ଆୟୁଷ ଡାକ୍‌ତର ଭରସାରେ ୫୦ ହଜାର ଲୋକ୍‌

ଲାଠୋର, ୧୬।୧ (ଡି.ଏନ୍‌.ଏ)- ରାଏଜ୍‌ ସରକାର ଲୁକ୍‌କୁ ଉଚମାନର ସ୍ବାସ୍ଥ୍ୟସେବା ଯୁଗେଇ ଦେବାର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ଏନ୍‌ତା କି ସ୍ବାସ୍ଥ୍ୟ ବିଭାଗକେ ଗୁରୁତ୍‌ ଦେଇ ରାଏଜ୍‌ ସରକାର ୫-ଟି ଯୋଜନାରେ ସାମିଲ କରିଛନ୍‌। ହେଲେ ଆଏଜ୍‌ ବି ଅନେକ ଡାକ୍‌ତରଖାନାରେ ଡାକ୍‌ତର, କରମଚାରୀ ଅଭାବୁ ରୁଗୀମାନେ ହଇରାନ ହରକତ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦରରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ।
ସୂଚନା ଅନ୍‌ସାରେ ୧୯୭୫ ସାଲେ ଲାଠୋର ଅଂଚଲବାସୀକୁ ସ୍ବାସ୍ଥ୍ୟସେବା ଯୁଗେଇ ଦେବାର ଉଦେଶ୍‌ରେ ରାଏଜ୍‌ ସରକାର ଗୁଟେ ସ୍ବାସ୍ଥ୍ୟକେନ୍ଦ୍ରର ଥାପନା କରିଥିଲେ। ଏହେଦେ ଇ ସ୍ବାସ୍ଥ୍ୟକେନ୍ଦ୍ରଟା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମାଏନ୍‌ତା ପାଇଛେ। ଇ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଖପ୍ରାଖୋଲ, ବେଲପଡ଼ା, ତୁରେକେଲା, ନୂଆପଡ଼ା ଜିଲାର କୋମନା ବ୍ଲକ ଆଦିର ପାଖାପାଖି ୫୦ ହଜାର ଲୋକ୍‌ ନିରଭର କରୁଛନ୍‌। ହେଲେ ଦୁଖର କଥା ଇ ଡାକ୍‌ତରଖାନା ଝନେ ଆୟୁଷ ଡାକ୍‌ତର, ଝନେ ଫାର୍ମାସିଷ୍ଟ, ଝନେ ନର୍ସ ଆର ପିଅନରେ ଚାଲିଛେ। ଇଠାନେ ବଛ୍‌ରେ ଆଗ୍‌ରୁ କାମ୍‌ କରୁଥିବାର ଝନେ ଏମ୍‌ବିବିଏସ୍‌ ଡାକ୍‌ତରକଁର ବଦଲି ହେଲା ଉତାରୁ ତାକର ଜାଗାରେ କାହାକେ ନାଇଁ ଦିଆଯାଇ। ଏନ୍‌ତାଥି ଆୟୁଷ ଡାକ୍‌ତରକଁର ଭରସାରେ ଇ ଡାକ୍‌ତରଖାନା ଚାଲୁଛେ। ଲାଠୋର ଅଂଚଲଟା ବହୁତ୍‌ ବଡ଼ ହେଇଥିଲାବେଲେ ରେଲ ଯୋଗାଯୋଗ ଲାଗି ଫିଦିନ ଇଠାନକେ ଅନେକ୍‌ ରୁଗୀ ଆସୁଛନ୍‌। ହେଲେ ଡାକ୍‌ତର ଅଭାବୁ ରୁଗୀମାନେ ବଡ଼ା ହଇରାନ ହରକତ ହେଉଥିବାର ଦେଖ୍‌ବାକେ ମିଲୁଛେ। ସେନ୍‌ତା କେହେନ୍‌ସି ଗୁରୁତ ରୁଗୀ ଇଠାନ୍‌କେ ଆଏଲେ ପରିସ୍ଥିତି ସଂଗୀନ ହେଇଯାଉଛେ। ଡାକ୍‌ତରଖାନାରେ ଝନେ ଏମ୍‌ବିବିଏସ୍‌ ଡାକ୍‌ତରକୁଁ ଦେବାର ଲାଗି ଅଂଚଲବାସୀ ଅନେକ ଥର ଧାରନା, ଅନସନ କରି ନିରାଶ ହେଇଛନ୍‌। ଏଭେ ମାସକେତେ ତଲେ ଅନେକ ଜାଗାରେ ଡାକ୍‌ତର ନିଯୁକ୍ତ କରାଯାଇଥିଲାବେଲେ ଲାଠୋର ଡାକ୍‌ତରଖାନାକେ ସ୍ବାସ୍ଥ୍ୟ ବିଭାଗ ପାସ୍‌ରି ଦେଇଛେ। ଲାଠୋର ଅଂଚଲର କେତେ ସଚେତନ ନାଗରିକ ଥାନୀଅ ସରପଁଚ୍‌ ପ୍ରବିଣ ଅଗ୍ରଓ୍ବାଲକଁର ସଂଗେ ମିଶି ମାସେ ତଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସକୁଁ ବଲାଙ୍ଗୀରରେ ଭେଟି ଲାଠୋର ଡାକ୍‌ତରଖାନାର ସମସିଆ ଉପରେ କହିଥିଲେ। ମନ୍ତ୍ରୀକୁଁ ସେମାନେ ଦାବିପତର ଜରିଆରେ ଝନେ ଏମ୍‌ବିବିଏସ୍‌ ଡାକ୍‌ତରକୁ ନିଯୁକ୍ତି ଦେବାକେ ଅନୁରୋଧ କରିଥିଲେ। ହେଲେ ଆଏଜ୍‌ତକ ଇ ଦିଗେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇ। ଆଏବାର ଦିନେ ଲାଠୋର ଡାକ୍‌ତରଖାନାରେ ଝନେ ଏମ୍‌ବିବିଏସ୍‌ ଡାକ୍‌ତରକୁଁ ନିଯୁକ୍ତି ନାଇଁଦେଲେ ଅଂଚଲର ଭିନେ ଭିନେ ଅନୁଷ୍ଠାନ ଆଂଦୋଲନ ଲାଗି ରାଜରାସ୍‌ତାକେ ଉତିରବେ ବଲି ଚେତାବନୀ ଦେଇଛନ୍‌। ଇ ଦିଗେ ଜିଲା ପରଶାସନ ଆର ସ୍ବାସ୍ଥ୍ୟ ବିଭାଗ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri