Posted inଜାତୀୟ

ଆୟର ଗୋଟିଏ ଭାଗ ଅଜଣା ମୃତଦେହ ସଂସ୍କାରରେ ଖର୍ଚ୍ଚ କରନ୍ତି ଆୟୁବ

ମହୀଶୂର,୨୬।୮: କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମ୍ମଦ। ନିଶା ତାଙ୍କର ଅଜଣା ମୃତଦେହକୁ ସଂସ୍କାର କରିବା। ଆଉ ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବା। ମାତ୍ର ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଆୟୁବଙ୍କ ଏହି କାମ ପାଇଁ ଏବେ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି। ପ୍ରଥମେ ପ୍ରଥମେ ତାଙ୍କର ଏହି କାର୍ଯ୍ୟକୁ ସମସ୍ତେ ନିନ୍ଦା କରୁଥିବା ବେଳେ ଏବେ କିନ୍ତୁ ଅଜଣା ମୃତଦେହ ଦେଖିଲେ ଖୋଜା ପଡୁଛନ୍ତି ଆୟୁବ। ସେ କୁହନ୍ତି ଯେତେବେଳେ ସେ ଗୁନ୍ଦୁଲପେଟ ତାଙ୍କର ଏକ କାର୍‌ କିଣିବାକୁ ଯାଉଥିଲେ ସେତେବେଳେ ସେ ବାଟରେ ଏକ ଅଜଣା ମୃତଦେହ ନିକଟରେ ଜନଗହଳି ଦେଖିଥିଲେ। ଏହାପରେ ସେ କାର୍‌ କିଣି ଫେରିବା ପର୍ଯ୍ୟନ୍ତ ସେମିତି ସେହିଠାରେ ମୃତଦେହଟି ପଡି ରହିଥିବାବେଳେ କେହି ପୋଲିସକୁ ଖବର ମଧ୍ୟ ଦେଇ ନ ଥିଲେ। ଏହାପରେ କିଛି ଚିନ୍ତା ନ କରି ଆୟୁବ ନିଜ ହାତରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଠାଇ କାର୍‌ରେ ଲଦି ଆଣି ଅନ୍ତିମ ସଂସ୍କାର କରିଥିଲେ। ଅବଶ୍ୟ ପୋଲିସକୁ ଖବର ନ ଦେଇଥିବାରୁ ଏହାର ପରିଣାମ ବି ତାଙ୍କୁ ଭୋଗିବାକୁ ପଡିଥିଲା। ଆଉ ଏ କଥା ଘର ଲୋକଙ୍କୁ କହିବା ପରେ ଏମିତି ବିରୋଧର ଶିକାର ହୋଇଥିଲେ ଯେ ଶେଷରେ ସେ ଘର ଛାଡି ବେଙ୍ଗାଲୁର ଚାଲି ଯାଇଥିଲେ। ସେଠାରେ ମଧ୍ୟ ସେ ଏହି କାମକୁ ଜାରି ରଖିଲେ। ଏମିତି ଦିନେ ସ୍ଥିର କଲେ କି ସେ ନିଜ ଗାଁକୁ ଫେରି ମା’ବାପାଙ୍କୁ ଏକଥା ବୁଝାଇବେ। ତାହାହିଁ ହେଲା ଆଉ ଏଥିରେ ତାଙ୍କ ମା’ ସହଯୋଗର ହାତ ବଢାଇଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦ ବର୍ଷ ମଧ୍ୟରେ ସେ ପାଖାପାଖି ୧୦ ହଜାର ଅଜଣା ମୃତଦେହର ସଂସ୍କାର କରି ସାରିଥିବା କୁହନ୍ତି। ଆଉ ଏଥିରେ ଖର୍ଚ୍ଚ ହେଉଥିବା ଅର୍ଥ ତାଙ୍କ ରୋଜଗାରର ଏକ ଭାଗ ବୋଲି ସେ କୁହନ୍ତି। ଆୟୁବ ତାଙ୍କ ଆୟକୁ ୩ ଭାଗ କରି ଦେଇଥିବା ବେଳେ ଆଉ ଗୋଟିଏ ଭାଗ ନିଜ ଘର ଖର୍ଚ୍ଚ ଓ ଅନ୍ୟ ଭାଗଟିକୁ ଫୁଟ୍‌ପାଥରେ ରହୁଥିବା ଲୋକଙ୍କ ପାଇଁ ଖର୍ଚ୍ଚ କରନ୍ତି। ଏବେ କିନ୍ତୁ ଆୟୁବଙ୍କର ଏହି କାମ ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳୁଛି ହେଲେ ଏହାକୁ ଦେଖିବାକୁ ତାଙ୍କ ନିକଟର ତାଙ୍କ ମା’ ନ ଥିବା ସେ କୋହଭରା କଣ୍ଠରେ ପ୍ରକାଶ କରନ୍ତି। ଏବେ ତାଙ୍କ ସ୍ତ୍ରୀ ତାଙ୍କୁ ଏଥିରେ ସହଯୋଗ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri