ଦିଶପୁର,୮।୭: ଆସାମରେ ଜାପାନିଜ୍ ଏନ୍ସେଫାଲାଇଟିସ୍ ଆତଙ୍କ ଦେଖାଦେଇଛି। ଗତ ଏପ୍ରିଲରୁ ଏବେ ପର୍ଯ୍ୟନ୍ତ ଏହି ରୋଗରେ ୫୬ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ସେହିପରି ଗତ ୩ମାସ ମଧ୍ୟରେ ୨୧୬ଟି ଏହି ମାମଲା ଦେଖାଦେଇଛି। ରାଜ୍ୟରେ ସମସ୍ତ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି ଆସାମ ସରକାର। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୋରଖପୁରରୁ ଆରମ୍ଭ କରି ବିହାରର ମୁଜଫରପୁର ପର୍ଯ୍ୟନ୍ତ ଜାପାନିଜ୍ ଏନ୍ସେଫାଲାଇଟିସ୍ ରୋଗରେ ଆକ୍ରାନ୍ତ ହୋଇ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇସାରିଛି।


