ଆସୁଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ଧାର୍ଯ୍ୟ ସମୟରେ ବସ୍ତ୍ର ଯୋଗାଣକୁ ନେଇ ଚିନ୍ତା

ଖୋର୍ଦ୍ଧା ଅଫିସ,୨୦ା୪: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାରମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଶ୍ରେଷ୍ଠ ହେଉଛି ରଥଯାତ୍ରା। କାଳିଆ ସାଆନ୍ତ, ବଡଠାକୁରଙ୍କ ସହ ଭଉଣୀ ଦେବୀ ସୁଭଦ୍ରା ରତ୍ନ ସିଂହାସନରୁ ଓହ୍ଲାଇ ଆସି ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଥାନ୍ତି। ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ସୂତା ଓ ପାଟ ବସ୍ତ୍ର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡାର ମଧୁସୂଦନ ୱେଲିଂ ଫ୍ୟାକ୍ଟ୍ରିରୁ ଯୋଗାଇ ଦିଆଯାଇଥାଏ। ନିର୍ଦ୍ଧାରିତ ସମୟରେ ଏହି ସୂତା ଓ ପାଟବସ୍ତ୍ର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପୁରୀରେ ପହଞ୍ଚାଇବା ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟ ନୋଟିସ (ନଂ.୧୭୫୨/୨୫ା୨ା୨୦୨୦) ଜାରି କରିଛନ୍ତି। ତେବେ ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ବସ୍ତ୍ର ପହଞ୍ଚାଇବାକୁ ନେଇ ବୁଣାକାରଙ୍କୁ ଚିନ୍ତା ଘାରିଛି। ଲକ୍‌ଡାଉନ ଯୋଗୁ ଆବଶ୍ୟକ କଞ୍ଚାମାଲ ଆସିବାରେ ବିଳମ୍ବ ହେଉଛି। ୭୦ପ୍ରତିଶତ କାମ ସରିଥିବା ବେଳେ ଅବଶିଷ୍ଟ ୩୦ଭାଗ କାମ କେବଳ କଞ୍ଚାମାଲ ଅଭାବରୁ ଅଟକି ରହିଛି। ମେ ୩ରେ ଲକ୍‌ଡାଉନ ଉଠିଲା ପରେ କିମ୍ବା ଏଥିଲାଗି ସରକାରଙ୍କ ପକ୍ଷରୁ ଅନୁମତି ମିଳିଲେ କଞ୍ଚାମାଲ ଆଣି ଯୁଦ୍ଧକାଳୀନ ଭିତ୍ତିରେ କାମ ସାରିବାକୁ ଉଦ୍ୟମ କରାଯିବ ବୋଲି ବରିଷ୍ଠ ବୁଣାକାର ଗୋପୀନାଥ ଦାସ କହିଛନ୍ତି।
ଚଳିତବର୍ଷ ରଥଯାତ୍ରା ଲାଗି ପତନି ୨୫୦ ମୂର୍ତ୍ତି (ଖଣ୍ଡ), ବୋଇରାଣୀ ୩୦୦, ମଲମଲ ୧୬୦, ଗଦିଫେଟା ୧୬୦, ୧୨ ହାତି ଗଡା ୧୫୦୦, ୧୬ ହାତି ଗଡା ୨୦୦, ନିଉଛାଳି ୧୮୦, ନେତଫୁଟା ୨୦, ସୂତାଫୁଟା ୩୦, ନେତ ଖଣ୍ଡୁଆ ୬, ଶ୍ରୀମୁଖ ଓତା ୬, ଟଣାଖସା (ବଡ) ୪, ଟଣାଖସା (ସାନ) ୩, ଅଧର ଗାମୁଛା ୯ ମୂର୍ତ୍ତି, ନାଲି ଚେହେଲି ୫୦ ଗଜ, ନେଳି ଚେହେଲି ୪୮ ଗଜ ଓ ହଳିଦିଆ ଚେହେଲି ୪୦ ଗଜ ପ୍ରଭୃତି ୧୭ ପ୍ରକାର ସୂତା ଓ ପାଟବସ୍ତ୍ର ଯୋଗାଇବା ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଉପରୋକ୍ତ ନୋଟିସରେ ଦର୍ଶାଯାଇଛି।
ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ପାଟବସ୍ତ୍ର ଯୋଗାଇବା ନିମନ୍ତେ ତାଲିକା ପାଇବା ପରେ ରାଉତପଡା ଗଁାର ବୁଣାକାରମାନେ ସେବାରେ ଲାଗି ପଡନ୍ତି। ଚଳିତବର୍ଷ ରଥଯାତ୍ରା ଲାଗି ଚେହେଲି ପାଟ, ବଡସିଂହାର ଲାଗି ଗୀତଗୋବିନ୍ଦ ପାଟ, ସାତବାର ଲାଗି ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇ ପ୍ରକାର ଘୋଡଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ ଗରାବଡୁ ଜଳ ପାଇଁ ଗାମୁଛା, ମହାପ୍ରଭୁଙ୍କ ଗୁପ୍ତ ସେବା ଲାଗି ୩ ରଙ୍ଗର ଏକ ସେଟ ଲେଖାଏ ଚେହେଲି ପାଟ ପ୍ରସ୍ତୁତି ଚାଲିଛି। ଗୀତଗୋବିନ୍ଦ ବହିରୁ ଊଦ୍ଧୃତ ତୃତୀୟା ପୟାର ପ୍ରଥମ ଶ୍ଳୋକ ଯଥା କଂସାରୀ ରପି ସଂସାର, ବାସନାବଦ୍ଧ ଶୃଙ୍ଖଳା, ରାଧାମାଧାୟ ହୃଦୟେ, ତ୍ୟୋଜ ବ୍ରଜସୁନ୍ଦରୀଃ ଲେଖାଥିବା ଗୀତଗୋବିନ୍ଦ ନାମକ ଏକ ପାଟ ଠାକୁରଙ୍କ ନୀତିଦିନିଆ ରାତି ବଡସିଂହାର ବେଶ ଲାଗି ପ୍ରସ୍ତୁତ ଚାଲିଛି। ସେହିପରି ଚନ୍ଦନ ଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ, କେଳି ଚଳନ୍ମଣି କୁଣ୍ଡଳ ମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ ଲେଖାଥିବା ଠାକୁରଙ୍କ ବଡସିଂହାର ବେଶ ଲାଗି ଗୀତଗୋବିନ୍ଦ ପାଟ ପଠାଯାଇଥାଏ। ସପ୍ତ ବିଗ୍ରହ ମାଧବ, ଶ୍ରୀସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ ପ୍ରକାର ଘୋଡଣି ସମେତ ମହାପ୍ରଭୁଙ୍କ ବର୍ଷସାରା ଅନ୍ୟ ସେବା ଲାଗି ୩୦ରୁ ୩୫ ପ୍ରକାର ବସ୍ତ୍ର ପ୍ରସ୍ତୁତି ଚାଲିଛି।

ସେବାରେ ମିଳେ ପରମ ଆନନ୍ଦ
ରାଉତପଡାର ଗଁାର ଅଧିକାଂଶ ପରିବାର ବୁଣାକାର ସମ୍ପ୍ରଦାୟର। ସେମାନେ ମହାପ୍ରଭୁଙ୍କ ସେବାରେ ପରମ ଆନନ୍ଦ ପାଆଥାନ୍ତି। ବରିଷ୍ଠ ବୁଣାକାର ଗୋପୀନାଥ ଦାସ କୁହନ୍ତି, ବାପା ମଧୁସୂଦନଙ୍କ ଅମଳରୁ ୧୯୯୩ରୁ କ୍ରମାଗତ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଓ ବର୍ଷସାରା ପର୍ବପର୍ବାଣି ଲାଗି ସୁତା ଲୁଗା ଓ ପାଟବସ୍ତ୍ର ଯୋଗାଇ ଆସୁଛୁ। ଗଁାର ୨୫ ପରିବାରର ୧୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ମହାପ୍ରଭୁଙ୍କୁ ଏହି ସେବା କରି ଆସୁଛନ୍ତି। ୧୯୯୬ ଓ ୨୦୧୫ ନବକଳେବରରେ ମହାପ୍ରଭୁଙ୍କ ଲାଗି ସୁତା ଓ ପାଟବସ୍ତ୍ର ପଠାଇବାର ସୁଯୋଗ ଆମ୍ଭେମାନେ ପାଇଥିଲୁ। ଏହି କାର୍ଯ୍ୟରେ ମଧୁସୂଦନଙ୍କ ୪ ପୁଅ ରାମଚନ୍ଦ୍ର, ଗୋପୀନାଥ, ଭଗବାନ ଓ ଗୋବିନ୍ଦଚନ୍ଦ୍ରଙ୍କ ପରିବାର ସମେତ ଅଶୋକ ଦାସ, କୈଳାସ ଚନ୍ଦ୍ର ଦାସ, ରବୀନ୍ଦ୍ର ଦାସ ଓ କାର୍ତ୍ତିକ ପାତ୍ର ପ୍ରମୁଖ ସହଯୋଗ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri