ଆସିଲା ମୌସୁମୀ, ଘାରିଲା ଜଳବନ୍ଦୀ ଚିନ୍ତା: କଣ୍ଟ ପୂରିଲା, କାମ ସରିଲାନି

ଭୁବନେଶ୍ୱର, ୨୨ା୬(ବ୍ୟୁରୋ): ବର୍ଷରେ ଥରେ ଡ୍ରେନ ସଫା କରିବାକୁ ମନେପଡ଼େ। ପ୍ରତ୍ୟେକ ବର୍ଷ ମୌସୁମୀ ଆସିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଡ୍ରେନେଜ୍‌ ବିଭାଗୀୟ ଅଧିକାରୀମାନେ ମୁଖ୍ୟ ଡ୍ରେନ ଓ ସବ୍‌ଡ୍ରେନକୁ ସଫା କରିବାକୁ ମନ ବଳାନ୍ତି। ତାହା ବି ଅନ୍ୟ ବର୍ଷଗୁଡ଼ିକ ପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସରେନାହିଁ। ଫଳରେ ପ୍ରତ୍ୟେକ ବର୍ଷ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳେ। ଚଳିତବର୍ଷ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବ ବୋଲି ଏବେଠୁ ଜଣାପଡ଼ିଲାଣି। କାରଣ ଚଳିତ ମୌସୁମୀର ପ୍ରଥମ ବର୍ଷା ହୋଇସାରିଥିବାବେଳେ ଭୁବନେଶ୍ୱରର ୫୬୦ କି.ମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କି.ମିର ମୁଖ୍ୟ ୧୦ଟି ଡ୍ରେନ୍‌ର ସଫେଇ ଏଯାବତ୍‌ ସରିନାହିଁ। ଗତ ୨୦ ତାରିଖ ସୁଦ୍ଧା ସଫେଇ କାମ ସାରିବାକୁ ଠିକା ସଂସ୍ଥାକୁ ଡ୍ରେନେଜ ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସେମାନେ ମନମୁଖି ଭାବେ ସଫେଇ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ୱରର ମୋଟ ୬୭ଟି ଓ୍ବାର୍ଡ ମଧ୍ୟରୁ ମାତ୍ର ୩୦ରୁ ୩୫ଟି ଓ୍ବାର୍ଡରେ ଡ୍ରେନେଜ୍‌ ସଫେଇ ଓ ପଙ୍କ ପୁନରୁଦ୍ଧାର କାର୍ଯ୍ୟ ସରିଛି। ଅନ୍ୟ ୩୦ରୁ ୩୨ଟି ଓ୍ବାର୍ଡରେ କାର୍ଯ୍ୟ ଅଧା ବି ହୋଇନାହିଁ। ୨୨ତାରିଖ ସରିବାକୁ ବସିଲାଣି, କିନ୍ତୁ ପାଣି ନିଷ୍କାସନ ପାଇଁ ଡ୍ରେନେଜଗୁଡ଼ିକୁ ସଫା କରାଯାଇପାରିନାହିଁ।
ଏ ନେଇ ଡ୍ରେନେଜ୍‌ ବିଭାଗୀୟ ଇଞ୍ଜିନିୟର ପ୍ରଦୀପ ଦୂରିଆ କହିଛନ୍ତି, ମୌସୁମୀ ପୂର୍ବରୁ କାମ ସାରିବାକୁ ବିଏମ୍‌ସି ପକ୍ଷରୁ ସବୁ ଚେଷ୍ଟା କରାଯାଇଛି। ଏବେ ମଧ୍ୟ କାର୍ଯ୍ୟ ଜାରି ରହିଛି। ଗଙ୍ଗନଗର, ଭୌମନଗର, ଭୀମଟାଙ୍ଗୀ ପରି ସ୍ଥାନରେ ପିଏମ୍‌ଆର ଏବଂ ରାମକୀ ପକ୍ଷରୁ ଡ୍ରେନେଜ୍‌ ସଫେଇ ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଆଗକୁ ବର୍ଷା ଲାଗି ରହିବ। ଏବେ ବିଏମ୍‌ସି ଏନେଇ କେତେ ତତ୍ପରତା ଦେଖାଉଛି ତାହା ଦେଖିବାକୁ ବାକି ରହିଲା।

ମେ ୨୪ରୁ ଆରମ୍ଭ ହୋଇଥିଲା ସଫେଇ:
ଭୁବନେଶ୍ୱରର ୬୭ଟି ଓ୍ବାର୍ଡରେ ଗତ ୨୨ତାରିଖରୁ ଡ୍ରେନେଜ୍‌ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୫ଜଣ କଣ୍ଟ୍ରାକ୍ଟରଙ୍କ ସହ ୩ଟି ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ଦିଆଯାଇଥିଲା। ବିଏମ୍‌ସିର ବରିଷ୍ଠ ଅଧିକାରୀମାନଙ୍କ ତଦାରଖରେ ଡ୍ରେନେଜ୍‌ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ହେଉଥିଲା। ଏ ନେଇ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଥିଲେ, ଜୁନ୍‌ ୨୦ ସୁଦ୍ଧା ଡ୍ରେନ କାମ ସରିଯିବ। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଘରୋଇ ସଂସ୍ଥାର ମନମାନୀ ଲାଗି ଏବେ ଏହି ସଫେଇ କାର୍ଯ୍ୟରେ ଅହେତୁକ ଅବହେଳା ଓ ବିଳମ୍ବ ଦେଖାଦେଇଛି।
କାର୍ଯ୍ୟରେ ନିୟୋଜିତ ୨୩୦ କର୍ମଚାରୀ, ୧୨ ପୋକ୍‌ଲିନ୍‌ ମେଶିନ
ଭୁବନେଶ୍ୱରର ୬୭ଟି ଓ୍ବାର୍ଡକୁ ୧୦ଟି ମୁଖ୍ୟ ଡ୍ରେନ ସଂଯୋଗ କରୁଛି। ଉକ୍ତ ଡ୍ରେନଗୁଡ଼ିକୁ ଛୋଟ ଛୋଟ ଆଭ୍ୟନ୍ତରୀଣ ଡ୍ରେନ ସଂଯୋଗ କରୁଛି। ମୁଖ୍ୟ ଡ୍ରେନଗୁଡ଼ିକ ଶେଷରେ ଯାଇ ଗଙ୍ଗୁଆ ନାଳ ଏବଂ ସେଠାରୁ ଦୟା ନଦୀରେ ମିଶୁଛି। ମୁଖ୍ୟ ଡ୍ରେନର ଲମ୍ବ ୬୦ କିମି ହୋଇଥିବାବେଳେ ଆଭ୍ୟନ୍ତରୀଣ ଡ୍ରେନର ଲମ୍ବ ୫୬୦ କିମି। ଗତ ମାସେ ହେବ ଚାଲିଥିବା ଏହି କାର୍ଯ୍ୟରେ ମାତ୍ର ୨୩୦ଜଣ ସଫେଇ କର୍ମଚାରୀ ଏବଂ ୧୨ଟି ପୋକଲିନ୍‌ ମେଶିିନ୍‌ ନିୟୋଜିତ ହୋଇଛନ୍ତି। ଆବଶ୍ୟକଠାରୁ କମ୍‌ ସମୟ ମିଳୁଥିବାରୁ ସଫେଇ କାର୍ଯ୍ୟ ବିଳମ୍ବ ଘଟୁଥିବା ଘରୋଇ ସଂସ୍ଥା କର୍ମଚାରୀ ପ୍ରକାଶ କରିଛନ୍ତି।

ନିଷ୍କାସନ ହୋଇପାରୁନି ବର୍ଷାଜଳ:

ତାତିରୁ ତ୍ରାହି ମିଳିଛି। ଅସହ୍ୟ ଗୁଳୁଗୁଳି ପରେ ଏବେ ଓଡ଼ିଶା ଛୁଇଁଛି ମୌସୁମୀ। ସମସ୍ତଙ୍କ ମନକୁ ମୌସୁମୀ ବର୍ଷା ଆଶ୍ୱସ୍ଥି କରିଥିବା ବେଳେ ରାଜଧାନୀବାସୀଙ୍କ ପାଇଁ ଦୁର୍ଦ୍ଦଶା ବଢାଇଛି। ରାଜଧାନୀର ଜନପଥ, କଟକ ରୋଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବ ବିହାର ରୋଡରେ ପାଣି ଲହଡ଼ି ମାରିଛି। ଡ୍ରେନରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ରାସ୍ତାକୁ ଉଦ୍‌ବୃତ୍ତ ହୋଇଆସିଛି। ଫଳରେ ଯାତାୟାତରେ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଜୟଶଙ୍କର ଦୁଇ ଦିନ ଓଡ଼ିଶାରେ ରହିବେ। ମିଳିଥିବା ସୂଚନାନୁଯାୟୀ, ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି, ଜାଣନ୍ତୁ କାରଣ…

ଭୁବନେଶ୍ୱର,୪।୫: କଂଗ୍ରେସ ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି।ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍‌ ସୁଚରିତା ଫେରାଇଥିବା ନେଇ ଆଇସିସିକୁ ଜଣାଇଛନ୍ତି। ବିନା...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଷ୍ଟାର୍ଟଅପ୍‌ ପୁରସ୍କୃତ

ଭୁବନେଶ୍ୱର, ୪।୫ (ବନ୍ଦନା ସେଠୀ): ଆମେରିକାର ବୋଷ୍ଟନ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଷ୍ଟାର୍ଟଅପ୍‌ ପ୍ରଦର୍ଶନ ପ୍ରତିଯୋଗିତା ଓ ତତ୍‌ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri