Posted inଖେଳ

ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଇ-ପାଠଶାଳା

ନୂଆଦିଲ୍ଲୀ, ୨ା୬ (ପି.ଟି.)- ଖେଲୋ-ଇଣ୍ଡିଆ ପାଠଶାଳା ପ୍ରୋଗ୍ରାମ୍‌ ସୋମବାରଠାରୁ ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏକ ଓ୍ବେବିନାର୍‌ ଜରିଆରେ ଏହାର ଉଦ୍‌ଘାଟନ କରିଛନ୍ତି। ଏଥିରେ ପ୍ରଥମେ ସମଗ୍ର ଦେଶର ଯୁବ ତୀରନ୍ଦାଜ, ତରନ୍ଦାଜୀ କୋଚ୍‌ ଓ ଏହି ଖେଳର ବିଶେଷଜ୍ଞମାନେ ଭାଗ ନେଇଥିଲେ। ଦୂରଦୂରାନ୍ତରେ ଥିବା ଆଥଲେଟ୍‌ମାନଙ୍କୁ ଅନ୍‌ଲାଇନ୍‌ ଜରିଆରେ କୋଚିଂ ଓ ଶିକ୍ଷାଦାନ କରିବା ଇ-ପାଠଶାଳାର ମୂଳ ଉଦ୍ଦେଶ୍ୟ। ନ୍ୟାଶନାଲ ସ୍ପୋର୍ଟିଂ ଫେଡେରେଶନ (ଏନ୍‌ଏସ୍‌ଏଫ୍‌)ର ମିଳିତ ସହଯୋଗରେ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ ତରଫରୁ ଏହି ପ୍ରୋଗ୍ରାମ୍‌ର ଶୁଭାରମ୍ଭ କରାଯାଇଛି। ରିଜିଜୁ କହିଛନ୍ତି ବର୍ତ୍ତମାନ କରୋନାଭାଇରସ୍‌ ଜନିତ ପରିସ୍ଥିତିରୁ ଏଭଳି ସ୍କିମ୍‌ର ଆବଶ୍ୟକତା ରହିଛି। ଏହି ଅଭିନବ ପ୍ରୋଗ୍ରାମ ଜରିଆରେ ଭାରତର ବିଭିନ୍ନ ଅଞ୍ଚଳରେ ରହିଥିବା ଆଥଲେଟ୍‌ମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ ହୋଇପାରିବ, ଯେଉଁମାନଙ୍କ ପକ୍ଷେ ପ୍ରତିଷ୍ଠିତ ଖେଳାଳି ଓ କୋଚ୍‌ଙ୍କ ସଂସ୍ପର୍ଶରେ ଆସିପାରୁ ନାହାନ୍ତି। ଏହି ପ୍ରୋଗ୍ରାମ ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିବ। ପେସାଦାର ଖେଳାଳି ହେବା ଲାଗି ପ୍ରେରଣା ଦେବ ବୋଲି ରିଜିଜୁ କହିଛନ୍ତି। ଇ-ଶିକ୍ଷାଦାନ ପ୍ରୋଗ୍ରାମରେ ୨୧ ପ୍ରକାର ଖେଳକୁ ସାମିଲ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଅଥଲେଟିକ୍ସ, ତୀରନ୍ଦାଜୀ, ବକ୍ସିଂ, ସାଇକ୍ଲିଂ, ଫେନ୍‌ସିଂ, ଫୁଟ୍‌ବଲ, ଜିମ୍ନାଷ୍ଟିକ୍ସ, ହକି ଜୁଡୋ, କାୟାକିଙ୍ଗ୍‌ ଓ କାନୋଇଙ୍ଗ, କବାଡ଼ି, ପାରା ଗେମ୍ସ, ରୋଇଂ, ଶୁଟିଂ, ଟାଏକୋଣ୍ଡୋ, ଟେବୁଲ ଟେନିସ୍‌, ଭଲିବଲ୍‌, ଭାରୋତ୍ତୋଳନ, କୁସ୍ତି ଓ ଉଷୁ। ଏହି ପ୍ରୋଗ୍ରାମ୍‌ରେ ସିନିୟର କୋଚ୍‌ମାନେ ଅଂଶଗ୍ରହଣ କରିବେ। ସ୍ପୋଟର୍‌ସ ସାଇଣ୍ଟିଷ୍ଟ, ହାଇପରଫର୍ମାନ୍ସ ଡାଇରେକ୍ଟର ଏବଂ ହାଇପରଫର୍ମାନ୍ସ ମ୍ୟାନେଜରମାନଙ୍କୁ ନେଇ ଗଠିତ କମିଟି ଏହାର ପର୍ଯ୍ୟବେକ୍ଷଣ କରିବ। କମିଟି ନିୟମିତ ଭିତ୍ତିରେ ଫିଡ୍‌ବ୍ୟାକ୍‌ ଶୋୟାର କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri