ଆର୍‌ପିଏଫ୍‌ ପ୍ରତିଷ୍ଠା ଦିବସ: ୩୫ ଯବାନ ପୁରସ୍କୃତ

ଭୁବନେଶ୍ୱର, ୨-୯(ବ୍ୟୁରୋ): ପୂର୍ବତଟ ରେଳପଥ ମୁଖ୍ୟାଳୟରେ ମଙ୍ଗଳବାର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌)ର ୩୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆର୍‌ପିଏଫ୍‌ ଆଇଜି ରାଜା ରାମଙ୍କ ନେତୃତ୍ୱରେ ଆୟୋଜିତ ପରେଡରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଯାତ୍ରୀଙ୍କ ସୁରକ୍ଷା ପ୍ରତି ଆର୍‌ପିଏଫ୍‌ ବିଶେଷ ଧ୍ୟାନ ଦେବା ଜରୁରୀ ବୋଲି ବିଦ୍ୟାଭୂଷଣ ଆହ୍ବାନ ଦେବା ସହ ରେଳ ସମ୍ପତ୍ତି ଓ ଯାତ୍ରୀଙ୍କ ପ୍ରତି ଯବାନଙ୍କ ନିଷ୍ଠାପର କର୍ତ୍ତବ୍ୟକୁ ପ୍ରଶଂସା କରିଥିଲେ। ଭୁବନେଶ୍ୱର ଆର୍‌ପିଏଫ୍‌ ପୋଷ୍ଟ ଆଇଆଇସି କାଳୁ ସେଠୀ କମାଣ୍ଡିଙ୍ଗ କରିଥିବାବେଳେ ମହିଳା ବାହିନୀର ନେତୃତ୍ୱ ନେଇଥିଲେ ଏସ୍‌ଆଇ ବିନୀତା ଶର୍ମା। ଏହି ଅବସରରେ ସନ୍ଧାନୀ କୁକୁରମାନେ କୌଶଳ ପ୍ରଦର୍ଶନ କରିଥିଲେ। ଏଥିସହ ଦୁଃସାହସିକ ମୋଟରସାଇକେଲ କ୍ରୀଡା ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କର୍ତ୍ତବ୍ୟ ପରାୟଣ, ନିଷ୍ଠାପର ଓ ସାହସିକତା ପାଇଁ ୩୫ଜଣ ଆର୍‌ପିଏଫ୍‌ ଯବାନଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବଡାଖାନା ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri