ଇଟାଭାଟି ଶ୍ରମିକ, ମାଲିକ ସଂଘର ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ବାଲେଶ୍ୱର ଜିଲା ଇଟାଭାଟି ଶ୍ରମିକ ଓ ମାଲିକ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ମାଲିକ ମିଳିତ ଭାବେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସଭାରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକନେତା ଅରୁଣ ଦେ ଯୋଗଦେଇ ଜିଲାରେ ୧୪୦ରୁ ଊର୍ଦ୍ଧ୍ୱ ଇଟାଭାଟିରେ ୨୫ହଜାର ମହିଳା ଓ ୨୦ହଜାର ପୁରୁଷ ଶ୍ରମିକ କାର୍ଯ୍ୟ କରୁଥିବାବେଳେ ପ୍ରଶାସନ ଇଟାଭାଟିକୁ ବନ୍ଦ କରିବା ପାଇଁ ଚେଷ୍ଟା କରି ସେମାନଙ୍କ ପେଟକୁ ନାତ ମାରୁଥିବା ଅଭିଯୋଗ କରିଛନ୍ତି। ଏ ଦିଗରେ ଉଚିତ୍‌ ବିଚାର ନ କଲେ ଆଗାମୀ ଦିନରେ ସମସ୍ତ ଆଇନଶୃଙ୍ଖଳାକୁ ଅମାନ୍ୟ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ। ଆୟୋଜିତ ବିକ୍ଷୋଭ ସଭାରେ ସଂଘର ଉପଦେଷ୍ଟା ରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ବରିଷ୍ଠ ଖବରଦାତା ରଞ୍ଜନ ବାଗ ପ୍ରମୁଖ ଯୋଗଦେଇ ଜିଲାରେ ଇଟାଭାଟି ଏକ କ୍ଷୁଦ୍ରଶିଳ୍ପ ହେଲେ ମଧ୍ୟ ହଜାର ହଜାର ପରିବାରଙ୍କୁ ଭରଣପୋଷଣର ସହାୟ ହେଉଛି। ତେଣୁ ଇଟାଭାଟି ଉଚ୍ଛେଦ ନ କରି ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସମୟ ଦେବା ସହ ଉକ୍ତ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ସହାୟକ ହେବା ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ। ଜିଲାରେ ସଦର, ରେମୁଣା, ନୀଳଗିରି, ଜଳେଶ୍ୱର, ବସ୍ତା ବ୍ଲକର ୧୪୦ରୁ ଊର୍ଦ୍ଧ୍ୱ ଚିମିନି ଇଟାଭାଟି ରହିଛି। ଏଥିରେ ପ୍ରତ୍ୟକ୍ଷ ଭାବେ ୪୦ହଜାର ଲୋକ ନିଯୁକ୍ତି ପାଇଥିବାବେଳେ ପରୋକ୍ଷ ଭାବରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପେଟପାଟଣା ପୋଷୁଛନ୍ତି। ଟ୍ରକ୍‌, ଟ୍ରାକ୍ଟର, ଡମ୍ପର, ଠିକାଦାରଙ୍କଠାରୁ ଆରମ୍ଭ କରି ଶ୍ରମିକମାନଙ୍କର ଏକମାତ୍ର ରୋଜଗାର ପନ୍ଥା ଇଟାଭାଟି। ଇଟାଭାଟିର ମାଲିକମାନେ ବାର୍ଷିକ ହାରାହାରି ଦେଢ଼ଲକ୍ଷ ଟଙ୍କା ରୟାଲ୍‌ଟି ଦେଉଥିବା ବେଳେ ଜିଲାରେ ଚାଲୁଥିବା ଆହାର କେନ୍ଦ୍ର ପାଇଁ ୨୦ହଜାର ଏବଂ ରେଡ଼କ୍ରସ୍‌ ପାଇଁ ୧ହଜାର ଟଙ୍କା ଜିଲାପାଳଙ୍କ ନିର୍ଦ୍ଦେଶରେ ପ୍ରଦାନ କରୁଛନ୍ତି। ୨୦ବର୍ଷରୁ ଅଧିକ ସମୟ ଇଟାଭାଟି କରି ପେଟପାଟଣା ପୋଷି ଆସୁଥିବା ବେଳେ ଏନ୍‌ଟିଜି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ବାହାନାରେ ଜିଲାପାଳ ପ୍ରଶାସନ ସହ ମିଶି ଜିଲାରେ ଥିବା ଇଟାଶିଳ୍ପକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି ବୋଲି ସଂଘର ଉପଦେଷ୍ଟା ପ୍ରଧାନ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

ତର୍କରା ଡ୍ୟାମ୍‌ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍‌ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା...

ବିଜୟ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ୱର ଫେରିଲେ

ଭୁବନେଶ୍ୱର,୪।୫: କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ। ପ୍ରଚଣ୍ଡ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା।...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି।...

ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍‌ ଅଛି: ଏସ୍. ଜୟଶଙ୍କର

ଭୁବନେଶ୍ୱର,୪।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ଏହି ସମୟରେ ସେ ଓଡ଼ିଶାର କଳା, ସଂସ୍କୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri