ଆରମ୍ଭ ହେବ ‘ଜେଲ୍‌ ରେଡିଓ’: ଜେଲ ଅନ୍ତେବାସୀ ହେବେ ରେଡିଓ ଜକି

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଅନ୍ୟ ରାଜ୍ୟ ପରି ଓଡିଶାର ବିଭିନ୍ନ ଜେଲ୍‌ରେ ରହୁଥିବା ଅନ୍ତେବାସୀମାନେ ରେଡିଓ ଜକି (ଆର୍‌ଜେ) ହୋଇ ଶୁଣାଇବେ ନିଜ ମନର କଥା। ଲୋକେ ଶୁଣିବେ ସେମାନଙ୍କ ଜୀବନର କାହାଣୀ। ଏଥିପାଇଁ ଆରମ୍ଭ ହେବ ‘ଜେଲ୍‌ ରେଡିଓ’। ପ୍ରାଥମିକ ପର୍ଯ୍ୟାୟରେ ଝାରପଡ଼ା ଓ ଚୌଦ୍ୱାର ଜେଲରେ ଏଥିପାଇଁ ସ୍ବତନ୍ତ୍ର ଷ୍ଟୁଡିଓ ସ୍ଥାପନ ହେବ। ଜେଲ୍‌ ରେଡିଓରୁ ଅନ୍ତେବାସୀଙ୍କ ପାଖରୁ ଭାସି ଆସିବ ମନୋରଞ୍ଜନ ସାଙ୍ଗକୁ ଜୀବନ ଧର୍ମୀ କାଯର୍‌ୟକ୍ରମର ସ୍ବର। ନିଜ ମନୋରଞ୍ଜନ କରିବା ସହ ରେଡିଓ ଷ୍ଟୁଡିଓରେ ଆର୍‌ଜେ ସାଜି ଲୋକଙ୍କୁ ମନୋରଞ୍ଜନ କରିବେ। ଗୀତ, ଭଜନ, ଜୀବନଧର୍ମୀ ଆଲୋଚନା ଓ ମନୋରଞ୍ଜନ ପରି ଅନେକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପୁଣେ ୟେର୍‌ଓ୍ବାଡ଼ା ସେଣ୍ଟ୍ରାଲ୍‌ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବାବେଳେ ଅଭିନେତା ସଞ୍ଜୟ ଦତ୍ତ ଯେଉଁଭଳି ଆର୍‌ଜେ ସାଜି କଏଦୀଙ୍କ ମନୋରଞ୍ଜନ କରୁଥିଲେ ଠିକ୍‌ ଏଭଳି ଏକ ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯିବ। ଫଳରେ ଜେଲ ଅନ୍ତେବାସୀ ଅନ୍ୟମାନଙ୍କଠାରୁ ନିଜକୁ ଭିନ୍ନ ମନେକରିବେ ନାହିଁ। ଏଥିସହ ଆଲୋଚନା ମାଧ୍ୟମରେ ଉତ୍ତମ ଶିକ୍ଷା ମଧ୍ୟ ଦିଆଯିବ। ଏହାଦ୍ୱାରା ସେମାନଙ୍କର ଜୀବନର ଗତିପଥ ବଦଳିବା ସହ ନିଜକୁ ପରିବର୍ତ୍ତନ କରି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇ ସ୍ବାଭାବିକ ଜୀବନ ବିତାଇବାରେ ସହଜ ହେବ ବୋଲି ଜେଲ୍‌ ବିଭାଗ ଡିଜି ସତ୍ୟଜିତ୍‌ ମହାନ୍ତି କହିଛନ୍ତି। ପୂର୍ବରୁ ଏପରି ବ୍ୟବସ୍ଥା ୟେର୍‌ଓ୍ବାଡ଼ା, ତିହାର ଓ ତେଲେଙ୍ଗାନା ଜେଲରେ ରହିଛି। ଏଫ୍‌ଏମ୍‌ ରେଡିଓ ମାଧ୍ୟମରେ କଏଦୀମାନେ ମନୋରଞ୍ଜନ କରୁଛନ୍ତି। ତେଣୁ ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ଏହାକୁ ଆରମ୍ଭ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଉଭୟ ଝାରପଡ଼ା ଓ ଚୌଦ୍ୱାର ଜେଲରେ ଏଥିପାଇଁ ୩୦ରୁ ଅଧିକ ସିସିଟିଭି ସହ ସମସ୍ତ ୱାର୍ଡରେ ଅଡିଓ ସିଷ୍ଟମ୍‌ ଲାଗିବ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜେଲ୍‌ ରେଡିଓ କାର୍ଯ୍ୟକ୍ଷମ ହେବାର ଯୋଜନାର ରହିଛି ବୋଲି ମହାନ୍ତି ସୂଚନା ଦେଇଛନ୍ତି। ଏହି ନୂଆ କାର୍ଯ୍ୟକ୍ରମ କଏଦୀଙ୍କ ମାନସିକ ପରିବର୍ତ୍ତନରେ ପ୍ରଭାବୀ ଭୂମିକା ନେବ ବୋଲି ମନସ୍ତତ୍ତ୍ୱବିତ୍‌ମାନେ ଆଶା ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri