ଆରମ୍ଭ ହେଲା ମକର ମଉଜ

ବାରିପଦା ଅଫିସ,୧୬।୧- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲରେ ଗଣପର୍ବ ଭାବେ ଖ୍ୟାତି ଲାଭ କରିଥିବା ମକର ପର୍ବ ବୁଧବାର ଠାରୁ ମହାସମାରୋହରେ ଆରମ୍ଭ ହୋଇଛି। ବିଶେଷ କରି ଆଦିବାସୀ ସମ୍ପ୍ରଦାୟ ପାଇଁ ଏହି ଦିନଟି ବେଶ ଉତ୍କଣ୍ଠାର ଦିନ। ଏହି ଦିନ ସେମାନେ ତାଙ୍କ ପାରମ୍ପରିକ ଟୁସୁ ଦେବୀଙ୍କୁ ପୂଜା କରି ଘରେ ଘରେ ବୁଲାଇବା ସହ ନାଚଗୀତରେ ଆସର ଜମାଇ ଥାଆନ୍ତି। ଏଠାରେ ଖାଲି ଆଦିବାସୀ ନୁହଁନ୍ତି। ସମଗ୍ର ମୟୂରଭଞ୍ଜ ଜିଲାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଘରେ ଘରେ ମକର ପାଇଁ ପିଠା ପଣା ସହ ଭୋଜି ଭାତର ଆୟୋଜନ ମଧ୍ୟ କରିଥାନ୍ତି। ମକର ଉତ୍ସବ ଉପଲକ୍ଷେ ଦେବକୁଣ୍ଡଠାରେ ଥିବା ମା’ ଅମ୍ବିକା ପୀଠ, ଖିଚିଂଠାରେ ଥିବା ମା’କୀଚକେଶ୍ୱରୀ ପୀଠ, ଦୁଆରଶୁଣୀ, ଭୀମକୁଣ୍ଡ, ବୁଢ଼ାବଳଙ୍ଗ ନଦୀରେ ହଜାର ହଜାର ଲୋକେ ଭୋର ବୁଡ ପକାଇ ନିଜ ପରିବାରର ଶୁଭ ମନାସିଛନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସହ ସମସ୍ତେ ଏହି ଦିନରେ ଘରେ ଘରେ ପିଠା ପଣା ସହ ଚୁଡା, ତିଲଉ, ଗୁଡ ଏବଂ ଆଖୁ ମିଶା ଭୋଗ ଖାଇବା ସହ ନୂଆ ବସ୍ତ୍ର ପରିଧାନ କରି ମଜ୍ଜା ଉଠାଇଥିଲେ। ମକର ସଂକ୍ରାନ୍ତି ଅବସରରେ ବୁଧବାର ସକାଳେ ବାରିପଦା ସହରରେ ଥିବା ଜଗନ୍ନାଥ ମନ୍ଦିର, ମା’ଅମ୍ବିକା ମନ୍ଦିର, ହନୁମାନ ମନ୍ଦିର ଆଦି ବିଭିନ୍ନ ମନ୍ଦିରମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା। ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ତଥା ମକର ମେଳା ଜିଲାର ବିଭିନ୍ନ ସ୍ଥାନରେ ସପ୍ତାହେ ବ୍ୟାପି ଚାଲୁ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri