Posted inଖେଳ

ଆରମ୍ଭ ହେଲା ଓସିଏ ନିର୍ବାଚନ ପ୍ରକ୍ରିୟା: ଦାୟିତ୍ୱ ଗ୍ରହଣ କଲେ ମାଖନଲାଲ

କଟକ ଅଫିସ,୨୭ା୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ବିହାରର ପୂର୍ବତନ ନିର୍ବାଚନ କମିଶନର ମାଖନଲାଲ ମଜୁମଦାର। ମାଖନଲାଲଙ୍କୁ ଓସିଏ କାର୍ଯ୍ୟାଳୟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ ତାଙ୍କୁ ସ୍ବାଗତ ଜଣାଇଥିଲେ। ଏଥିସହ ସୋମବାରଠାରୁ ଓସିଏର ନିର୍ବାଚନ ପ୍ରକିୟା ଆରମ୍ଭ ହୋଇଯାଇଛି। ପ୍ରଥମ ଦିବସରେ ମାଖନଲାଲ ଓସିଏର ସମ୍ବିଧାନ ଯାଞ୍ଚ କରିବା ସହ ସୁପ୍ରିମକୋର୍ଟ ଓ କମିଟି ଅଫ ଆଡମିନଷ୍ଟ୍ରେଟର (ସିଓଏ)ରୁ ଆସିଥିବା ସମସ୍ତ ରିପୋର୍ଟ ଦେଖିଛନ୍ତି । ମଙ୍ଗଳବାରଠାରୁ ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ବିତ ହେବ । ବିହାର କ୍ୟାଡର ୧୯୬୬ ବ୍ୟାଚ୍‌ର ଆଇଏଏସ ଅଧିକାରୀ ହେଉଛନ୍ତି ମାଖନଲାଲ ।
ସେପ୍ଟେମ୍ବର ୧୪ ତାରିଖ ମଧ୍ୟରେ ଓସିଏ କର୍ମକର୍ତ୍ତା ନିର୍ବାଚନ ହେବାର ଆଶା ଏବେ ମଜବୁତ ହୋଇଛି। ନିର୍ବାଚନ ଅଧିକାରୀ ମାଖନଲାଲ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ନିର୍ଦ୍ଧାରିତ ତାରିଖ ମଧ୍ୟରେ ନିର୍ବାଚନ ଶେଷ କରିବାକୁ ଚେଷ୍ଟା କରାଯିବ । ଏବେ ନିର୍ବାଚନ ନେଇ ଓସିଏର ସ୍ଥିତି କଣ ରହିଛି ତାହା ଜଣାନାହିଁ । ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ପର୍ଯ୍ୟାୟ କ୍ରମେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ । କ୍ଲବ କିମ୍ବା ଓସିଏର ଅନ୍ୟ ପ୍ରସଙ୍ଗ ସମ୍ପର୍କରେ ପଚାରିଥିଲେ ମଧ୍ୟ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଉତ୍ତର ମାଖନଲାଲ ଦେଇ ନଥିଲେ । ଅନ୍ୟପକ୍ଷରେ ମାଖନଲାଲ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସୋମବାର ଏଠାରେ ଉପସ୍ଥାପନ କରିଥିଲେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସମ୍ବିଧାନରେ ଥିବା ଏକ ନିୟମକୁ ନେଇ ମାଖନଲାଲ କହିଛନ୍ତି ଯେ, ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ସଦସ୍ୟତା ପ୍ରଦାନ କରାଯାଇ ପାରିବ ନାହିଁ । ଯଦି ଏଭଳି ହୁଏ ତେବେ ସଦସ୍ୟତା ପ୍ରଦାନ ଦିନଠାରୁ ନିର୍ବାଚନ ଆଉ ୩ମାସ ଘୁଞ୍ଚିଯିବ । ଏଣୁ ଓସିଏର ସମ୍ବିଧାନରେ ଯେଉଁ ମାନଙ୍କୁ ସଦସ୍ୟ ଭାବେ ପୂର୍ବରୁ ଗ୍ରହଣ ହୋଇଛି ଏବେ ସେମାନଙ୍କୁ ନେଇ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ସେ କହିଛନ୍ତି । ସୂଚନା ଥାଉକି, ଓସିଏର ନୂତନ ସମ୍ବିଧାନରେ ସଦସ୍ୟ ସଂଖ୍ୟା ଏବେ ୭୩ ରହିଛି। ଏହା ମଧ୍ୟରେ ୩୦ଟି ଜିଲା, ୨୦ଟି କ୍ଲବ, ୧୦ଟି ସ୍କୁଲ, ୫ଟି କଲେଜ ରହିଛି। ଏହାଛଡ଼ା ଭୁବନେଶ୍ୱର, ରାଉରକେଲା, ରେଲୱେ, ପାରାଦୀପ, କିଟ୍‌ ରହିଥିବା ବେଳେ ଖେଳାଳି ଭାବେ ସାମିଲ ହୋଇଛନ୍ତି ୩ ଅନ୍ତର୍ଜାତୀୟ ଖେଳାଳି ଶିବ ସୁନ୍ଦର ଦାସ, ସଞ୍ଜୟ ରାଉଳ ଓ ଦେବାଶିଷ ମହାନ୍ତି । କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ଏ ସମ୍ପର୍କରେ କୁହନ୍ତି, ଅକ୍ଟୋବର ୨୨ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନିର୍ବାଚନ ହେବ । ଏହା ପୂର୍ବରୁ ସେପ୍ଟେମ୍ବର ୧୪ ମଧ୍ୟରେ ରାଜ୍ୟ ସଂଘର ନିର୍ବାଚନ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଅତିବେଶୀରେ ସେପ୍ଟେମ୍ବର ୨୦ ମଧ୍ୟରେ ଓସିଏର ନିର୍ବାଚନ ଶେଷ ହୋଇଥିବ ବୋଲି ଧୀରେନ କହଛନ୍ତି।
ଅପେକ୍ଷାରେ ରହିଲେ ୧୫୨ କ୍ଲବ
କ୍ରିକେଟ ଖେଳୁଥିବା କିମ୍ବା କ୍ରିକେଟକୁ ପ୍ରୋତ୍ସାହିତ କରୁଥିବା କ୍ଲବଙ୍କୁ ସଦସ୍ୟତା ଦିଆଯିବା ଉଚିତ ବୋଲି ସିଓଏର ନିଷ୍ପତ୍ତି ପରେ ଓସିଏରେ ସଦସ୍ୟତା ପାଇଁ ଆବେଦନ କରିଛନ୍ତି ମୋଟ ୧୫୨ କ୍ଲବ। ରାଜ୍ୟର ସମସ୍ତ ଜିଲାରୁ କ୍ଲବମାନେ ଏହି ଆବେଦନରେ ସାମିଲ ହୋଇଛନ୍ତି । କ୍ଲବମାନଙ୍କୁ ସଦସ୍ୟତା ପ୍ରଦାନ କରାଯିବା ନେଇ ଗଠିତ ହୋଇଥିବା ୫ଜଣିଆ ଯାଞ୍ଚ କମିଟିର ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା । ଏହି କମିଟି ଅଧ୍ୟକ୍ଷ ଶିବ ପ୍ରସାଦ ତ୍ରିପାଠୀ କହିଛନ୍ତି ଯେ, ଯାଞ୍ଚ ପ୍ରକ୍ରିୟା ସଫଳପୂର୍ଣ୍ଣ ଭାବେ ଶେଷ ହୋଇଛି । ଆଗାମୀ ନିର୍ବାଚନ ପରେ ସାଧାରଣ ପରିଷଦ ଗଠନ ହେଲେ ଉକ୍ତ କ୍ଲବଗୁଡ଼ିକଙ୍କ ସଦସ୍ୟତା ନେଇ ବିଚାର କରାଯିବ । ଏଣୁ ସିଧାସଳଖ କହିବାକୁ ଗଲେ ସଦସ୍ୟତା ଆଶାୟୀ ନୂତନ କ୍ଲବ ଗୁଡ଼ିକ ଏବେ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ । ନିର୍ବାଚନ ଶେଷ ହୋଇ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଏମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri