Posted inଖେଳ

ଆର୍ଥତ୍କ ସଂକଟରେ ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୨୬ା୬ (ପି.ଟି.)-କମର୍ସିଆଲ ପାର୍ଟନର ଆଇଏମ୍‌ଜି-ରିଲାଏନ୍ସ ଉପରେ ୨୫ କୋଟି ଟଙ୍କା ବାକି ପଡ଼ିଥିବାରୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି। ଖବର ଅନୁସାରେ ମହାସଂଘର କମର୍ସିଆଲ ପାର୍ଟନର ଶେଷ ଦୁଇ କ୍ୱାର୍ଟର ପର୍ଯ୍ୟାୟ ରାଶି ବାକି ରଖିଛି। ଏହି କାରଣରୁ ଆଇ-ଲିଗ୍‌ ବିଜେତା ଚେନ୍ନାଇ ସିଟିକୁ ଏପର୍ଯ୍ୟନ୍ତ ପୁରସ୍କାର ରାଶି ବାବଦରେ ୧ କୋଟି ଟଙ୍କା ଦିଆଯାଇ ପାରିନାହିଁ। ଏହାଛଡ଼ା ରେଫରିଙ୍କ ପାଉଣା ଏବଂ ଯାତାୟତ ବାବଦରେ ଖର୍ଚ୍ଚ ଭରଣା କରାଯାଇ ପାରୁନାହିଁ। ରିଲାଏନ୍ସ ସ୍ପୋଟର୍‌ସ ସିଇଓ ସୁନ୍ଦର ରମଣ ଏଆଇଏଫ୍‌ଏଫ୍‌ର ଏକ କମିଟିର ଜଣେ ସଦସ୍ୟ ମଧ୍ୟ ରହିଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ ଲାଗି ବାରମ୍ବାର ଚେଷ୍ଟା ସତ୍ତ୍ୱେ ସମ୍ଭବ ହୋଇ ପାରିନାହିଁ। ୨୦୧୦ରେ ଏଆଇଏଫ୍‌ଏଫ୍‌ ଏବଂ ଆଇଏମ୍‌ଜି ରିଲାଏନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ମହାସଂଘ ଏହାର କମର୍ସିଆଲ ପାର୍ଟନରଠାରୁ ବାର୍ଷିକ ୫୦ କୋଟି ଟଙ୍କା ପାଇବା କଥା। ମାତ୍ର ଶେଷ ଦୁଇ କ୍ୱାର୍ଟର ପେମେଣ୍ଟ ନ ମିଳିଥିବାରୁ ମହାସଂଘ ଆଇ-ଲିଗ୍‌ କ୍ଲବଗୁଡ଼ିକୁ ପୁରସ୍କାର ରାଶି ବାବଦରେ ୨.୫କୋଟି ଟଙ୍କା ଦେଇପାରୁନାହିଁ। ଏହାଛଡ଼ା ଯାତାୟତ ଖର୍ଚ୍ଚ ଓ ସବ୍‌ସିଡି ସମେତ ଅନ୍ୟାନ୍ୟ ଖର୍ଚ୍ଚବାବଦରେ ମୋଟ ୪କୋଟି ଟଙ୍କା ଦିଆଯାଇ ନ ପାରି ବାକି ପଡ଼ିଥିବା ଏଆଇଏଫ୍‌ଏଫ୍‌ର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଜାନୁୟାରୀଠାରୁ କ୍ୱାର୍ଟରଲି ପ୍ରାପ୍ୟ ମିଳି ନାହିଁ। କ୍ଲବଗୁଡ଼ିକ ସେମାନଙ୍କ ପାଉଣା ପାଇବା ଲାଗି ମେଲ୍‌ କରୁଛନ୍ତି। ମିନର୍ଭା ପଞ୍ଜାବ ଦୈନିକ ଚିଠି କରୁଥିବା ସେ କହିଛନ୍ତି। ଚେନ୍ନାଇ ସିଟି ସିଇଓ ରୋହିତ ରମେଶ ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ଚେନ୍ନାଇ ସିଟି ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଚାମ୍ପିୟନ ହୋଇସାରିଲାଣି। ମୁଁ ଇ-ମେଲ ଜରିଆରେ ପୁରସ୍କାର ରାଶି ପାଇଁ ଅନୁରୋଧ କରିସାରିଛି। ମାତ୍ର ଏଆଇଏଫ୍‌ଏଫ୍‌ରୁ କୌଣସି ଜବାବ ମଳିନାହିଁ ବୋଲି ରମେଶ ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟ ଶେଷରେ ବିଜେତା ଭାବେ ଆମକୁ ୧କୋଟି ଟଙ୍କାର ଏକ ଲମ୍ବା ଚେକ୍‌ ଧରାଇ ଦିଆଯାଇଥିଲା। ମାତ୍ର ଆମକୁ ଟଙ୍କା ମିଳିନାହିଁ। ଆଇଏମ୍‌ଜି-ରିଲାଏନ୍ସ ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ)ର ପ୍ରମୋଟର ମଧ୍ୟ ରହିଛି। ସୁପର ଲିଗ୍‌ରୁ ଓହରିଯାଇଥିବା ଆଇ-ଲିଗ୍‌ କ୍ଲବଗୁଡ଼ିକ ଉପରେ ବହୁ ପରିମାଣରେ ଆର୍ଥିକ ଜରିମାନା ହେଉ ବୋଲି ଏହି ସଂସ୍ଥା ଚାହୁଁଛି। ଏବାବଦରେ ଏଆଇଏଫ୍‌ଏଫ୍‌ ବିପୁଳ ରାଶି ସଂଗ୍ରହ କରିପାରିବ। ଏହାଛଡ଼ା ଆଇଏସ୍‌ଏଲ୍‌କୁ ମୁଖ୍ୟ ଲିଗ୍‌ ବୋଲି ଘୋଷଣା କରାଯିବା ଲାଗି ଏହି ସଂସ୍ଥା ଅଡ଼ି ବସିଛି। ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ବୈଠକ ଜୁଲାଇ ୩ରେ ବସିବ। ଏହା ରବରଷ୍ଟାମ୍ପ ଭଳି କାର୍ଯ୍ୟକରୁଥିବା କୁହାଯାଉଛି। ଅନ୍ୟପକ୍ଷରେ ବିଭିନ୍ନ ପ୍ରସଙ୍ଗ ନେଇ ମିନର୍ଭା ପଞ୍ଜାବ ଏଫ୍‌ସିର ଏଆଇଏଫ୍‌ଏଫ୍‌ ସହ ଛକାପଞ୍ଝା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri