଏହା ଏବେ ୨୦୦୦ କୋଟି ଟଙ୍କା ଛୁଇଁଛି। ଅନ୍‌ଲାଇନ ଗହଣା ବଜାରର ଅଭିବୃଦ୍ଧି ୬୦ରୁ ୭୦% ରହିଛି। ଏକ୍ଷେତ୍ରରେ କ୍ୟାରେଟ୍‌ଲେନର ଅଭିବୃଦ୍ଧି ପ୍ରାୟ ୫୦%। ଆଗାମୀ ୫ ବର୍ଷରେ ଅନ୍‌ଲାଇନ ଜୁଏଲେରୀ ବଜାରର ଅଭିବୃଦ୍ଧି ୫୦% ରହିବ ବୋଲି ସେ କହିଛନ୍ତି। ଲୋକଙ୍କ ଚାହିଦାକୁ ଧ୍ୟାନରେ ରଖି ଷ୍ଟୋର, ଅନ୍‌ଲାଇନ ଏବଂ ଫୋନ ଯୋଗେ ଘରେ ଗହଣା ଉପଲବ୍ଧ କରାଇବାକୁ କ୍ୟାରେଟ୍‌ଲେନ ବ୍ୟବସ୍ଥା କରିଛି। ଓଡିଶାର ଭୁବନେଶ୍ୱର ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ ପରେ ଚନ୍ଦ୍ରଶେଖରପୁରରେ ଦ୍ୱିତୀୟ ଷ୍ଟୋର ସ୍ଥାପନ କରାଯାଇଛି। ଓଡିଶାରେ ଆଉ ୨ ନୂଆ ଷ୍ଟୋର ଯୋଡିବା ନେଇ ଯୋଜନା ରଖାଯାଇଛି। ଷ୍ଟୋରରେ ୧୧ ଶହ ସ୍ବତନ୍ତ୍ର ଡିଜାଇନ ଗହଣା ରହିଥିବା ସେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଅବସରରେ ପ୍ରାଞ୍ଚାଇଜି ଓନର ମାନିକ ହଂସ, ପପୁ ହଂସ, ଲିପ୍‌ସା ନାୟକ ହଂସ ଏବଂ ପୁନମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ …

ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

T20 ବିଶ୍ୱକପ ଫାଇନାଲରେ ପହଞ୍ଚିବା ପରେ ଭାବପ୍ରବଣ ହୋଇଗଲେ ବିଶ୍ୱର ସବୁଠାରୁ ସୁନ୍ଦରୀ କ୍ରିକେଟର

ନୂଆଦିଲ୍ଲୀ,୩।୭: ଚଳିତ ମହିଳା T20 ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଗତ ଗୁରୁବାର (ଜୁଲାଇ ୨) ଲଣ୍ଡନର କେନିଂଟନ ଓଭାଲରେ ଇଂଲଣ୍ଡ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ସଚିନ ତେନ୍ଦୁଲକର! ‘ନମ୍ବର ୧୦’ ଦେଖି ପ୍ରଶଂସକଙ୍କ ମଧ୍ୟରେ ଖେଳିଗଲା…

ନୂଆଦିଲ୍ଲୀ,୩।୭: ସଚିନ ତେନ୍ଦୁଲକର ନୀଳ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ପାଦ ଦେଇଥିଲେ। ଏହି ଚିତ୍ରଗୁଡ଼ିକ ଦେଖି ପ୍ରଶଂସକଙ୍କ ମଧ୍ୟରେ ତୁରନ୍ତ ଏକ ସ୍ମୃତିର ଭାବନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri