Posted inଫୁରସତ

ଆରଡିରେ ଶିବ ବିବାହ: ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ; ଅର୍ଦ୍ଧରାତ୍ରରେ ହୁଏ ବିବାହ ସମ୍ପନ୍ନ

ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ପ୍ରତିବର୍ଷ ଶିବ ବିବାହ ଅନୁଷ୍ଠିତ ହୋଇଆସୁଛି । ପବିତ୍ର ଶୀତଳ ଷଷ୍ଠୀରେ ଏଠାରେ ବୈଦିକରୀତି ଅନୁସାରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କର ପାଣିଗ୍ରହଣ କରିଥାନ୍ତି …


ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି। ଏହି ପାରମ୍ପରିକ ଧାରାକୁ ବଜାୟ ରଖିବା ପାଇଁ ଯୁଗେଯୁଗେ ଚଳି ଆସିଛି ବୈବାହିକ ପ୍ରଥା। ତେବେ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଶିବ ବିବାହ ହେଉଛି ଏଠାକାର ଏକ ନିଆରା ଆକର୍ଷଣ। ପବିତ୍ର ଶୀତଳଷଷ୍ଠୀରେ ଏଠାରେ ବୈଦିକରୀତି ଅନୁସାରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କର ପାଣିଗ୍ରହଣ କରିଥାନ୍ତି। ନିୟମାନୁସାରେ ଶୀତଳଷଷ୍ଠୀ ପୂର୍ବଦିନ ବାବାମଣିଙ୍କର ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଥାଏ। ଏହିଦିନ ବାବାଙ୍କୁ ୭ ଜଣ ପତିବ୍ରତା ନାରୀ ହଳଦୀ ପାଣିରେ ସ୍ନାନ କରାଇ ମଙ୍ଗଳକୃତ୍ୟ କାର୍ଯ୍ୟ ସମାପନ କରିଥାନ୍ତି।


ସୁସଜ୍ଜିତ ବିମାନରେ ଯାଏ ବରଧରା: ବାହାଘର ଦିନ ପୂର୍ବାହ୍ନରେ କନ୍ୟାପିତା(ମାତା ପାର୍ବତୀଙ୍କ ପିତା ସାଜିଥିବା ବ୍ୟକ୍ତି)ଙ୍କ ବାସଭବନରୁ ପବନସୁତ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରାଯାଇ ଢୋଲ, ମହୁରି, ଘଣ୍ଟ, ଦୁଲୁଦୁଲି ବାଦ୍ୟର ତାଳେତାଳେ ବରପିତା(ମହାଦେବଙ୍କ ପିତା ସାଜିଥିବା ବ୍ୟକ୍ତି)ଙ୍କ ଗୃହାଭିମୁଖେ ପ୍ରେରଣ କରାଯାଇଥାଏ। ସେଠାରେ ବରଧରାଙ୍କ ସମେତ ଅନ୍ୟମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥାଏ।


ବାବା ରାଜ ରାଜେଶ୍ୱର ଓ ମାତା ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ: ବିବାହ ଉତ୍ସବର ଅପରାହ୍ନରେ ବାବା ଆଖଣ୍ଡଳମଣିଙ୍କୁ ରାଜ ରାଜେଶ୍ୱର ଓ ମାତା ପାର୍ବତୀଙ୍କୁ ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥାଏ। କଥିତ ଅଛି, ଯେଉଁ ବାଡୁଅ ପୁଅ କିମ୍ବା ଝିଅଙ୍କର ବାହାଘର ହୋଇପାରୁ ନ ଥାଏ, ସେମାନେ ଏହି ବେଶ ଦେଖିଲେ ସେମାଙ୍କର ବିବାହ ଅଳ୍ପଦିନ ମଧ୍ୟରେ ସମାପନ ହୋଇଥାଏ। ତେଣୁ ଏହି ବେଶ ଦେଖିବାକୁ ପୀଠରେ ନାହିଁ ନ ଥିବା ଭିଡ ହୋଇଥାଏ ା
ସନ୍ଧ୍ୟାରେ ହୁଏ ବିରାଟ ପଟୁଆରରେ ବରାନୁଗମନ: ବିବାହ ଦିନ ସନ୍ଧ୍ୟାରେ ଏକ ବିରାଟ ପଟୁଆରରେ ବାବାଙ୍କର ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ କନ୍ୟାପିତାଙ୍କ ଗୃହକୁ ନିଆଯାଇଥାଏ। ଲୌକିକ ପରମ୍ପରା ଓ ରୀତି ଅନୁସାରେ ବାଣରୋଶଣି, ଆତସ ବାଜିରେ ଶୈବପୀଠ ଆରଡି ଝଲସି ଉଠେ। ଏହି ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀର ସାହିମେଢ ନୃତ୍ୟ, ବାଘ ନୃତ୍ୟ, ମୋଟୁ ପତଲୁ ନୃତ୍ୟ, ପାଇକ ଆଖଡା, ଗୋଟିପୁଅ ନୃତ୍ୟ, କଙ୍କାଳ ନୃତ୍ୟ, ମୟୂରଚୂଳ, ଦୁଲୁଦୁଲି, ଯୋଡିଶଙ୍ଖ, ଘଣ୍ଟ, ଝୁମର, ଡ୍ରମ ଆଦି ବାଦ୍ୟ ପରିବେଷିତ ହୋଇଥାଏ। ସେହିପରି ଏହି ସମୟରେ ମହିଳା ଓ ପୁରୁଷଙ୍କ ଦ୍ୱାରା ପରିବେଷଣ କରାଯାଉଥିବା କୀର୍ତ୍ତନ ମଧ୍ୟ ଅନ୍ୟତମ ଆକର୍ଷଣ ସାଜିଥାଏ।


ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ: ବରାନୁଗମନ ଶୋଭାଯାତ୍ରାରେ ସେବାୟତମାନେ ବେଦପତି ବ୍ରହ୍ମା, ପ୍ରଭୁ ନାରାୟଣ, ଦେବରାଜ ଇନ୍ଦ୍ର, ବରୁଣ ଦେବ, ଜନ୍ତୁପତି ଯମ, କୁବେର, ମହାଗ୍ରହ ଶନି, ସୂର୍ଯ୍ୟଦେବ, ଚନ୍ଦ୍ର, ଦେବର୍ଷି ନାରଦ, ନନ୍ଦୀ, ଭୃଙ୍ଗୀ ଆଦି ଦେବତା, ଦାନବ ତଥା କିନ୍ନର ବେଶରେ ନିଜକୁ ସଜ୍ଜିତ କରି ବରଯାତ୍ରୀରୂପେ ଉଭା ହୋଇଥାନ୍ତି। ତେବେ ଶୋଭାଯାତ୍ରାରେ ହନୁମାନ ବେଶଧାରୀ ସେବାୟତଙ୍କ ଅଭିନୟ ଶୈଳୀ ବେଶ୍‌ ଉଚ୍ଚକୋଟୀର ହୋଇଥାଏ ା


ଅର୍ଦ୍ଧରାତ୍ରରେ ବିବାହ ସମ୍ପନ୍ନ: ବିବାହ ମହୋତ୍ସବ ଦେଖିବାକୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କର ପ୍ରତୀକ୍ଷାର ଅନ୍ତ ଘଟିଥାଏ ଅର୍ଦ୍ଧରାତ୍ରରେ। ଫୁଲ ବେଦୀରେ ସ୍ବୟଂ ଶିବଶମ୍ଭୁ ଜଗଜ୍ଜନନୀ ମାତା ପାର୍ବତୀଙ୍କ ହାତଧରନ୍ତି। ପୁରୋହିତଙ୍କ ବିବାହ ମନ୍ତ୍ର ପଠନରେ ସାରା ଆରଡି ପ୍ରକମ୍ପିତ ହୋଇଉଠେ। ହରିବୋଲ, ହୁଳହୁଳି, ଶଙ୍ଖଧ୍ୱନିରେ ଶ୍ରଦ୍ଧାଳୁମାନେ ଭକ୍ତି ଗଦଗଦ ଚିତ୍ତରେ ଦେବଦମ୍ପତିଙ୍କ ବିବାହକୁ ଦର୍ଶନ କରିଥାଆନ୍ତି। ପରେ ପରେ ବରପିତା ଓ କନ୍ୟାପିତା ଲୋକାଚାରରେ ସମୁଦି ମିଳନ କରି ପରସ୍ପର କୋଳାଗ୍ରତ ହୁଅନ୍ତି। ଯୌତୁକ ବାବଦରେ କନ୍ୟାପିତା ୨ ଏକର ଶ୍ମଶାନ ଜମି, ୧୦ ହଳ ନାଗ, ୨୫ ଗୋଟି ବୃଷଭ, ଅନ୍ୟାନ୍ୟ ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାର ପ୍ରଦାନ କରିଥାନ୍ତି। ଶିବବିବାହ ମହୋତ୍ସବକୁ ଲୋକାଭିମୁଖୀ ତଥା ସଫଳ କରିବା ପାଇଁ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ।
ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପ୍ରୟାସ: ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ୍‌ ସମସ୍ୟା ଦୂର କରିବା ପାଇଁ ଧୂଷୁରୀ ଓ ଆରଡି ପୋଲିସ ଦିନରାତି ଲାଗି ପଡନ୍ତି। ସେହିପରି ଧାମନଗର ଏସଡିପିଓ, ଧୂଷୁରୀ ଥାନାଧିକାରୀ, ଆରଡି ଫାଣ୍ଡି ଅଧିକାରୀ, ଜିଲାର ସମସ୍ତ ଥାନାର ଥାନାଧିକାରୀଙ୍କ ସମେତ ସାଢେ ତିନି ପ୍ଲାଟୁନ୍‌ ପୋଲିସ ଫୋର୍ସଙ୍କୁ ଏଠାରେ ମୁତୟନ କରାଯାଇଥାଏ। ତା’ଛଡ଼ା ଭଦ୍ରକ ଜିଲାପାଳ, ଉପଜିଲାପାଳଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ପଦାଧିକାରୀମାନେ ମଧ୍ୟ ଏହି ଦିନ ପୀଠରେ ଉପସ୍ଥିତ ରହିଥାନ୍ତି।

ପୀଠରେ ସେବା କାର୍ଯ୍ୟ: ପୀଠକୁ ସଫାସୁତରା ରଖିବାକୁ ମନ୍ଦିର କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ କାର୍ଯ୍ୟ କରିଥାନ୍ତି। ସେହିପରି ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସମେତ କର୍ମଚାରୀଗଣ, ଜିଲାର ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀମାନେ ଏଠାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥାନ୍ତି। ପୀଠରେ ଓଡ୍ରାଫ ଟିମ୍‌, ଦମକଳ ବାହିନୀ, ଆମ୍ବୁଲାନ୍ସ ଗାଡି ବି ସେବା ପାଇଁ ସଜାଗ ରହିଥାନ୍ତି। ତା’ଛଡ଼ା ଏହି ଦିନ ପୀଠରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ସେବାୟତ ଓ କେତେକ ବଦାନ୍ୟ ବ୍ୟକ୍ତି ମାଗଣାରେ ଖାଦ୍ୟ, ଥଣ୍ଡା ପାଣି ସହ ବିଭିନ୍ନ ଜୁସ୍‌ ଓ ମୃଦୁ ପାନୀୟ ମଧ୍ୟ ବଣ୍ଟନ କରିଥାନ୍ତି।
-ଦୀପ୍ତିରଞ୍ଜନ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ଧମକ ଚମକ ଦେଇ କାମରୁ ବାହାର କରି ଦେବାରୁ ଏସ୍‌ପିଙ୍କ ଦାରସ୍ଥ ହେଲେ ଆର୍ଯ୍ୟପଲ୍ଲୀ ମହିଳା

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ୫୦ ବର୍ଷ ପୂର୍ବରୁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଥିବା ଭାଲିଆ ତୋଟାରେ ଜଗୁଆଳି…

ସ୍ଥାନୀୟ ଯୁବତୀଯୁବକଙ୍କୁ ମିଳୁ ସ୍ଥାୟୀ ନିଯୁକ୍ତି: ଦାବି କଲା କଂଗ୍ରେସ, ପୂରଣ ନ ହେଲେ ଆଗାମୀ ଦିନରେ…

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ଉପକଣ୍ଠରେ ଥିବା ଆଇ. ଆର୍‌. ଇ. ଏଲ. ଓ ଗୋପାଳପୁର ବନ୍ଦର ଭଳି ପ୍ରତିଷ୍ଠିତ ଶିଳ୍ପରେ ସ୍ଥାନୀୟ ଯୁବତୀଯୁବକଙ୍କୁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ନାଁ: ଗର୍ଜିଲେ ମହିଳା

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଦୋପଡାର ୧୩ ମହିଳା ଜିଲାପାଳଙ୍କ ଜନଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ…

କାଠ କାମ ବେଳେ ମିସ୍ତ୍ରୀଙ୍କୁ ଲାଗିଲା କରେଣ୍ଟ, ଛିଟିକି….

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ନାରାୟଣ ଗୈାଡଙ୍କ ଘରେ କାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri