ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ ବେଳେବେଳେ ଏହି ଇଣ୍ଟନେଟ୍‌ ଆମକୁ ଏଭଳି ସହାୟତା କରିଥାଏ, ଯାହାର ବିଶ୍ୱାସ ମଧ୍ୟ କରିହୁଏ ନାହିଁ। ଏଭଳି ଏକ ଘଟଣା ଏବେ ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି। ନିଖୋଜ ହେବାର ଦୀର୍ଘ ୪ ଦଶନ୍ଧି ପରେ ଜଣେ ୯୪ ବର୍ଷୀୟା ବୃଦ୍ଧା ଘରକୁ ଫେରିଛନ୍ତି। ୪୦ ବର୍ଷ ତଳେ ଏହି ବୃଦ୍ଧା ଜଣଙ୍କ ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ। କିନ୍ତୁ ୩ ଦିନ ତଳେ ସେ ନିଜ ଘରକୁ ଫେରି ନାତିକୁ ଦେଖିଥିଲେ। ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପୁଅ ୩ ବର୍ଷ ତଳୁ ମୃତ୍ୟୁବରଣ କରିସାରିଛି।
ଥିଲା ଏହିଭଳି। ୧୯୭୯-୮୦ରେ ପଞ୍ଚୁ ବାଇ ନାମକ ଏହି ମହିଳା ଜଣକ ମଧ୍ୟପ୍ରଦେଶର ଦାମୋହ ଜିଲାର ଏକ ରାସ୍ତାରେ ମୁର୍ମୁଷ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ସେତେବେଳେ ଜଣେ ଟ୍ରକ ଡ୍ରାଇଭର ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେ ତାଙ୍କୁ ଘରକୁ ନେଇଯାଇଥିବାବେଳେ ସେଠାରେ ଟ୍ରକ ଡ୍ରାଇଭରଙ୍କ ପୁଅ ଇସ୍‌ରାର ଖାନ ପଞ୍ଚୁଙ୍କ ସେବା କରିଥିଲେ। ପରମୁହୂର୍ତ୍ତରେ ଇସ୍‌ରାର ତାଙ୍କୁ ଘର ଠିକଣା ପଚାରିଥିଲେ ମଧ୍ୟ ସେ କିଛି କହିପାରି ନ ଥିଲେ। ଏହାପରେ ଇସ୍‌ରାର ଫେସ୍‌ବୁକରେ ଏହି ଘଟଣା ଶେୟାର କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଏମିତି ବହୁବର୍ଷ ପରେ ହଠାତ୍‌ ଦିନେ ଘର ଠିକଣା ପଚାରୁ ପଚାରୁ ପଞ୍ଚୁ ପାରସପୁର ନାମ ନେଇଥିଲେ। ଇସ୍‌ରାର ଗୁଗ୍‌ଲରେ ପାରସପୁର ସର୍ଚ୍ଚ କରିବା ପରେ ମହାରାଷ୍ଟ୍ରରେ ଏଭଳି ଏକ ଅଞ୍ଚଳ ଥିବା ଜାଣିବାକୁ ପାଇଥିଲେ। ଗତ ମେ ୭ରେ ସେ ପାରସପୁରର ଅଭିଷେକ ନାମକ ଜଣେ ଦୋକାନୀଙ୍କ ସହ ଯୋଗଯୋଗ କରି ବୃଦ୍ଧାଙ୍କ ବିଷୟରେ ସମ୍ପୂର୍ଣ୍ଣ କହିଥିଲେ। ଏହାପରେ ବୃଦ୍ଧାଙ୍କ ଏକ ଭିଡିଓ ମଧ୍ୟ ଅଭିଷେକଙ୍କୁ ଦେଇଥିଲେ। ଅଭିଷେକ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ହ୍ବାଟ୍‌ସପ୍‌ ଏହି ଭିଡିଓ ଶେୟାର କରିଥିଲେ। ଶେଷରେ ଅଭିଷେକଙ୍କ ପାଖକୁ ବୃଦ୍ଧାଙ୍କ ସମ୍ପର୍କୀୟ ଫୋନ କରି ସମସ୍ତ ବିଷୟ ଜାଣିପାରିଥିଲେ। କିନ୍ତୁ ସେତେବେଳେ ଲକ୍‌ ଡାଉନ ଯୋଗୁ ବୃଦ୍ଧାଙ୍କୁ ଘରକୁ ନେବା ସମ୍ପର୍କୀୟଙ୍କ ପକ୍ଷେ ସମ୍ବବପର ହୋଇ ନ ଥିଲା। ଶେଷରେ ଜୁନ୍‌ ୧୭ରେ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ବୃଦ୍ଧା ଜଣଙ୍କ ନିଜ ଘରକୁ ଫେରିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫-୨୬ ଆର୍ଥିକ ବର୍ଷରେ କମିପାରେ ପ୍ରତ୍ୟକ୍ଷ କର ସଂଗ୍ରହ, ଚିନ୍ତାରେ ସରକାର

ନୂଆଦିଲ୍ଲୀ,୧୧।୨: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ମାତ୍ର କିଛି ସପ୍ତାହ ବାକି ଥିବାବେଳେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ସରକାର ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା…

ଅଷ୍ଟମ ବେତନ ଆୟୋଗ ଉପରେ ସରକାରଙ୍କ ଅପଡେଟ୍: ଏହିଦିନ ମିଳିପାରେ ରିପୋର୍ଟ

ନୂଆଦିଲ୍ଲୀ,୧୧।୨: କେନ୍ଦ୍ରୀୟ କର୍ମଚାରୀଙ୍କ ବହୁ ପ୍ରତିକ୍ଷିତ ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ର ସରକାର ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି,…

ଜୀବନର ଶେଷ ଦୌଡ଼… ପୋଲିସ ନିଯୁକ୍ତି ପାଇଁ ଦୌଡୃୁଥିଲେ ପ୍ରାର୍ଥୀ, ତଳେ ପଡ଼ି ଚାଲିଗଲା ଜୀବନ

ମୁମ୍ବାଇ,୧୧।୨: ମହାରାଷ୍ଟ୍ରର ବିଡ ଜିଲ୍ଲାରେ ପୋଲିସ ନିଯୁକ୍ତି ପ୍ରକ୍ରିୟା ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଶାରୀରିକ ପରୀକ୍ଷା ପାଇଁ ଏକ ଦୌଡ଼ରେ ଅଂଶଗ୍ରହଣ କରୁଥିବା…

ଦୁଇ ବର୍ଷରେ ୨୧୪ ଲକ୍ଷ କୋଟିକୁ ଛୁଇଁବ ଭାରତର ଋଣ, GDP’ର ୮୨ ପ୍ରତିଶତ…

ନୂଆଦିଲ୍ଲୀ,୧୧।୨: ନିକଟରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଦେଶର ଆର୍ଥିକ ସ୍ଥିତି ଓ ଋଣ ଭାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ…

ସମ୍ପର୍କରେ କଳଙ୍କ; ବୋହୂଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶ୍ବଶୁର, ଲିଫ୍ଟରେ କରୁଥିଲେ…

ବେଙ୍ଗାଲୁରୁ,୧୧ା୨: ଉତ୍ତର ବେଙ୍ଗାଲୁରୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

“ଭାରତ ମାତାଙ୍କୁ ବିକ୍ରି କରିବାକୁ ଲାଜ ଲାଗୁନି ?” କେନ୍ଦ୍ରକୁ ରାହୁଲଙ୍କ କଡ଼ା ପ୍ରଶ୍ନ

ନୂଆଦିଲ୍ଲୀ,୧୧।୨: ଆମେରିକା ସହ ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଲୋକସଭାରେ ନିଜର ବକ୍ତବ୍ୟ ରଖି ରାହୁଲ କହିଛନ୍ତି…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri