ଆରମ୍ଭ ହେଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ:୫୦ ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଚଳିତ ଥର ୫୦ ଲକ୍ଷ ନୂଆ ସଭ୍ୟଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିବାବେଳେ ଏହା ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ଜିଲାସ୍ତରରେ କରାଯିବ।
ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ପବିତ୍ର ଗଣେଶ ପୂଜା ପାଇଁ ସମସ୍ତଙ୍କୁ ଅଭିନନ୍ଦନ। ବିଜେଡି ଓଡିଶାବାସୀଙ୍କ ଦଳ। ରାଜ୍ୟର ପ୍ରତ୍ୟେକ ଗାଁ ଓ ପ୍ରତି ଘରୁ ବିଜେଡି ଆଶୀର୍ବାଦ ପାଇଆସୁଛି। ଏହି ସଭ୍ୟ ସଂଗ୍ରହ ଅଭିଯାନ ମାଧ୍ୟମରେ ଆମେ ପୁଣିଥରେ ସେମାନଙ୍କୁ ଭେଟିବା। ରାଜ୍ୟର ସାଢ଼େ ୪ କୋଟି ଲୋକ ବିଜେଡିର ପରିବାର। ସେହି ଲୋକଙ୍କ ସହଯୋଗରେ ଆମ ସଭ୍ୟ ସଂଗ୍ରହ ଅଭିଯାନ ସଫଳ ହେବ। ଏହାଦ୍ୱାରା ସାଧାରଣ ଲୋକଙ୍କୁ ଭେଟିବାର ସୁଯୋଗ ଆଉଥରେ ମିଳିବ। ଚାଷୀ, ଯୁବକ ଓ ମହିଳାଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝି ଦଳକୁ ସୁଦୃଢ଼ କରିବା ପାଇଁ ନବୀନ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଛନ୍ତି। ଉଭୟ ଅଫ୍‌ ଲାଇନ୍‌ ଓ ଅନ୍‌ଲାଇନ୍‌ରେ ସଭ୍ୟ ସଂଗ୍ରହ ଚାଲିବ। ପଞ୍ଚାୟତର ପ୍ରତ୍ୟେକ ଓ୍ବାର୍ଡରେ ସର୍ବନିମ୍ନ ସକ୍ରିୟ ୪ଜଣ, ଏନ୍‌ଏସିର ପ୍ରତ୍ୟେକ ଓ୍ବାର୍ଡରେ ସକ୍ରିୟ ୫ଜଣ, ପୌରପାଳିକାର ଓ୍ବାର୍ଡରେ ସକ୍ରିୟ ୧୫ଜଣ ଏବଂ ମହାନଗର ନିଗମର ପ୍ରତ୍ୟେକ ଓ୍ବାର୍ଡରେ ୪୦ଜଣ ସକ୍ରିୟ ସଭ୍ୟଙ୍କ ଜରିଆରେ ପ୍ରତ୍ୟେକ ୨୪ଜଣ ଲେଖାଏ ନୂତନ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ମଙ୍ଗଳବାର ଢେଙ୍କାନାଳ ଓ ବାଲେଶ୍ୱର ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ୨ ସପ୍ତାହ ମଧ୍ୟରେ ଜିଲା, ବ୍ଲକ ଓ ନଗରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆଗେଇ ନିଆଯିବ ବୋଲି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, ବିଜେଡି ଗତବର୍ଷ ସଭ୍ୟ ସଂଗ୍ରହ ଅଭିଯାନରେ ୪୭ଲକ୍ଷ ଲୋକଙ୍କୁ ସାମିଲ କରିଥିଲା। ଏଥର ଏହି ସଂଖ୍ୟାକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ପ୍ରଥମଥର ଲାଗି ଦଳ ସଭ୍ୟମାନଙ୍କ ଆଧାର ଲିଙ୍କ କରିବାକୁ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ସାଧାରଣ ଲୋକମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେବେନାହିଁ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବିଜେଡିର ଏହି ଆଧାର ଲିଙ୍କ ପ୍ରସଙ୍ଗକୁ ଉଭୟ କଂଗ୍ରେସ ଏବଂ ଭାଜପା ସମାଲୋଚନା କରିଛି।
ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡି ପ୍ରଥମରୁ ଆଧାର ଲିଙ୍କ କଥାକୁ ବିରୋଧ କରିଆସୁଥିଲା। ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧ କରିଥିଲା। ବର୍ତ୍ତମାନ ଦଳୀୟ ସଭ୍ୟ ସଂଗ୍ରହରେ ଆଧାର ଲିଙ୍କ କରିବା ପଛରେ ସେମାନଙ୍କର ନୂଆ ଷଡ଼ଯନ୍ତ୍ର ରହିଛି। ଯେଉଁମାନେ ଭୋଟ ଦେବେ ସେମାନଙ୍କୁ ସରକାରୀ ସୁବିଧା ଦେବା ଉଦ୍ଦେଶ୍ୟରେ ବିଜେଡି ଏପରି କରିଛି ହେଲେ ଆମେ ଏହାକୁ କରାଇ ଦେବୁନାହିଁ ବୋଲି ସମୀର କହିଛନ୍ତି।
କଂଗ୍ରେସ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଆଧାର ଲିଙ୍କ କଲେ ରାଶନ କାର୍ଡ ମିଳିବ। ଏବେ ବିଜେଡି ସଭ୍ୟ ହେବା ଲାଗି ମଧ୍ୟ ଆଧାର ଲିଙ୍କ ହେବ। ସେମାନେ ଲୋକଙ୍କୁ ସାହାଯ୍ୟ କରିବା ଲାଗି କରୁଛନ୍ତି ତାହା ପଛରେ ନିଶ୍ଚିତ କିଛି ସ୍ବାର୍ଥ ରହିଛି। କୋଉ ସ୍ବାର୍ଥ ରଖି ସେମାନେ ଏହା କରୁଛନ୍ତି ସେକଥା ଆକଳନ କରିବା କଷ୍ଟକର। ବିଜେଡିର ସବୁ ପଛରେ ସ୍ବାର୍ଥ ରହୁଥିବାରୁ ଏହାକୁ ଆକଳନ କରିବା କିଛି ବଡ଼ କଥା ନୁହେଁ ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri