Posted inଖେଳ

ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଅନ୍‌, ୩୦ା୧୨ (ଏଏଫ୍‌ପି)-ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜରେ ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଛି। ରବିବାର ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କଠାରେ ଦଳ ୧୦୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ୪ ଦିନରେ ଶେଷ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡ ବିଜୟ ପାଇଁ ୩୭୬ ରନ ଆବଶ୍ୟକ କରୁଥିଲା। କିଛି ଭଲ ବ୍ୟାଟିଂ ସତ୍ତ୍ୱେ ଦଳ ଏହାର ଦ୍ୱିତୀୟ ଇନିଂସରେ ୨୬୮ରନ କରି ଅଲଆଉଟ ହୋଇଯାଇଥିଲା। ଏହି ରୋମାଞ୍ଚକ ମ୍ୟାଚରେ ଦ୍ୱିତୀୟ ନୂଆ ବଲ୍‌ ଆସିବା ପୂର୍ବରୁ ବେନ୍‌ ଷ୍ଟୋକ୍ସ ଏବଂ ଅଧିନାୟକ ଜୋ ରୁଟ୍‌ ଦ୍ରୁତ ରନ ସଂଗ୍ରହ କରି ଦଳର ସ୍କୋରକୁ ଆଗେଇ ନେବାକୁ ଚେଷ୍ଟା କରୁଥିବାବେଳେ ବାମହାତୀ ସ୍ପିନର କେଶବ ମହାରାଜ ଅନ୍ତରାୟ ସୃଷ୍ଟି କରିଥିଲେ। ସେ ଷ୍ଟୋକ୍ସଙ୍କୁ ବୋଲ୍ଡ କରିଦେଇଥିଲେ। ନୂଆ ବଲ୍‌ ଆସିବାପରେ ତାହାର ପ୍ରଭାବ ଦେଖିବାକୁ ମିଳିଥିଲା। କାଗିସୋ ରାବାଡା ଗଲି ଅଞ୍ଚଳରେ ଜନି ବେୟାରଷ୍ଟୋଙ୍କୁ ଆଉଟ୍‌ କରିଦେଇଥିଲେ। ପରେ ଏନ୍‌ରିଚ୍‌ ନୋର୍ଜେ ଗରୁତ୍ୱପୂର୍ଣ୍ଣ ରୁଟ୍‌ଙ୍କ ଉଇକେଟ ଅକ୍ତିଆର କରିଥିଲେ। କଟ୍‌ ବିହାଇଣ୍ଡ ହୋଇଥିବା ରୁଟ୍‌ ଲଢୁଆ ୪୮ରନ କରିଥିଲେ। ନୋର୍ଜେ ନୂଆବଲ୍‌ରେ ବୋଲିଂବେଳେ ତାଙ୍କ ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ଦ୍ୱିତୀୟ ଥର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାରେ ସଫଳ ରହିଥିଲେ। ରବିବାର ୪ର୍ଥ ଦିବସ ଖେଳରେ ସେ ଟପ୍‌ ସ୍କୋରର ରୋରି ବର୍ନ (୮୪ରନ)ଙ୍କୁ ଆଉଟ କରି ପ୍ରଥମ ବ୍ରେକ୍‌ଥ୍ରୁ ଆଣିଦେଇଥିଲେ। ଅବଶିଷ୍ଟ ଉଇକେଟଗୁଡ଼ିକର ଶୀଘ୍ର ପତନ ଘଟିଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ସବୁଠାରୁ ସଫଳ ବୋଲର ରହିଥିଲେ ରାବାଡା ସେ ୧୦୩ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ସାଥୀ ଫାଷ୍ଟ ବୋଲର ଏନରିଚ୍‌ ନୋର୍ଜେ ୫୬ ରନ ଦେଇ ୩ ଉଇକେଟ ହାସଲ କରିଥିଲେ। ଇଂଲଣ୍ଡ ପୂର୍ବଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୨୧/୧ରୁ ଖେଳ ଆରମ୍ଭ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୨୮୪।
ଇଂଲଣ୍ଡ ପ୍ରଥମ ଇନିଂସ: ୧୮୧।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ:୨୭୨।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୨୬୮(ବନର୍‌ସ- ୮୪, ରୁଟ୍‌-୪୮, ଜୋ ଡେନ୍‌ଲି-୩୧; ରାବାଡା-୪/୧୦୩, ନୋର୍ଜେ-୩/୫୬, ମହରାଜ- ୨/୩୭)।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆଇପିଏଲ୍ ନିଲାମ: ଧୋନୀ ତିଆରି କରିଥିଲେ ଏହି ବୋଲରଙ୍କୁ, ୧୮ କୋଟି ଟଙ୍କାରେ କିଣିଲା କୋଲକାତା

ଆବୁଧାବି,୧୬।୧୨: କୋଲକାତା ନାଇଟ୍ ରାଇଡର୍ସ (KKR) ଚଳିତ IPL ମିନି ନିଲାମରେ ବଡ଼ ଧରଣର ଖର୍ଚ୍ଚ କରିଛି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍‌ଙ୍କୁ ୨୫.୨୦ କୋଟି...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri