ଆଶା ଆଶଙ୍କାରେ ବହୁ ହେଭିୱେଟ୍‌

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ପ୍ରତୀକ୍ଷାର ଅନ୍ତଘଟାଇ ଗୁରୁବାର ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ନିର୍ବାଚନ ମଇଦାନରେ ଥିବା ସବୁ ଦଳର ହେଭିୱେଟ୍‌ଙ୍କ ରାଜନୈତିକ ଭାଗ୍ୟ ସଂକ୍ରାନ୍ତ ନିଷ୍ପତ୍ତି ଭୋଟର ନେଇସାରିଛନ୍ତି। ତେଣୁ କେଉଁ ହେଭିୱେଟ୍‌ ସଫଳ ହେଉଛନ୍ତି, କିଏ ପଛରେ ପଡିଯାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ପ୍ରାର୍ଥୀମାନେ ବିଜୟ ହେବାକୁ ନେଇ ଆଶା ଆଶଙ୍କା ରହିଛନ୍ତି।
ରାଜ୍ୟର ନିର୍ଦ୍ଦିଷ୍ଟ କିଛି ଆସନ ଉପରେ ଅଧିକ ଉତ୍କଣ୍ଠା ପ୍ରକାଶ ପାଇଛି। ସେଥିମଧ୍ୟରେ ପୁରୀ ଲୋକ ସଭା ଆସନ ଅନ୍ୟତମ। ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଲଗାତର ତୃତୀୟଥର ପାଇଁ ପିନାକୀ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ପୂର୍ବାପେକ୍ଷା ପିନାକୀ କଡା ଟକ୍କରର ସମ୍ମୁଖୀନ ହୋଇଥିବା ଆଲୋଚନା ହେଉଛି। ତେଣୁ ସମ୍ବିତ ଓ ପିନାକୀଙ୍କ ମଧ୍ୟରୁ କିଏ ବାଜି ମାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ଭୁବନେଶ୍ୱର ଲୋକ ସଭା ଆସନରେ ଭାଜପାରୁ ଅବସରପ୍ରାପ୍ତ ପ୍ରଶାସିକା ଅପରାଜିତା ଷଡଙ୍ଗୀ, ବିଜେଡିରୁ ପୂର୍ବତନ ବମ୍ବେ ପୋଲିସ କମିଶନର ଅରୂପ ପଟ୍ଟନାୟକ ଏବଂ କଂଗ୍ରେସ ସମର୍ଥିତ ସିପିଏମ୍‌ରୁ ଜନାର୍ଦ୍ଦନ ପତି ପ୍ରାର୍ଥୀ ହୋଇଛନ୍ତି। ହେଲେ ଅପରାଜିତା ଏବଂ ଅରୂପଙ୍କ ମଧ୍ୟରେ ସିଧା ଲଢେଇ ହୋଇଥିବା କୁହାଯାଉଛି। ତେଣୁ ଦୁହିଁଙ୍କ ମଧ୍ୟରୁ କିଏ ବାଜି ମାରିବେ, ତାହା ଗୁରୁବାର ଫଳାଫଳ ପରେ ସ୍ପଷ୍ଟ ହେବ। ଭାଜପାର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ବିଜେଡି ପକ୍ଷରୁ ଅଭିନେତା ଅନୁଭବ ମହାନ୍ତି ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଆଇନଜୀବୀ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିଛି। ଉଭୟ ବିଜେଡି ଓ ଭାଜପା ଶିବିର ବିଜୟୀ ହେବା ନେଇ ଉତ୍ସାହିତ। ତେଣୁ ଦୁଇ ହେଭିୱେଟଙ୍କ ମଧ୍ୟରୁ କାହାକୁ କେନ୍ଦ୍ରାପଡ଼ାବାସୀ ନିଜର ପ୍ରତିନିଧି ବାଛିଛନ୍ତି, ତାହାକୁ ନେଇ ଜାତୀସ୍ତରରେ ମଧ୍ୟ ଉତ୍କଣ୍ଠା ପ୍ରକାଶ ପାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଭାଜପା ନେତା ସୁରେଶ ପୂଜାରୀ, ଜୟରାମ ପାଙ୍ଗୀ, ସଭାପତି ବସନ୍ତ ପଣ୍ଡା, କଂଗ୍ରେସ ନେତା ପ୍ରଦୀପ ମାଝି, ଭକ୍ତ ଦାସ, ଜର୍ଜ ତିର୍କୀ ଏବଂ ବିଜେଡିରୁ ଭର୍ତ୍ତୃହରି ମହତାବ, ପୁଷ୍ପେନ୍ଦ୍ର ସିଂ ଦେଓ, ଚନ୍ଦ୍ରଶେଖର ସାହୁ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂଦେଓ ପ୍ରମୁଖଙ୍କ ଲୋକ ସଭା ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ସେହିଭଳି କେତେକ ବିଧାନସଭା ଆସନକୁ ନେଇ ମଧ୍ୟ ଉତ୍କଣ୍ଠା ଲାଗି ରହିଛି। ବିଜେପୁର ଏବଂ ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ ବ୍ୟବଧାନରେ ବିଜୟୀ ହେବେ ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଶାସକ ବିରୋଧୀ ହାୱାର ସମ୍ମୁଖୀନ ହୋଇଥିବା ବିଜେଡିର ଶୀର୍ଷ ନେତାଙ୍କ ଭୋଟ ପ୍ରତିଶତ ହ୍ରାସ ପାଇଛି କି ନାହିଁ ତାହା ଉପରେ ସମୀକ୍ଷକମାନେ ନଜର ରଖିଛନ୍ତି। ସେହିଭଳି ବଲାଙ୍ଗୀର ଆସନରୁ ଲଢ଼ିଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଘସିପୁରା ଏବଂ ଭଣ୍ଡାରିପୋଖରୀରୁ ଲଢ଼ିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟପୁରରୁ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଏବଂ ବିଜେଡି ନେତା ରବି ନାରାୟଣ ନନ୍ଦ, ବ୍ରହ୍ମଗିରିରେ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ଭାଜପା ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିର୍ବାଚନ ଲଢୁଛନ୍ତି। ଏହି ଆସନର ଫଳାଫଳ କାହା ସପକ୍ଷରେ ଯିବ, ସେ ନେଇ ସବୁ ବର୍ଗର ଜନସାଧାରଣ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବଡମ୍ବାରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବାରବାଟୀ କଟକରୁ ପ୍ରାର୍ଥୀ ହୋଇଥିବା ଦେବାଶିଷ ସାମନ୍ତରାୟ , ବାଲିକୁଦା-ଏରସମାରୁ ଭାଜପା ପ୍ରାର୍ଥୀ ହୋଇଥିବା ଦାମୋଦର ରାଉତ, ବସ୍ତାରୁ ରଘୁନାଥ ମହାନ୍ତି, ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକ, ଚିଲିକାରୁ ପ୍ରଶାନ୍ତ ଜଗଦ୍ଦେବ, କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ରାଜନୈତିକ ଭାଗ୍ୟ କ’ଣ ହେଉଛି ତାହା ଉପରେ ବି ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri