ଆଶ୍ରୟ ଆଳରେ ଆଶ୍ରମରୁ ୬୦ ହଜାର ଟଙ୍କାରେ ନାବାଳିକା ବିକ୍ରି: ପ୍ରତାରଣା ଦେଇ ଖସି ପଳାଇଲେ ସ୍ବାମୀ

ବରଗଡ଼ ଅଫିସ୍‌,୩।୭: ବରଗଡ଼ ଜିଲାର ଏକ ଆଶ୍ରମରେ ଜଣେ ଅସହାୟା ନାବାଳିକାଙ୍କୁ ଆଶ୍ରୟ ଦେବା ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକିଦେବା ଏବଂ ପରେ ନାବାଳିକାଙ୍କୁ ବିବାହ କରିଥିବା ସ୍ବାମୀ ତାଙ୍କୁ ଛାଡ଼ି ପଳାଇଛନ୍ତି। ପ୍ରତାରଣା ଦେଇ ଖସି ପଳାଇଥିବା ସ୍ବାମୀଙ୍କୁ ଖୋଜୁଥିବା ବେଳେ ବୁଧବାର ବରଗଡ଼ ସହରର ଭଟ୍‌ଲି ଛକରୁ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି।
ପ୍ରକାଶ ଯେ, ନାବାଳିକାଙ୍କ ପରିବାର ପ୍ରଥମେ ସୋନପୁରରେ ରହୁଥିଲେ। ବାପା ଜଣେ ଟ୍ରକ୍‌ ଡ୍ରାଇଭର। ତେବେ ମା’, ବାପାଙ୍କ ମଧ୍ୟରେ ଝଗଡ଼ା ହେବାରୁ ମା’ କୁଆଡ଼େ ପଳାଇଲେ। ଏହା ପରେ ବାପା ସମ୍ପୃକ୍ତ ନାବାଳିକା ଓ ତାଙ୍କର ଭାଇକୁ ନେଇ ଭେଡ଼େନ ଥାନା ସଂକ୍ରୀଡ଼ା ଗ୍ରାମରେ ଆସି ରହୁଥିଲେ । ତେବେ ସଂକ୍ରୀଡ଼ାରେ ରହିବା ସମୟରେ ବାପା ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଯୋଗୁ ନାବାଳିକା ଜଣକ ଗତବର୍ଷ ଡିସେମ୍ବରରୁ ଘରୁ ପଳାଇ ଯାଇଥିଲେ । ସେତେବେଳେ ଭେଡ଼େନ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ତେବେ ଜିଲା ଶିଶୁ କଲ୍ୟାଣ ସମିତି(ସିଡବ୍ଲ୍ୟୁସି)ଙ୍କୁ ଅବଗତ ନ କରି ପୋଲିସ ନାବାଳିକାଙ୍କୁ ଜିଲାର ଏକ ଆଶ୍ରମରେ ଗତ ଜାନୁୟାରୀ ୨୮ତାରିଖରେ ରଖିଥିଲା। ମାତ୍ର ଉକ୍ତ ଆଶ୍ରମରେ ମଧ୍ୟ ନିର୍ଯାତନା ଦିଆଯାଉଥିବା ଯୋଗୁ ସେଠାରୁ ସେ ଖସି ଆସିଥିଲେ ଏବଂ ପରେ ଆଶ୍ରମ କର୍ତ୍ତୃପକ୍ଷ ପୁଣି ତାଙ୍କୁ ସେଠାକୁ ନେଇ ରଖିଥିଲେ ବୋଲି ନାବାଳିକା କହିଛନ୍ତି। ଆଶ୍ରମ କର୍ତ୍ତୃପକ୍ଷ ଗତମାସ ଫେବୃୟାରୀ ୨ତାରିଖରେ ବରଗଡ଼ର ଜଣେ ଯୁବକଙ୍କ ସହିତ ବିବାହ ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକ୍ରି ଦେଇଥିଲେ। ସମ୍ପୃକ୍ତ ଯୁବକ ତାଙ୍କୁ ଏକ ଭଡ଼ାଘରେ ରଖିଥିଲେ। ହେଲେ ଗତ ୬ଦିନ ହେବ ସେ ମଧ୍ୟ ତାଙ୍କୁ ଛାଡ଼ି କୁଆଡ଼େ ପଳାଇ ଯାଇଥିବା ନାବାଳିକା କହିଛନ୍ତି । ଏ ନେଇ ନାବାଳିକା ପୋଲିସକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ନାବାଳିକା ଏକ ଫ୍ୟାନ୍ସି ଷ୍ଟୋରରେ କାମ କରୁଥିବା ଯୋଗୁ ଏଥିରେ ଫ୍ୟାନ୍ସି ଷ୍ଟୋର ମାଲିକଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି । ସିଡବ୍ଲ୍ୟୁସି କର୍ତ୍ତୃପକ୍ଷ ନାବାଳିକାଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri